Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Bank Strike: ଆଜିଠାରୁ ଦୁଇ ଦିନ ପାଇଁ ବ୍ୟାଙ୍କ ବନ୍ଦ, ଆରମ୍ଭ ହେଲା କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ବର, ଆଜିଠାରୁ ଦୁଇଦିନ ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟରେ ଓଡିଶାର ସମସ୍ତ ବ୍ୟାଙ୍କ ସାମିଲ ହୋଇଛନ୍ତି। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି।

ମୁଖ୍ୟତଃ ବ୍ୟାଙ୍କଗୁଡିକ ଘରୋଇକରଣ ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀମାନେ କାମ କରୁ ନ ଥିବାରୁ ଆଜି ଅନଲାଇନ ସେବା ଏବଂ ଏଟିଏମ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

ଓଡିଶାରେ ଥିବା ପ୍ରାୟ 5 ହଜାର 5ଶହ ବ୍ୟାଙ୍କ 30 ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଆସନ୍ତା ବୁଧବାର ଦିନ ବ୍ୟାଙ୍କ ଖୋଲା ରହିବ ବୋଲି କର୍ମଚାରୀ ସଂଘ ତରଫରୁ କୁହାଯାଇଛି।