ପୂର୍ବ ୟୁକ୍ରେନର ସ୍କୁଲ ଉପରେ ବୋମା ମାଡ଼ କଲା ଋଷ, ୬୦ ଲୋକଙ୍କ ମୃତ୍ୟୁ ଆଶଙ୍କା

Published: May 8, 2022, 5:41 pm IST

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ ଏବଂ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ପୂର୍ବ ୟୁକ୍ରେନରେ ଋଷ ବୋମା ମାଡ କରିଛି। ଏହି ବିସ୍ଫୋରଣରେ ଏକ ସ୍କୁଲ ମଧ୍ୟ ଧ୍ଵଂସ ପାଇଯାଇଛି। ଯେଉଁଥିରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ସୂଚନା ଲୁହାନସ୍କର ରାଜ୍ୟପାଳ ସେରହୀ ହେଦାଇ ପ୍ରଦାନ କରିଛନ୍ତି।

କୁହାଯାଉଛି ଯେ ପୂର୍ବ ୟୁକ୍ରେନର ବିଲୋହୋରୀବକା ଗାଁରେ ଋଷର ସେନା ଏହି ଆକ୍ରମଣ କରିଛନ୍ତି। ରାଜ୍ୟପାଳ ହେଦାଇ କହିଛନ୍ତି ଯେ ଋଷ ଆକ୍ରମଣ କରିଥିବା ବିଦ୍ୟାଳୟରେ ପ୍ରାୟ ୯୦ ଜଣ ଲୋକ ଆଶ୍ରୟ ନେଇଥିଲେ। ସେଥିମଧ୍ୟରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ପ୍ରାୟ ୪ ଘଣ୍ଟାr ସଂଘର୍ଷ ପରେ ନିଆଁ ଲିଭାଯାଇଥିଲା ବୋଲି ରାଜ୍ୟପାଳ କହିଛନ୍ତି। ଦୁଦୁର୍ଭାଗ୍ୟବଶତଃ ସେଠାରେ ଦୁଇଟି ମୃତଦେହ ମିଳିଥିଲା। ସେ କହିଛନ୍ତି ଯେ, ୩୦ ଜଣଙ୍କୁ ବାହାର କରାଯାଇଛି, ସେଥିମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ସେଠାରେ ୬୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଯୁଦ୍ଧ ଅପରାଧ କରିଥିବା ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ଅଭିଯୋଗ କରିଛନ୍ତି। ତେଣୁ ଏଥି ସହିତ ଋଷ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଗତ କିଛି ମାସ ଧରି ଚାଲିଥିବା ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି, ଅନେକ ସହର ଧ୍ୱଂସ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

Related posts