Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ଜିଲ୍ଲା ପରିଷଦ ସଭ୍ୟକୁ ନିଳମ୍ବନ କଲା ବିଜେଡି, ଜାଣନ୍ତୁ କିଏ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର ସଭ୍ୟ କୈଳାଶ ପରିଡା।

ଏ ନେଇ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ କୈଳାଶ ପରିଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Categories
ଆଞ୍ଚଳିକ

ବ୍ରହ୍ମଗିରିରେ ବିଜେପିର ମିଶ୍ରଣ ପର୍ବ: ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଯୋଗ ଦେଲେ ହରିଜନ ମହାସଂଘର ଶତାଧିକ କାର୍ଯ୍ୟକର୍ତ୍ତା

ବ୍ରହ୍ମଗିରି: ଆଜି ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇ କୃଷ୍ଣପ୍ରସାଦ ବ୍ଲକର ଭାଇସ୍ ଚେୟାରମ୍ୟାନ୍ ଶକୁନ୍ତଳା ଦେବୀ, ପୂର୍ବତନ ଭାଇସ୍ ଚେୟାରମ୍ୟାନ୍ ବ୍ରଜକିଶୋର ଜେନାଙ୍କ ସହିତ ହରିଜନ ମହାସଂଘର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପରିବାରରେ ସାମିଲ କରିଛନ୍ତି ସମ୍ବିତ ପାତ୍ର ଏବଂ ଉପାସନା ମହାପାତ୍ର।

ଏହି ଅବସରରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ତ୍ୱରାନ୍ୱିତ ହୋଇଛି। ମୋଦୀଙ୍କ ବିଶ୍ୱାସନୀୟତା ଓଡ଼ିଶାରେ ସର୍ବାଧିକ ରହିଛି, ଏଥିପାଇଁ ଓଡ଼ିଶାର ଜନତା ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ଯୋଡିହେବା ପାଇଁ ଚାହୁଁଛନ୍ତି। ମୋଦୀଜୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶପଥ କରି କହିଥିଲେ ‘ମୋ ସରକାର ଗରିବ, କୃଷକ, ମହିଳା ଦଳିତ, ବଂଚିତ, ଜନଜାତିଙ୍କ ପାଇଁ ସମର୍ପିତ ରହିବ’। ମୋଦୀଜୀଙ୍କ “ସବକା ସାଥ, ସବକା ବିକାଶ” କାର୍ଯ୍ୟରେ ଅନୁପ୍ରାଣିତ ହୋଇ ହରିଜନ ମହାସଂଘର ସଦସ୍ୟମାନେ ଆମ ଦଳରେ ସାମିଲ୍ ହେଲେ।

Categories
ଆଞ୍ଚଳିକ

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ସମ୍ବିତ ପାତ୍ରଙ୍କ ମାରାଥନ ଗସ୍ତ

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରେ ଚିଲିକା ହ୍ରଦରେ ଡଙ୍ଗାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ସ୍ଥାନୀୟ ନେତୃତ୍ଵଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ। ଏହା ପରେ ସେ କୃଷ୍ଣପ୍ରସାଦ ବ୍ଳକର ନୂଆପଡ଼ା ପଞ୍ଚାୟତର ଗୁରୁବାଇ ଗାଆଁରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ଅନ୍ତର୍ଗତ ଦତ୍ତୋପନ୍ତ ଠେଙ୍ଗଡି ଶ୍ରମିକ ଏବଂ ବିକାଶ ବୋର୍ଡ ଦ୍ଵାରା ଶ୍ରମିକ ପ୍ରଶିକ୍ଷଣ ହେତୁ ଆୟୋଜିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମିଳିତ ହେଇଥିଲେ।

ଏହି ଅବସରରେ ସେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶ୍ରମିକଙ୍କ କଲ୍ୟାଣ ପାଇଁ ପରିଚାଳିତ ଯୋଜନାମାନଙ୍କ ବିଷୟରେ ଅବଗତ କରାଇବା ସହିତ ନୂତନ ବିଶ୍ଵକର୍ମା ଯୋଜନା ବିଷୟରେ ସଚେତନ କରେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ବିତରିତ କରାଗଲା। ଏହା ସହ କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ ମାଁ ଭଉଣୀମାନେ ସମ୍ବିତ ପାତ୍ରଙ୍କୁ ରକ୍ଷା ସୂତ୍ର ବାନ୍ଧିଥିଲେ ଓ ସମ୍ବିତ ପାତ୍ର ଉପସ୍ଥିତ ସମସ୍ତ ଭଉଣୀଙ୍କୁ ଉପହାର ସ୍ଵରୁପ ଶାଢ଼ୀ ଦେଇ ତାଙ୍କ ଆଶୀର୍ବାଦ ନେଇଥିଲେ। ଆଗକୁ ଜନସମ୍ପର୍କ କରିବା ସମୟରେ ତିଛିଣି ଗ୍ରାମରେ ଥିବା ବୀଣାପାଣି ୟୁଥ କ୍ଲବରେ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନତାଙ୍କ ସହ ବୈଠକ କରି ଅଞ୍ଚଳର ମୌଳିକ ସୁବିଧା ଅସୁବିଧା ବିଷୟରେ ବୁଝିବା ସହିତ ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲେ ସମ୍ବିତ ପାତ୍ର।

ଏହା ସହ ଚଣ୍ଡୀ ମନ୍ଦିର, ଚର୍ଚ୍ଚିକା ମନ୍ଦିର, ବୁଢ଼ୀ ମା ମନ୍ଦିର ଦର୍ଶନ କରି ଆର୍ଶୀବାଦ ନେବା ସହ ଅଞ୍ଚଳବାସୀଙ୍କ ଉନ୍ନତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଥିଲେ ସମ୍ବିତ ପାତ୍ର।