Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ସିନେମାର ବ୍ରାଣ୍ଡ୍ ଆମ୍ବାସାଡର ହେଲେ ରୋହିତ ଶର୍ମା

ଭୁବନେଶ୍ୱର: ଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍‌ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ।

ରୋହିତ ଶର୍ମା କହିଛନ୍ତି ଯେ, “ଭାରତରେ ମୋବାଇଲ୍ ଫୋନ୍ ଓ କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି। ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି। ଜିଓ ସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି କାରଣ ଡିଜିଟାଲ୍ ପ୍ଲାଟଫର୍ମକୁ ରୂପାନ୍ତରଣ କରିବା ଲାଗି ଏହା ସକ୍ଷମ କରୁଛି ଏବଂ ପ୍ରଶଂସକମାନଙ୍କୁ ନମନୀୟତା, ଭାବପୂର୍ଣ୍ଣ ତଥା ବ୍ୟକ୍ତିଗତ ପସନ୍ଦକୁ ସୁହାଇବା ଭଳି ସୁବିଧା ପ୍ରଦାନ କରୁଛି।’’

ବିବିଧ ଅଭିଯାନ ସମ୍ଭାର ଜରିଆରେ ଡିଜିଟାଲ୍ ମାଧ୍ୟମକୁ କ୍ରୀଡ଼ା କାର୍ଯ୍ୟକ୍ରମ ଦେଖିବାର ପରିପୂରକ କରିବା ଲାଗି ରହିଥିବା ସମାନ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ରୋହିତ ଶର୍ମା ଜିଓ ସିନେମା ସହିତ ମିଶି କାର୍ଯ୍ୟ କରିବେ। ସବୁ ପ୍ରକାର ପ୍ରିମିୟମ୍ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଜିଓ ସିନେମାର ଡିଜିଟାଲ୍ ପ୍ରଥମ ଉପସ୍ଥାପନାକୁ ସେ ସାରା ଦେଶରେ ପହଂଚାଇବ ସହିତ ପ୍ରଶଂସକଙ୍କ ସଂଖ୍ୟାକୁ ଆହୁରି ବ୍ୟାପକ କରିବେ।

ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ରୋହିତ ଶର୍ମା କ୍ରୀଡ଼ା ଭାବନା ଓ ଅତୁଳନୀୟ ନେତୃତ୍ୱର ପ୍ରତୀକ ହୋଇଥିବା ବେଳେ ଏଭଳି ମୂଲ୍ୟବୋଧ ଉପସ୍ଥାପନ କରିଛନ୍ତି ଯାହାକୁ ପ୍ରଶଂସକ ଓ ଖେଳାଳୀ ଉଭୟ ପସନ୍ଦ କରୁଛନ୍ତି। ଆମର କ୍ରୀଡ଼ା କାର୍ଯ୍ୟକ୍ରମ ଉପସ୍ଥାପନା ଓ ବର୍ତମାନ ଚାଲିଥିବା ଆଇପିଏଲ୍ ସାଙ୍ଗକୁ ପ୍ରଶଂସକମାନଙ୍କ ସହିତ ଯୋଡ଼ି ହେବା ଲାଗି ରୋହିତଙ୍କ ଦକ୍ଷତା ବଳରେ ଏହି ସହଯୋଗିତା ଭାରତରେ ଅଗ୍ରଣୀ ହେବା ଲାଗି ଆମର ଲକ୍ଷ୍ୟ ଦିଗରେ ଏକ ପ୍ରାକୃତିକ ସମ୍ପ୍ରସାରଣ ଯାହା ଏକ ଆକର୍ଷଣୀୟ ଭବିଷ୍ୟତ ପ୍ରଦାନ କରିବ।’’

ଭାରତରେ ସବୁ ଦର୍ଶକମାନଙ୍କ ଲାଗି ଜିଓ ସିନେମା ପକ୍ଷରୁ ଟାଟା ଆଇପିଏଲ୍ ୨୦୨୩ର ମାଗଣା ଷ୍ଟ୍ରିମିଂ ଯୋଗୁ ପ୍ରଥମ ଦୁଇ ସପ୍ତାହରେ ରେକର୍ଡ ୫୫୦ କୋଟିରୁ ଅଧିକ ଥର ଦର୍ଶକ ଏହାକୁ ଦେଖିପାରିଛନ୍ତି। ୨୦୨୩ ଏପ୍ରିଲ୍ ୭ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ। ଏହାର ପାଂଚ ଦିନ ପୂର୍ବରୁ ଏପ୍ରିଲ୍ ୧୨ରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ ୨.୨ କୋଟି ଦର୍ଶକ ଦେଖିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।

ଆଇପିଏଲ୍ ୨୦୨୩ ଷ୍ଟ୍ରିମିଂ ପାଇଁ ଜିଓ ସିନେମା ୨୩ ପ୍ରାୟୋଜକ ଘୋଷଣା କରିଛି। ଜିଓ ସିନେମା ସହିତ ସହବନ୍ଧିତ ହୋଇଥିବା ପ୍ରାୟୋଜକ ଓ ବିଜ୍ଞାପନଦାତାଙ୍କ ସଂଖ୍ୟା ଭାରତରେ ଯେକୌଣସି ଡିଜିଟାଲ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ତୁଳନାରେ ଅଧିକ। ନିଜ ପସନ୍ଦର କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକମାନେ ଆଇଓଏସ୍ ଓ ଆଣ୍ଡ୍ରଏଡ୍‌ରେ ଜିଓ ସିନେମାକୁ ଡାଉନ୍‌ଲୋଡ୍ କରିପାରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ପରଫରମ୍ୟାକ୍ସ ଆକ୍ଟିଭ୍‌ଓୟାରର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ହେଲେ କ୍ରିକେଟ୍ ତାରକା ଯଶ୍‌ପ୍ରୀତ୍ ବୁମ୍‌ରା

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ପୋର୍ଟଫୋଲିଓର ସ୍ପୋର୍ଟସ୍ ବ୍ରାଣ୍ଡ୍ ପରଫରମ୍ୟାକ୍ସ ଆକ୍ଟିଭ୍‌ଓୟାର ପକ୍ଷରୁ ଭାରତର ତାରକା କ୍ରିକେଟ୍ ଖେଳାଳି ଓ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଯଶ୍‌ପ୍ରୀତ ବୁମ୍‌ରାଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ପରଫରମ୍ୟାକ୍ସ ହେଉଛି ଏକ ଭାରତୀୟ ବ୍ରାଣ୍ଡ୍ ଯାହା ବିଶ୍ୱର ସ୍ପୋର୍ଟସ୍‌ଓୟାର ଓ ଆକ୍ଟିଭ୍ ଓୟାର ବଜାରରେ ନିଜ ସ୍ଥିତି ଦୃଢ଼ କରିବାକୁ ଚାହୁଛି। ବିଶ୍ୱ ବଜାରରେ ପରିଚୟ ସୃଷ୍ଟି କରିବାରେ ଏହା ହେଉଛି ପ୍ରଥମ ଭାରତୀୟ ବ୍ରାଣ୍ଡ୍।

ଏହି ଅବସରରେ ରିଲାଏନ୍ସ ରିଟେଲ୍‌ର ଫେସନ ଓ ଲାଇଫଷ୍ଟାଇଲ୍‌ର ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି ଯେ, “ଯଶପ୍ରୀତ ବୁମ୍‌ରାଙ୍କ ସହିତ ସହଯୋଗିତା ବିଷୟରେ ଘୋଷଣା କରୁଥିବାରୁ ମୋତେ ବହୁ ଖୁସି ଲାଗୁଛି। ଯଶପ୍ରୀତ୍ କିଛି ବର୍ଷ ଧରି ଭାରତର ଦ୍ରୁତ ବୋଲିଂ କ୍ଷେତ୍ରର ନେତୃତ୍ୱ ନେଉଛନ୍ତି ଓ ସେ ହେଉଛନ୍ତି ଜଣେ ଚମତ୍କାର ଖେଳାଳି। ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ହାସଲ କରିଥିବା ପ୍ରଥମ ଭାରତୀୟ ସ୍ପୋର୍ଟସ୍ ବ୍ରାଣ୍ଡ୍ ଭାବେ ଆମେ ପରଫରମ୍ୟାକ୍ସକୁ ଉପସ୍ଥାପନ କରିବାକୁ ଚାହୁଛୁ। ପରଫରମ୍ୟାକ୍ସ ସହିତ ବୁମ୍‌ରାଙ୍କ ସହଯୋଗିତା ସେହି ଦିଗରେ ଏକ ପଦକ୍ଷେପ।’’

ଯଶ୍‌ପ୍ରୀତ୍ ବୁମ୍‌ରା କହିଛନ୍ତି ଯେ, “ଜଣେ ଖେଳାଳି ଭାବେ ମୁଁ ସେହି ଗିୟରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରେ ଯାହାର ସଠିକ୍ ଫିଟିଙ୍ଗ୍ ମୋ ଖେଳକୁ ଆହୁରି ଉନ୍ନତ କରିବାରେ ସହାୟକ ହୋଇଥାଏ। ପରଫରମ୍ୟାକ୍ସରେ ଉନ୍ନତ ପ୍ରଦର୍ଶନକାରୀ ପ୍ରଯୁକ୍ତି ଭିତିକ ଆକ୍ଟିଭ୍‌ଓୟାରର ପରିଧାନ ରହିଛି। ଯାହା ଆଗାମୀ ପିଢ଼ିର ଭାରତୀୟ ଖେଳାଳିଙ୍କ ଆଦର୍ଶ ସହଯୋଗୀ ସାବ୍ୟସ୍ତ ହେବ। ମୋ ଭଳି ସର୍ବୋଚ୍ଚ ପ୍ରଦର୍ଶନରେ ବିଶ୍ୱାସ ରଖୁଥିବା ଏଭଳି ଏକ ବ୍ରାଣ୍ଡ୍ ସହ ଯୋଡ଼ି ହେବା ଅତ୍ୟନ୍ତ ରୋମାଂଚକ ବିଷୟ।’’

ଯଶ୍‌ପ୍ରୀତ୍ ବୁମ୍‌ରାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରିବା ସହିତ ଆଧୁନିକ ଉପଭୋକ୍ତାଙ୍କ ମଧ୍ୟରେ ବୁମ୍‌ରାଙ୍କ ରହିଥିବା କ୍ରେଜ୍ ଜରିଆରେ ରିଲାଏନ୍ସ ରିଟେଲ୍ ଲାଭାନ୍ୱିତ ହେବ ବୋଲି ଆଶାବାଦୀ ରହିଛି। ରିଲାଏନ୍ସ ରିଟେଲ୍ ନିଜର ଫେସନ୍ ଓ ଲାଇଫଷ୍ଟାଇଲ ଷ୍ଟୋର ଓ ଡିଜିଟାଲ ପ୍ଲାଟଫର୍ମ, ମଲ୍‌ଟି ବ୍ରାଣ୍ଡ୍ ଆଉଟ୍‌ଲେଟ୍ ଓ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍ ଜରିଆରେ ପରଫରମ୍ୟାକ୍ସ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି।

ପରଫରମ୍ୟାକ୍ସ ହେଉଛି ରିଲାଏନ୍ସ ରିଟେଲ୍‌ର ନିଜସ୍ୱ ବ୍ରାଣ୍ଡ୍ ଯାହା ପାଖରେ ଆକ୍ଟିଭ୍‌ଓୟାର ମର୍କେଣ୍ଡାଇଜ୍‌ର ବିଶେଷତା ରହିଛି ଏବଂ ଏହା ବ୍ୟତୀତ ଏହା ପାଖରେ ଫୁଟ୍‌ଓୟାର ଓ ଆକ୍‌ସେସୋରିଜ୍‌ର ବିସ୍ତୃତ ବର୍ଗମାଳା ରହିଛି। ବର୍ତ୍ତମାନ ଏହି ବ୍ରାଣ୍ଡ୍‌ର ୩୩୦ରୁ ଅଧିକ ସହରରେ ୧୦୦୦ରୁ ଅଧିକ ଷ୍ଟୋର ରହିଛି।