Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ହାରିବା ପରେ ମଧ୍ୟ ପ୍ରଣୟ ରଚିଲେ ଇତିହାସ, ୪୧ ବର୍ଷ ପରେ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ହାସଲ କଲା ​​ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରିଡା ପୁରୁଷ ସିଙ୍ଗଲ୍ସର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରଣୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ସହିତ ତାଙ୍କର ସ୍ୱର୍ଣ୍ଣ ପଦକର ସ୍ୱପ୍ନ ଭାଙ୍ଗିଯାଇଛି। କିନ୍ତୁ ପ୍ରଣୟ ତଥାପି ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଲି ସିଫେଙ୍ଗ ୨୧-୧୬, ୨୧-୯ ରେ ପ୍ରଣୟଙ୍କୁ ପରାସ୍ତ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସର୍ବଭାରତୀୟ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ଦୁଇ ଖେଳାଳି

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରାକିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ମୋଟ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ମନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏଥିରେ ୧୭ ବର୍ଷରୁ କମ ମିକ୍ସ ଡବଲସରେ ଓଡିଶାର ପ୍ରଗତି ପରିଡା ଏବଂ ଭାର୍ଗବ ରାମ ରନର୍ସ-ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି।

ଓଡ଼ିଶା ଖେଳାଳିଙ୍କ ଏହି ବିଜୟ ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ ତଥା ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବ୍ୟାଡମିନଟନ କ୍ରୀଡ଼ାର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଏଚପିସି ପ୍ରତିଷ୍ଠା ସହ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ଯେଉଁ ପ୍ରୟାସ ଆରମ୍ଭ ହୋଇଛି ଏହା ତାର ଜ୍ୱଳନ୍ତ ନିଦର୍ଶନ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟକି ଓଡ଼ିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀ ପିଲାମାନଙ୍କ ଉନ୍ନତ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ହଷ୍ଟେଲ ସୁବିଧା ସହ ଖାଇବା ପିଇବା ଉନ୍ନତ କୋଚିଂ, ଶାରୀରିକ ସୁସ୍ଥତା ପାଇଁ ଜିମ, ପୁରୁଷ ଓ ମହିଳା ଫିଜିଓ ନିଯୁକ୍ତ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ବ୍ୟାଡମିଣ୍ଟନରେ କୃଷ୍ଣ ନାଗର ପାଇଲେ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର କୃଷ୍ଣ ନାଗର ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଆଜି ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ (ଏସଏଚ-୬) ଇଭେଣ୍ଟ ଫାଇନାଲରେ ହଂକଂର ଚୁ ମନ କୋଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରି କୃଷ୍ଣ ନାଗର ଭାରତ ସ୍ୱର୍ଣ୍ଣ ଜିତିଛନ୍ତି। ଶନିବାର ଦିନ ଏସଏଲ-୩ ଇଭେଣ୍ଟରେ ପ୍ରମୋଦ ଭଗତ ପୁରୁଷ ଏକକ ଟାଇଟଲ ଜିତିବା ପରେ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ଦେଶର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ରବିବାର ଟୋକିଓ ପାରାଲିମ୍ପିକ୍ସରେ ନୋଏଡା ଡିଏମ୍ ସୁହାସ୍ ଏଲ୍ ୟତିରାଜ ରୌପ୍ୟ ପଦକ ଜିତିଥିଲେ।