Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ଲୋକପ୍ରିୟ କ୍ରିକେଟର ଏମଏସ ଧୋନି ହେଲେ ଏସବିଆଇ ର ବ୍ରାଣ୍ଡ ଆମ୍ବାସାଡର, ନେବେ ଏହି ଦାୟିତ୍ଵ

ନୂଆଦିଲ୍ଲୀ: ଦିୱାଲୀ ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ କ୍ରିକେଟର ତଥା ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଆଜି ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବରେ ଏମଏସ ଧୋନି ମାର୍କେଟିଂ ଏବଂ ବିଜ୍ଞାପନର ଭୂମିକା ଗ୍ରହଣ କରିବେ।

ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ଏମଏସ ଧୋନିଙ୍କୁ ଅନ୍ତର୍ଭୁକ୍ତ କରି ଆମେ ବହୁତ ଖୁସି। ଏସବିଆଇ ସହିତ ଧୋନିଙ୍କ ଯୋଡି ହେବା ଆମ ବ୍ରାଣ୍ଡକୁ ଏକ ନୂଆ ଅବତାର ଦେବ। ଏହି ନିଷ୍ପତ୍ତି ହେଉଛି ଏକ ସହଭାଗୀତା, ଆମର ଲକ୍ଷ୍ୟ ହେଉଛି ବିଶ୍ୱାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କୁ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ କରିବା।

ସମ୍ପତ୍ତି, ଜମା, ଶାଖା, ଗ୍ରାହକ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଉଛି ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ, ଏହା ମଧ୍ୟ ଦେଶର ସବୁଠାରୁ ବଡ ଋଣଦାତା, ଯାହା ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭାରତୀୟ ପରିବାରର ଘର କିଣିବାର ସ୍ୱପ୍ନ ପୂରଣ କରିଛି। ବ୍ୟାଙ୍କର ଘରୋଇ ଋଣ ପୋର୍ଟଫୋଲିଓ ୬.୫୩ ଲକ୍ଷ କୋଟିରୁ ଅଧିକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇସିସି ର ବଡ଼ ନିଷ୍ପତ୍ତି: ବିଶ୍ୱକପ-୨୦୨୩ ର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଅହମ୍ମଦାବାଦରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱ ଦୂତ (ବ୍ରାଣ୍ଡ ଆମ୍ବାସାଡର) ଭାବରେ ନିଯୁକ୍ତ କରିଛି। ତେନ୍ଦୁଲକର ୬ ଥର ODI ବିଶ୍ୱକପରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ତେନ୍ଦୁଲକର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, “୧୯୮୭ ରେ ଏକ ବଲ୍ ବୟ ହେବା ଠାରୁ ଆରମ୍ଭ କରି ୬ ଟି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ୍ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ୨୦୧୧ ରେ ବିଶ୍ୱକପ୍ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ଗର୍ବର ମୁହୂର୍ତ୍ତ ଅଟେ।”

ସେ କହିଛନ୍ତି ଯେ, “ଏଠାରେ ଅନେକ ବିଶ୍ୱସ୍ତରୀୟ ଦଳ ଏବଂ ଖେଳାଳି ଭାରତରେ ହେବାକୁ ଥିବା ବିଶ୍ୱକପ୍‌ରେ କଡ଼ା ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଏହି ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛି। ବିଶ୍ୱକପ ଭଳି ବଡ଼ ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଉଛି।” ମୁଁ ଆଶା କରୁଛି “ଏଥର, ଏହି ଟୁର୍ଣ୍ଣାମେଣ୍ଟ ଯୁବକ ଯୁବତୀ ଏବଂ ବାଳକମାନଙ୍କୁ କ୍ରୀଡ଼ାରେ ଯୋଗଦେବାକୁ ଏବଂ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ପ୍ରେରଣା ଯୋଗାଇବ।

ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ୍ ଯିଏ ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିଛନ୍ତି। ବିଶ୍ୱକପ ଇତିହାସରେ ୬ ଟି ଶତକ ହାସଲ କରିବାରେ ତେନ୍ଦୁଲକର ସଫଳ ହୋଇଛନ୍ତି। ଏଥି ସହିତ ତେନ୍ଦୁଲକର ବିଶ୍ୱକପରେ ୨୨୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ସମୁଦାୟ ୧୫ ଟି ଅର୍ଦ୍ଧଶତକ ରହିଛି।