Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ବଡଡାକ୍ତରଖାନାରେ ଡାଏଲିସିସ୍ ସେବା ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ଖୁସି ଖବର ଯେ, ବ୍ରହ୍ମପୁର ବଡଡାକ୍ତରଖାନାରେ ଡାଏଲିସିସ୍ ସେବା ଆରମ୍ଭ ହୋଇଛି। ବହୁ ପ୍ରତିକ୍ଷିତ ଏହି ସ୍ବାସ୍ଥ୍ୟ ସେବା ବଡଡାକ୍ତରଖାନା ପରିସର ସେଣ୍ଟ୍ରାଲ ଆଇସିୟୁ ରେ ଆରମ୍ଭ ହୋଇଛି। ପୁର୍ବରୁ କେବଳ ନେଫ୍ରୋଲୋଜି ବିଭାଗରେ କିଡନୀ, ସାପ କାମୁଡାରେ ଆହତ ବ୍ୟକ୍ତି ଓ ଅନ୍ୟାନ୍ୟ ରୋଗୀ ମାନଙ୍କୁ ଏହି ଚିକିତ୍ସା ହେଉଥିଲା।

କିନ୍ତୁ ଆଇସିୟୁ ବିଭାଗରେ ରହୁଥିବା ଗୁରୁତର ରୋଗୀଙ୍କ ଏହି ସେବାରେ ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ କରି ଏହି ସମସ୍ୟା ଦୂର କରିବା ପାଇଁ ଆଇସିୟୁ ବିଭାଗରେ ଏହି ସେବା ପାଇଁ ନିଷ୍ପତ୍ତି ହେଇଥିଲା। ଆଜି ଏହି ସେବା କାର୍ଯକ୍ରମ କୁ ବଡଡାକ୍ତରଖାନା ଅଧିକ୍ଷକ ଡାକ୍ତର ସୁଚିତ୍ରା ଦାସ ଓ ଡିନ୍ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଉଦଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୋଲବମ୍ ଭକ୍ତଙ୍କ ଉପରେ ଚଢିଗଲା ଗାଡି: ଦୁଇ ମୃତ, ୧୭ ଆହତ, ଡାକ୍ତରଖାନାରେ ବିଧାୟକ ଶ୍ରୀକାନ୍ତ ସାହୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ରାତିରେ ଏକ ବୋଲବମ୍ ଭକ୍ତ ଗଣ ଆସ୍କା ରୁଷିକୁଲ୍ୟା ନଦୀରୁ ପାଣି ନେଇ ନିଜ ଗ୍ରାମ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଅରଖପୁରକୁ ଫେରୁଥିବା ବେଳେ ଭେଟନଇ ନିକଟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଅନୀତା ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ମୁକୁନା ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଅନ୍ୟ ଗୁରୁତର ଆହତ ଭକ୍ତମାନେ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆସ୍କା ଡାକ୍ତରଖାନାକୁ ଯାଇ ଦିବଙ୍ଗତ ଅଙ୍ଗନବାଡି କର୍ମୀଙ୍କର ଶେଷ ଦର୍ଶନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମୃତ ବ୍ୟକ୍ତି ମୁକୁନାଙ୍କ ଅରଖପୁର ସ୍ଥିତ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଶ୍ରୀ ସାହୁ ସମବେଦନା ଜଣାଇଛନ୍ତି।