Categories
ଆଞ୍ଚଳିକ

ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ

ଦିଗପହଣ୍ଡି (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଯଥା ଦୃଷ୍ଟିବାଦ୍ଧିତ, ବଧିର, ମୁକ, ଶାରୀରିକ ଅକ୍ଷମତା, ବସ୍ ଓ ରେଳରେ ରିହାତି ପାଇଁ ପ୍ରମୁଖ ହିତାଧିକାରୀ ମାନେ ଦରଖାସ୍ତ ପ୍ରଦାନ କରିଥିଲେ। ଏଥି ସହିତ ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଆଶା ବାଡି, ଶ୍ରବଣ ଯନ୍ତ୍ର, ତିନି ଚକିଆ ସାଇକେଲ ଓ ହ୍ୱିଲ ଚେୟାର ପ୍ରଭୃତି ମୁଖ୍ୟ ଅତିଥି ଭାବେ ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପ୍ରଦାନ କରିଥିଲେ।

ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସ, ତହସିଲଦାର ଅନୀତା ସାହୁ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଯାନୀ, ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ଓ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଓ ଦିଗପହଣ୍ଡି ବ୍ଳକ ଅଞ୍ଚଳର ୨୫ ଟି ପଞ୍ଚାୟତ ରୁ ଲୋକ ପ୍ରତିନିଧି ଓ ହିତାଧିକାରୀ ଯୋଗ ଦେଇଥିଲେ।