Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ନୌସେନା ଅଧିକାରୀ ଭାଇସ୍ ଆଡମିରାଲ୍ ହରିଲାଲ୍ ଶର୍ମାଙ୍କୁ ଦେଲେ ଶେଷ ବିଦାୟ

ଭୁବନେଶ୍ୱର : ପୂର୍ବତନ ନୌସେନା ଅଧିକାରୀଭାଇସ୍ ଆଡମିରାଲ୍ ୧୦୨ ବର୍ଷୀୟ ହରିଲାଲ୍ ଶର୍ମାଙ୍କ ଗତ କାଲି ଭୁବନେଶ୍ୱରସ୍ଥିତ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି।୧୯୨୦ ମସିହାରେ ଜନ୍ମିତ ଭାଇସ୍ ଆଡମିରାଲ୍ ସ୍ୱର୍ଗତଃ ହରିଲାଲ୍ ଶର୍ମା ଭାରତ ପାକିସ୍ତାନ ଯୁଦ୍ଧରେ ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ ((FOCEF) ଭାବରେ କାର୍ଯ୍ୟ କରିଥିବା ସ୍ୱର୍ଗତଃ ଶର୍ମା ୧ମାର୍ଚ୍ଚ ୧୯୭୭ ରୁ ୨ ଫେବୃଆରୀ ୧୯୭୮ ପର୍ଯ୍ୟନ୍ତ ଇଷ୍ଟର୍ଣ୍ଣ ନୌସେନା କମାଣ୍ଡ୍ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ବିଜେପି ତରଫରୁ ସ୍ୱର୍ଗତଃ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ ପ୍ରମୁଖ ଶେଷ ଦର୍ଶନ କରିଥିଲେ।