Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅନଲାଇନ କାରାବାରରେ କୌଣସି ଦେୟ ନେଇ ପାରିବେନି ବ୍ୟାଙ୍କ, ଯଦି ନେଇଛନ୍ତି ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଜାନୁୟାରୀ ୧, ୨୦୨୦ ରେ କିମ୍ବା ପରେ UPI କାରବାରରେ ସଂଗୃହିତ ଟ୍ରାଜାକ୍ସନ ଫି ବ୍ୟାଙ୍କଗୁଡିକ ଫେରସ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲା ​​ଯେ RuPay ଏବଂ BHIM-UPI କାରବାର ଉପରେ କୈଣସି ଶୁଳ୍କ ଲାଗୁ ହେବ ନାହିଁ। ହେଲେ କେତେକ ବ୍ୟାଙ୍କ ଏହି ଦେୟ ନେଇଥିବାରୁ ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ଦିନ ଏକ ସର୍କୁଲାରରେ ଅର୍ଥ ମନ୍ତ୍ରଣାଳୟର ଅଧୀନସ୍ଥା କେନ୍ଦ୍ରୀୟ ଟିକସ ବୋର୍ଡ କହିଛି ଯେ କେତେକ ବ୍ୟାଙ୍କ ୟୁପିଇ ମାଧ୍ୟମରେ ହୋଇଥିବା କାରବାର ଉପରେ ଚାର୍ଜ ଆଦାୟ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କାରବାରକୁ ମାଗଣାରେ ଅନୁମତି ଦିଆଯାଇଥାଏ। ହେଲେ ତାହାଠାରୁ ଅଧିକ ହେଲେ ପ୍ରତ୍ୟେକ କାରବାର ଏକ ଚାର୍ଜ ନିଆଯାଏ। ହେଲେ କେତକ ବ୍ୟାଙ୍କ ସବୁ ଟ୍ରାନଜକସନରେ ଏହି ଦେୟ ନେଇଥିବାର ପ୍ରମାଣ ମିଳିଛି। ଫଳରେ ତାହା ତୁରନ୍ତ ଫେରାଇବାକୁ ସଂପୃକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।