Categories
ବିଶେଷ ଖବର

WHO ମୁଖ୍ୟଙ୍କ ଗୁଜୁରାଟ ଗସ୍ତ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଭାରତକୁ କଲେ ପ୍ରଶଂସା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜୁରାଟର ଜାମନଗରରେ WHO ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ଉଦ୍ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ WHO ମହାନିର୍ଦ୍ଦେଶକ ଡ ଟେଡ୍ରୋସ୍ ଅଦନୋମ୍ ଗେବ୍ରେଏସ୍ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ସେ ଗୁଜରାଟୀରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। WHO ର ମହାନିର୍ଦ୍ଦେଶକ କହିଥିଲେ ଯେ, ପାରମ୍ପାରିକ ଔଷଧ ପାଇଁ WHO- ଗ୍ଲୋବାଲ୍ ସେଣ୍ଟରକୌଣସି ସମକକ୍ଷ ନୁହେଁ।

ସେ କହିଥିଲେ ଯେ, ମୋର ଭାରତୀୟ ଶିକ୍ଷକମାନେ ମୋତେ ପାରମ୍ପାରିକ ଔଷଧ ବିଷୟରେ ଭଲ ଶିକ୍ଷା ଦେଇଛନ୍ତି ଏବଂ ମୁଁ ବହୁତ କୃତଜ୍ଞ। ସେ କହିଥିଲେ ଯେ, ମୁଁ ମଧ୍ୟ ବଲିଉଡ ଚଳଚ୍ଚିତ୍ର ଦେଖି ବଡ ହୋଇଥିଲି ଏବଂ ମୁଁ ବୁଝିପାରୁଛି ଯେ ‘ବଲିଉଡ’ ପ୍ରଶଂସକଙ୍କ ପାଇଁ ସ୍ୱିସ୍ ଆଲପ୍ସ ଏକ ପ୍ରିୟ ସ୍ଥାନ।

WHO ମହାନିର୍ଦ୍ଦେଶକ କହିଥିଲେ ଯେ, “ଆମେ ଆରମ୍ଭ କରୁଥିବା WHO- ଗ୍ଲୋବାଲ୍ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ପ୍ରମାଣ ଭିତ୍ତିକ ପାରମ୍ପାରିକ ଔଷଧକୁ ମଜବୁତ କରିବା ପାଇଁ ବିଜ୍ଞାନର ଶକ୍ତି ବ୍ୟବହାର କରିବାରେ ସାହାଯ୍ୟ କରିବ। ନେତୃତ୍ୱ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କୁ କୃତଜ୍ଞ।

ସେ କହିଥିଲେ ଯେ, “ମଧ୍ୟବର୍ତ୍ତୀ କାର୍ଯ୍ୟାଳୟ ସହିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୫୦ ମିଲିୟନ୍ ଡଲାରର ପୁଞ୍ଜି ବିନିଯୋଗ ଏବଂ କାର୍ଯ୍ୟକ୍ଷମ ଖର୍ଚ୍ଚ ପ୍ରତି ୧୦ ବର୍ଷର ପ୍ରତିବଦ୍ଧତା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି। ଜାଣିଥିଲି ଏହି କେନ୍ଦ୍ର ଭଲ ହାତରେ ରହିବ। ”

ସୂଚନା ଯୋଗ୍ୟ ଯେ, WHO ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଅଦନୋମ୍ ଗେବ୍ରେଏସ୍ ଗୁଜୁରାଟକୁ ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ବିଶେଷ ଖବର

ପୁନର୍ବାର ଭାରତକୁ ପ୍ରଶଂସା କଲେ ଇମ୍ରାନ ଖାନ, ଭାରତୀୟ ସେନାକୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ଏଥର ସେ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଭାରତୀୟ ସେନାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ସେମାନେ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଇମ୍ରାନ ଖାନ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଶଂସା କରିଛନ୍ତି। ଇମ୍ରାନଙ୍କ ଆସନ ବିପଦରେ ଥିବାବେଳେ ସେ ଭାରତକୁ ଦୁଇ ଦୁଇ ଥର ପ୍ରଶଂସା କରିଛନ୍ତି।

ପାକିସ୍ତାନୀ ସେନାର ନାମକରଣ ନକରି ଇମ୍ରାନ ଖାନ ରବିବାର ଏକ ସାଧାରଣ ସଭାରେ କହିଛନ୍ତି ଯେ, “ମୁଁ ଭାରତକୁ ସଲାମ କରୁଛି। ସେମାନେ ନିଜ ଲୋକଙ୍କ ପାଇଁ କାମ କରନ୍ତି, ଭାରତୀୟ ସେନା ଦୁର୍ନୀତିଗ୍ରସ୍ତ ନୁହଁନ୍ତି ଏବଂ ନିର୍ବାଚିତ ସରକାରରେ ସେମାନେ କଦାପି ହସ୍ତକ୍ଷେପ କରିବେ ନାହିଁ।” ” ଅନ୍ୟପକ୍ଷରେ ପାକିସ୍ତାନୀ ପର୍ଯ୍ୟବେକ୍ଷକମାନେ ଖାନଙ୍କ ବିବୃତ୍ତିକୁ ପାକିସ୍ତାନୀ ସୈନ୍ୟବାହିନୀକୁ କଟାକ୍ଷ ଭଳି ଦେଖୁଛନ୍ତି, ଯାହା ଦେଶର ବୈଦେଶିକ ନୀତି ଏବଂ ସରକାରକୁ ନିୟନ୍ତ୍ରଣ କରିଥାଏ।

ଖବର ମୁତାବକ, ଇମ୍ରାନ ଖାନଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ଏବଂ ଆଇଏସଆଇ ମୁଖ୍ୟ ଲେଫ୍ଟ ଜେନେରାଲ ନଦୀମ ଅଞ୍ଜୁମ ଏହି ମାମଲାକୁ ଆଗକୁ ନ ନେଇ ଇସ୍ତଫା ଦେବାପାଇଁ ପରାମର୍ଶ ଦେଇଥିଲେ। ସୂଚନାନୁସାରେ, ଇମ୍ରାନ ଖାନ ନିରପେକ୍ଷତା ଉପରେ ବାଜୱାଙ୍କ ନିକଟରେ ଅଭିଯୋଗ କରିଥିବାବେଳେ ସେନା ମୁଖ୍ୟ ତାଙ୍କୁ ସମ୍ବିଧାନ ଅନୁସରଣ କରିବାକୁ ଏବଂ ଦାୟିତ୍ଵବୋଧକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସୂଚନାନୁସାରେ, ଇମ୍ରାନ ଖାନଙ୍କୁ ବାଜୱା ଆସନ ଛାଡିବାକୁ ମଧ୍ୟ କହିଛନ୍ତି।

ଇମ୍ରାନ ଖାନ କୌଣସି ମୂଲ୍ୟରେ ସେନାର ଆଦେଶ ମାନିବା ପାଇଁ ମନୋବୃତ୍ତିରେ ନାହାଁନ୍ତି ଏବଂ ତାଙ୍କ ପଦ ଛାଡ଼ିବା ପରିବର୍ତ୍ତେ ସେ ଏହି ଯୁଦ୍ଧକୁ ରାସ୍ତା ପର୍ଯ୍ୟନ୍ତ ନେବାକୁ ସ୍ଥିର କରିଛନ୍ତି। ବିଧାନସଭାରେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବର ଗୋଟିଏ ଦିନ ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ପାକିସ୍ତାନ ସଂସଦରେ ପହଞ୍ଚିବାକୁ ସେ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ପାକିସ୍ତାନର ପ୍ରାଣ ପାଇଁ ଲଢିବାକୁ ସର୍ବସାଧାରଣମାନେ ଉପସ୍ଥିତ ରହି ସମସ୍ତ ରେକର୍ଡ ଭାଙ୍ଗିଦିଅନ୍ତୁ ବୋଲି କହିଛନ୍ତି।

ବାସ୍ତବରେ, ଏକ ଆଲୋଚନା ହେଉଛି ଯେ, ଇମ୍ରାନ ଖାନଙ୍କୁ କ୍ଷମତାକୁ ଆଣିବାରେ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବର୍ତ୍ତମାନ ଯେହେତୁ ଇମ୍ରାନ ଖାନ ବିଶେଷ କିଛି କରିବାକୁ ସକ୍ଷମ ନୁହଁନ୍ତି, ତେବେ ତାଙ୍କୁ ହଟାଇବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆସିଛି। ସେ ଏହି ପ୍ରସଙ୍ଗରେ ସେନାର ସାହାଯ୍ୟ ଚାହୁଁଥିଲେ, କିନ୍ତୁ ସେନା ସାହାଯ୍ୟ କରିବାକୁ ମନା କରିଦେଇଥିଲା। କୁହାଯାଉଛି ଯେ ବାଜୱା ତାଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ବର୍ତ୍ତମାନ ଆସନ ବଞ୍ଚାଇବା ପାଇଁ ସେନାର ସାହାଯ୍ୟ ଆବଶ୍ୟକ କରୁଥିବା ବେଳେ ସେନା ପଛକୁ ହଟିଯାଇଛି। ଏହି ସବୁ କାରଣ ସେନାବାହିନୀ ଉପରେ ଇମ୍ରାନ ଖାନ କ୍ରୋଧିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଯେତେବେଳେ ବିପଦ ଆସିଲା, ଭାରତକୁ ମନ ପକାଇ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ରାଜନୈତିକ ସଙ୍କଟ ଏବଂ ପ୍ରଧାନମନ୍ତ୍ରୀଙ୍କ ଆସନ ଉପରେ ଆସୁଥିବା ବିପଦ ମଧ୍ୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ତୀବ୍ର ପ୍ରଶଂସା କରିଛନ୍ତି। ସେ ବିରୋଧ କରୁଥିବା ଦଳର ସାଂସଦମାନଙ୍କୁ କହିଥିଲେ ଯେ, ସମସ୍ତେ ଫେରି ଆସ, ମୁଁ କ୍ଷମା କରିଦେବି। ସେ କହିଛନ୍ତି ମୁଁ ଭାରତକୁ ପ୍ରଶଂସା କରୁଛି। ଭାରତ ସର୍ବଦା ଏକ ସ୍ଵାଧୀନ ବୈଦେଶିକ ନୀତି ବଜାୟ ରଖିଛି। ଭାରତ ଆମେରିକାର ସହଯୋଗୀ ଏବଂ ନିଜକୁ ନିରପେକ୍ଷ ବୋଲି କହିଛି। ସେପଟେ ଭାରତ ଋଷରୁ ତୈଳ ନେଉଛି। କାରଣ ଲୋକଙ୍କ ଉନ୍ନତି ପାଇଁ ଭାରତର ବୈଦେଶିକ ନୀତି କାର୍ଯ୍ୟ କରୁଛି।

ଏଥିସହିତ ଇମ୍ରାନ ଖାନ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନର ଲୋକଙ୍କ ପାଇଁ ଆମେ ନାମାଜ ଏବଂ ଆଜାନରେ କେବଳ ଗୋଟିଏ ଜିନିଷ ମାଗୁଛୁ। ଆମ ଆଗରେ ଦୁଇଟି ରାସ୍ତା ଅଛି। ଗୋଟିଏ ପଟେ ପାକିସ୍ତାନର ବଡ ଡକାୟତମାନେ ଏକାଠି ହୋଇଛନ୍ତି ଏବଂ ଅନ୍ୟ ପଟେ ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ଡକାୟତ ବିରୁଦ୍ଧରେ ୨୫ ବର୍ଷ ଧରି ଲଢୁଛନ୍ତି। ଦେଶ ସ୍ଥିର କରିବାର ସମୟ ଆସିଛି। ଇମ୍ରାନ ଖାନ କହିଛନ୍ତି ଯେ, ଏହି ଡକାୟତମାନେ ଚୋରି ଟଙ୍କାରେ ଆମ ସାଂସଦମାନଙ୍କୁ କିଣିବାକୁ ଚେଷ୍ଟା କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ଲଢେଇ ପାଇଁ ଭାରତକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ନୂଆ ବର୍ଷ ଆସୁ ଆସୁ ଭାରତ ପାଇଁ ଖୁସି ଖବର ମିଳିଛି। ନୂଆ ବର୍ଷର ପ୍ରଥମ ଦୁଇ ଦିନରେ ଭାରତ କ୍ରମାଗତ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ପ୍ରଥମ ଦିନରେ କୋଭିସିଲ୍ଡ ଟିକାକୁ ମଞ୍ଜୁରୀ ମିଳିଥିବା ବେଳେ ଦ୍ଵିତୀୟ ଦିନରେ କୋଭାକ୍ସିନକୁ ମଧ୍ୟ ଅନୁମତି ମିଳିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିବା ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭି.ଜି ସୋମାନି ଦୁଇଟି କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। କୋଭିସିଲ୍ଡ ଟିକା ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ଵାରା ପୁନେର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହୋଇଛି। ସେହିପରି ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକା ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି।