ଯେତେବେଳେ ବିପଦ ଆସିଲା, ଭାରତକୁ ମନ ପକାଇ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

Published: Mar 20, 2022, 6:55 pm IST

ନୂଆଦିଲ୍ଲୀ: ରାଜନୈତିକ ସଙ୍କଟ ଏବଂ ପ୍ରଧାନମନ୍ତ୍ରୀଙ୍କ ଆସନ ଉପରେ ଆସୁଥିବା ବିପଦ ମଧ୍ୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ତୀବ୍ର ପ୍ରଶଂସା କରିଛନ୍ତି। ସେ ବିରୋଧ କରୁଥିବା ଦଳର ସାଂସଦମାନଙ୍କୁ କହିଥିଲେ ଯେ, ସମସ୍ତେ ଫେରି ଆସ, ମୁଁ କ୍ଷମା କରିଦେବି। ସେ କହିଛନ୍ତି ମୁଁ ଭାରତକୁ ପ୍ରଶଂସା କରୁଛି। ଭାରତ ସର୍ବଦା ଏକ ସ୍ଵାଧୀନ ବୈଦେଶିକ ନୀତି ବଜାୟ ରଖିଛି। ଭାରତ ଆମେରିକାର ସହଯୋଗୀ ଏବଂ ନିଜକୁ ନିରପେକ୍ଷ ବୋଲି କହିଛି। ସେପଟେ ଭାରତ ଋଷରୁ ତୈଳ ନେଉଛି। କାରଣ ଲୋକଙ୍କ ଉନ୍ନତି ପାଇଁ ଭାରତର ବୈଦେଶିକ ନୀତି କାର୍ଯ୍ୟ କରୁଛି।

ଏଥିସହିତ ଇମ୍ରାନ ଖାନ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନର ଲୋକଙ୍କ ପାଇଁ ଆମେ ନାମାଜ ଏବଂ ଆଜାନରେ କେବଳ ଗୋଟିଏ ଜିନିଷ ମାଗୁଛୁ। ଆମ ଆଗରେ ଦୁଇଟି ରାସ୍ତା ଅଛି। ଗୋଟିଏ ପଟେ ପାକିସ୍ତାନର ବଡ ଡକାୟତମାନେ ଏକାଠି ହୋଇଛନ୍ତି ଏବଂ ଅନ୍ୟ ପଟେ ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ଡକାୟତ ବିରୁଦ୍ଧରେ ୨୫ ବର୍ଷ ଧରି ଲଢୁଛନ୍ତି। ଦେଶ ସ୍ଥିର କରିବାର ସମୟ ଆସିଛି। ଇମ୍ରାନ ଖାନ କହିଛନ୍ତି ଯେ, ଏହି ଡକାୟତମାନେ ଚୋରି ଟଙ୍କାରେ ଆମ ସାଂସଦମାନଙ୍କୁ କିଣିବାକୁ ଚେଷ୍ଟା କରୁଛନ୍ତି।

Related posts