Categories
ଆଜିର ଖବର ରାଜ୍ୟ ଖବର

ଭଞ୍ଜବିହାରରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଭଞ୍ଜବିହାର କୁଳପତି ଡଃ ଗୀତାଞ୍ଜଳି ଦାସ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟକୁ ପୁସ୍ତକ ଜରିଆରେ ଲିଖିତ ପ୍ରକାଶ କରିବାକୁ ମଞ୍ଚାସୀନ ଅତିଥି ମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୁଦୁର ଫ୍ରାନ୍ସର ଲୋକାସ ମାର୍ଗନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ସହ ଲୋକେ ଖାପଖୁଆଇ ଚଳିବା ପାଇଁ ପରାମର୍ଶ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ଟାଟା ଷ୍ଟିଲର ଓଡ଼ିଶା ମୁଖ୍ୟ ଡଃ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ଦ୍ଵାରା ମହିଳା ଓ ଶିଶୁ ମାନେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ଏତଦବ୍ୟତୀତ ସମ୍ମାନୀତ ଅତିଥି ଭାବେ ସ୍କଟଲାଣ୍ଡର ଲୋରେନ୍ ମାର୍କଲଏଣ୍ଡ୍ ଯୋଗ ଦେଇଥିଲେ ଓ ଅର୍ଥନୀତି ବିଭାଗର ମୁଖ୍ୟ ଡଃ ସୁଧାକର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ର ଯୁଗ୍ମ ନିର୍ଦ୍ଦେଶକ ଡଃ ଅଞନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା ରାଗିଂ ବିରୋଧୀ ସପ୍ତାହ କାର୍ଯ୍ୟକ୍ରମ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଗିଂ ନିରୋଧ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳପତି ଡଃ ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଉଦଘାଟନ କରିଛନ୍ତି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ରାଗିଂ ମୁକ୍ତ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି।

ଏତଦବ୍ୟତୀତ ରାଗିଂ ଦେଖି ଚୁପ୍ ରହିବା ସମାନ ଅପରାଧ ବୋଲି ସୁଚାଇବା ସହିତ ସମସ୍ତେ ରାଗିଂକୁ ବିରୋଧ କରିବା ପରାମର୍ଶ ଦେଇଛନ୍ତି। ଏଥି ସହିତ କ୍ୟାମ୍ପସ ପରିସରରେ ସହାୟତା ନଂ ପୋଷ୍ଟର ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ଆଇନଜୀବି ମୋହନ ସିଙ୍ଗାରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଥିଲେ। ଛାତ୍ର କଲ୍ୟାଣ ଅଧିକାରୀ ଗଣେଶ୍ଵର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଡଃ ଶଙ୍କର୍ଷଣ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ପାଇଁ ରାଗିଂ ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀଲାଲ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ୮ ଜଣଙ୍କୁ ଡିଲିଟ୍ ୨ଜଣଙ୍କୁ ଡିଏସସି ,୭୦ ଜଣଙ୍କୁ ପିଏଚଡି ଓ ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ଉପାଧି ପ୍ରଦାନ କରିଥିଲେ।

ଉତ୍ସବରେ ଯୋଗଦାନ ସ୍ଵରୁପ ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଜରିଆରେ ବୁଝାଇଥିଲେ ଯେ ୫୭ ବର୍ଷର ଏହି ଅନୁଷ୍ଠାନ ବହୁ ପ୍ରତିଭା ସ୍ରୁଷ୍ଟି କରିଛି ଓ ଆମେ ବସୁଦୈବ୍ୟ କୁଟୁମ୍ବକମ୍ କୁ ବିଶ୍ୱାସ କରୁ ଓ ବୈଶ୍ଵକ ନାଗରିକ ଆଚରଣ କୁ ପ୍ରୋତ୍ସାହନ ଯୋଗାଇବା ସହ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା ମୁଳକ ମୁଲ୍ୟବୋଧ କୁ ପ୍ରୋତ୍ସାହନ କରିବା ଆମର କର୍ତ୍ତବ୍ୟ ଅଟେ।

ଆଗାମୀ ୨୦୨୪ ଓ ୨୫ ରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୈତିକ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ଲକ୍ଷ୍ୟ ଯୁବପିଢୀ ମାନଙ୍କର ଶିକ୍ଷା, ତାଲିମ ପ୍ରତିଷ୍ଠାନ ଗୁଡ଼ିକର ସାମର୍ଥ୍ୟ ଉପରେ ନିର୍ଭର କରୁଛି। ଏଥିସହିତ ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟପାଳ ମହଦୋୟ ଅତ୍ୟାଧୁନିକ ପ୍ରଶାସନିକ କୋଠା, ମହିଳା ଛାତ୍ରୀ ନିବାସ, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ର ନୂତନ କୋଠା କୁ ଉଦଘାଟନ କରିଥିଲେ।

ବିଶ୍ଵବିଦ୍ୟାଳୟ କୁଳପତି ଡଃ ଗୀତାଞ୍ଜଳି ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବିଚାରପତି ଶତ୍ରୁଘ୍ନ ପୁଜାରୀ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଶ୍ଵବିଦ୍ୟାଳୟ ର ଗାରିମା ବର୍ଣ୍ଣନା କରିଥିଲେ। ଏଥି ସହିତ ସିଣ୍ଡିକେଟ ସଭ୍ୟ, ବିଭିନ୍ନ ବିଭାଗର ପ୍ରଫେସର, ଅଧ୍ୟାପକ, ଡିନ୍, ପିଜି କାଉନସିଲ ଅଧ୍ୟକ୍ଷଙ୍କ ସହ ବହୁ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନବନିର୍ମିତ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନବନିର୍ମିତ ଛାତ୍ରାବାସରେ ତାରିଣୀ ବିଶ୍ଵାଳ ନାମରେ ଜଣେ ଛାତ୍ର ଆଜି ଅପରାହ୍ନରେ ଆତ୍ମହତ୍ୟା କରିଛନ୍ତି। ସେ ଆଇଆରପିମେ ବିଭାଗର ପ୍ରଥମ ବର୍ଷ ଛାତ୍ର। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଖବର ପାଇ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।