ବ୍ରହ୍ମଗିରିରେ ବିଜେପିର ମିଶ୍ରଣ ପର୍ବ: ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଯୋଗ ଦେଲେ ହରିଜନ ମହାସଂଘର ଶତାଧିକ କାର୍ଯ୍ୟକର୍ତ୍ତା

Published: Apr 22, 2024, 11:23 pm IST

ବ୍ରହ୍ମଗିରି: ଆଜି ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇ କୃଷ୍ଣପ୍ରସାଦ ବ୍ଲକର ଭାଇସ୍ ଚେୟାରମ୍ୟାନ୍ ଶକୁନ୍ତଳା ଦେବୀ, ପୂର୍ବତନ ଭାଇସ୍ ଚେୟାରମ୍ୟାନ୍ ବ୍ରଜକିଶୋର ଜେନାଙ୍କ ସହିତ ହରିଜନ ମହାସଂଘର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପରିବାରରେ ସାମିଲ କରିଛନ୍ତି ସମ୍ବିତ ପାତ୍ର ଏବଂ ଉପାସନା ମହାପାତ୍ର।

ଏହି ଅବସରରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ତ୍ୱରାନ୍ୱିତ ହୋଇଛି। ମୋଦୀଙ୍କ ବିଶ୍ୱାସନୀୟତା ଓଡ଼ିଶାରେ ସର୍ବାଧିକ ରହିଛି, ଏଥିପାଇଁ ଓଡ଼ିଶାର ଜନତା ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ଯୋଡିହେବା ପାଇଁ ଚାହୁଁଛନ୍ତି। ମୋଦୀଜୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶପଥ କରି କହିଥିଲେ ‘ମୋ ସରକାର ଗରିବ, କୃଷକ, ମହିଳା ଦଳିତ, ବଂଚିତ, ଜନଜାତିଙ୍କ ପାଇଁ ସମର୍ପିତ ରହିବ’। ମୋଦୀଜୀଙ୍କ “ସବକା ସାଥ, ସବକା ବିକାଶ” କାର୍ଯ୍ୟରେ ଅନୁପ୍ରାଣିତ ହୋଇ ହରିଜନ ମହାସଂଘର ସଦସ୍ୟମାନେ ଆମ ଦଳରେ ସାମିଲ୍ ହେଲେ।

Related posts