ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀଲାଲ୍

Published: Mar 29, 2023, 9:29 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ୮ ଜଣଙ୍କୁ ଡିଲିଟ୍ ୨ଜଣଙ୍କୁ ଡିଏସସି ,୭୦ ଜଣଙ୍କୁ ପିଏଚଡି ଓ ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ଉପାଧି ପ୍ରଦାନ କରିଥିଲେ।

ଉତ୍ସବରେ ଯୋଗଦାନ ସ୍ଵରୁପ ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଜରିଆରେ ବୁଝାଇଥିଲେ ଯେ ୫୭ ବର୍ଷର ଏହି ଅନୁଷ୍ଠାନ ବହୁ ପ୍ରତିଭା ସ୍ରୁଷ୍ଟି କରିଛି ଓ ଆମେ ବସୁଦୈବ୍ୟ କୁଟୁମ୍ବକମ୍ କୁ ବିଶ୍ୱାସ କରୁ ଓ ବୈଶ୍ଵକ ନାଗରିକ ଆଚରଣ କୁ ପ୍ରୋତ୍ସାହନ ଯୋଗାଇବା ସହ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା ମୁଳକ ମୁଲ୍ୟବୋଧ କୁ ପ୍ରୋତ୍ସାହନ କରିବା ଆମର କର୍ତ୍ତବ୍ୟ ଅଟେ।

ଆଗାମୀ ୨୦୨୪ ଓ ୨୫ ରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୈତିକ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ଲକ୍ଷ୍ୟ ଯୁବପିଢୀ ମାନଙ୍କର ଶିକ୍ଷା, ତାଲିମ ପ୍ରତିଷ୍ଠାନ ଗୁଡ଼ିକର ସାମର୍ଥ୍ୟ ଉପରେ ନିର୍ଭର କରୁଛି। ଏଥିସହିତ ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟପାଳ ମହଦୋୟ ଅତ୍ୟାଧୁନିକ ପ୍ରଶାସନିକ କୋଠା, ମହିଳା ଛାତ୍ରୀ ନିବାସ, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ର ନୂତନ କୋଠା କୁ ଉଦଘାଟନ କରିଥିଲେ।

ବିଶ୍ଵବିଦ୍ୟାଳୟ କୁଳପତି ଡଃ ଗୀତାଞ୍ଜଳି ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବିଚାରପତି ଶତ୍ରୁଘ୍ନ ପୁଜାରୀ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଶ୍ଵବିଦ୍ୟାଳୟ ର ଗାରିମା ବର୍ଣ୍ଣନା କରିଥିଲେ। ଏଥି ସହିତ ସିଣ୍ଡିକେଟ ସଭ୍ୟ, ବିଭିନ୍ନ ବିଭାଗର ପ୍ରଫେସର, ଅଧ୍ୟାପକ, ଡିନ୍, ପିଜି କାଉନସିଲ ଅଧ୍ୟକ୍ଷଙ୍କ ସହ ବହୁ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts