Categories
ଆଜିର ଖବର ଖେଳ ଜାତୀୟ ଖବର

ଅଣ୍ଡର -19 ବିଶ୍ୱକପ ମ୍ୟାଚରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର କଲେ ବାଂଲାଦେଶ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଣ୍ଡର -19 ବିଶ୍ୱକପ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ 84 ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 251 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର 167 ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚ୍ ସମୟରେ ବାଂଲାଦେଶୀ ଖେଳାଳି ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ସଂଘର୍ଷ କରିଥିଲେ। ସେମାନେ ଭାରତୀୟ ଖେଳାଳିଙ୍କ ସହ ମଧ୍ୟ ଦୁର୍ବ୍ୟବାହର କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ତେବେ ବିବାଦ ବଢୁଥିବା ଦେଖି ଅମ୍ପାୟାର ପହଞ୍ଚି ଉଭୟ ଦଳର ଖେଳାଳିଙ୍କୁ ଶାନ୍ତ କରିଥିଲେ।

ବାସ୍ତବରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଟିମ୍ ଇଣ୍ଡିଆର ପ୍ରଥମ ଦୁଇଟି ୱିକେଟ୍ ଶୀଘ୍ର ଖସିଯାଇଥିଲା। 7 ରନ୍ ସ୍କୋର କରିବା ପରେ ଅର୍ଶିନ କୁଲକର୍ଣ୍ଣି ଏବଂ 3 ରନ୍ ସ୍କୋର କରିବା ପରେ ମୁଶୀର ଖାନ ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଉଦୟ ସାହାରନ ଏବଂ ଆଦର୍ଶ ସିଂ ଇନିଂସ ସମ୍ଭାଳିଥିଲେ। ଏହି ସମୟରେ ବାଂଲାଦେଶୀ ଖେଳାଳି ଅରିଫୁଲ ଇସଲାମ ଭାରତୀୟ ଖେଳାଳିଙ୍କ ସହ ଯୁକ୍ତିତର୍କ କରିଥିଲେ। 25 ତମ ଓଭରରେ ଉଦୟ ଏକ ସଟ୍ ଖେଳିଥିଲେ। ଏହାର ଠିକ୍ ପରେ, ଅରିଫୁଲ୍ କିଛି କାରଣରୁ କ୍ରୋଧିତ ହେଲେ। ସେ ଟିମ୍ ଇଣ୍ଡିଆ ଅଧିନାୟକ ଉଦୟଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ଦେଖି ଉଦୟ ମଧ୍ୟ ଅଟକି ନଥିଲେ ଏବଂ ସେ ଉତ୍ତର ଦେଲେ। ଏହା ପରେ ମାମଲା ବଢିଗଲା ଏବଂ ଅମ୍ପାୟାରକୁ ହସ୍ତକ୍ଷେପ କରିବାକୁ ପଡିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ଲୋକପ୍ରିୟ କ୍ରିକେଟର ଏମଏସ ଧୋନି ହେଲେ ଏସବିଆଇ ର ବ୍ରାଣ୍ଡ ଆମ୍ବାସାଡର, ନେବେ ଏହି ଦାୟିତ୍ଵ

ନୂଆଦିଲ୍ଲୀ: ଦିୱାଲୀ ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ କ୍ରିକେଟର ତଥା ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଆଜି ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବରେ ଏମଏସ ଧୋନି ମାର୍କେଟିଂ ଏବଂ ବିଜ୍ଞାପନର ଭୂମିକା ଗ୍ରହଣ କରିବେ।

ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ଏମଏସ ଧୋନିଙ୍କୁ ଅନ୍ତର୍ଭୁକ୍ତ କରି ଆମେ ବହୁତ ଖୁସି। ଏସବିଆଇ ସହିତ ଧୋନିଙ୍କ ଯୋଡି ହେବା ଆମ ବ୍ରାଣ୍ଡକୁ ଏକ ନୂଆ ଅବତାର ଦେବ। ଏହି ନିଷ୍ପତ୍ତି ହେଉଛି ଏକ ସହଭାଗୀତା, ଆମର ଲକ୍ଷ୍ୟ ହେଉଛି ବିଶ୍ୱାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କୁ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ କରିବା।

ସମ୍ପତ୍ତି, ଜମା, ଶାଖା, ଗ୍ରାହକ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଉଛି ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ, ଏହା ମଧ୍ୟ ଦେଶର ସବୁଠାରୁ ବଡ ଋଣଦାତା, ଯାହା ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭାରତୀୟ ପରିବାରର ଘର କିଣିବାର ସ୍ୱପ୍ନ ପୂରଣ କରିଛି। ବ୍ୟାଙ୍କର ଘରୋଇ ଋଣ ପୋର୍ଟଫୋଲିଓ ୬.୫୩ ଲକ୍ଷ କୋଟିରୁ ଅଧିକ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଖେଳିବେ ଏହି ଚାରି ଭାରତୀୟ କ୍ରିକେଟର, ଜାଣନ୍ତୁ କିଏ କିଏ?

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ପାକିସ୍ତାନ ୨୩୮ ରନ୍‌ର ଏକ ବିରାଟ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନେପାଳ ବିପକ୍ଷ ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ବ୍ୟାଟ୍‌ ଜୋରରେ ଗର୍ଜନ କରିଛି। ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଯେତେବେଳେ କ୍ରିକେଟ୍ ରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ହୁଏ, ଉତ୍ତେଜନା ଶିଖରରେ ପହଞ୍ଚେ।

ଟିମ୍ ଇଣ୍ଡିଆର ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଏକଦିବସୀୟ ମ୍ୟାଚ୍ ଖେଳିବେ। ଏଥିରେ ଓପନର୍ ଶୁଭମାନ ଗିଲ, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ତର୍ଭୁକ୍ତ। ଏହା ନିଶ୍ଚିତ ଯେ, ସମସ୍ତେ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ତେବେ, ଯଦି ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଖେଳାଳି ଏକାଦଶରେ ସ୍ଥାନ ପାଆନ୍ତି, ତେବେ ସେମାନେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଖେଳିବେ।

ଚାରି ବର୍ଷ ପରେ ଭାରତ-ପାକିସ୍ତାନ ସଂଘର୍ଷ କରିବ:

ସେପ୍ଟେମ୍ବର ୨ ତାରିଖରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହେବ। ଚାରି ବର୍ଷ ପରେ ଉଭୟ ଦଳ ODI ରେ ସଂଘର୍ଷ କରିବେ। ଏହାପୂର୍ବରୁ, ୨୦୧୯ ODI ବିଶ୍ୱକପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ଜିତିଥିଲା। ସମସ୍ତେ ଏହି ବଡ ମ୍ୟାଚ୍ ପାଇଁ ଅପେକ୍ଷା କରିଛନ୍ତି। ପ୍ରକାଶ ଯେ ଏହି ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନିଥର ମ୍ୟାଚ୍ ହୋଇପାରେ। ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚିଛନ୍ତି।

କେଏଲ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ:

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏସିଆ କପ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ। ଏହାର ଅର୍ଥ ହେଉଛି ଯେ, ସେପ୍ଟେମ୍ବର ୨ ତାରିଖରେ ଇଶାନ କିଶନ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶର ଅଂଶ ହେବେ।

ପାକିସ୍ତାନ ବିପକ୍ଷରେ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଜସପ୍ରିତ ବୁମ୍ରା।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ବିଜ୍ଞାପନରେ ବେଆଇନ ଭାବେ ନାମ, ଫଟୋ ଏବଂ ସ୍ଵର ବ୍ୟବହାର ମାମଲା: FIR କଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ନାମ, ସ୍ୱର ଏବଂ ଫଟୋ ବେଆଇନ ବ୍ୟବହାର କରିଥିବାରୁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇରେ ଏଫଆଇଆର ଦାଖଲ କରିଛନ୍ତି। ସଚିନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସାଇବର ସେଲରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ମାଷ୍ଟର ବ୍ଲାଷ୍ଟର କହିଛନ୍ତି ଯେ, ତାଙ୍କ ଅନୁମତି ବିନା ଡାକ୍ତରୀ ଉତ୍ପାଦକ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାପନରେ ତାଙ୍କ ଫଟୋ, ତାଙ୍କ ନାମ ଏବଂ ସ୍ୱର ଜାଲିଆତି କରାଯାଇଛି। ଅନଲାଇଇନ୍ ରେ ଉତ୍ପାଦ ଏବଂ ସେବା କିଣିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ବିଜ୍ଞାପନଗୁଡିକ ଠକାମିରେ ବ୍ୟବହୃତ ହୋଇଛି ବୋଲି ସଚିନ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ସଚିନ୍ ତେନ୍ଦୁଲକରଙ୍କ ଛବିର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଛି।

SRT ସ୍ପୋର୍ଟସ୍ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛି। ସଚିନ ନିଜେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟକୁ ରିଟ୍ୱିଟ କରିଛନ୍ତି।

ମୁମ୍ବାଇ ସାଇବର ସେଲରେ ରଖାଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ତେନ୍ଦୁଲକର ଏଭଳି କୌଣସି ଉତ୍ପାଦକୁ ସମର୍ଥନ କରୁନାହାଁନ୍ତି। କିନ୍ତୁ ଲୋକଙ୍କୁ ଛଳନା କରିବା ପାଇଁ ତାଙ୍କର ଚିତ୍ର ଏବଂ ସ୍ୱରର ଅପବ୍ୟବହାର କରାଯାଉଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୪୨୦, ୪୬୫ ଏବଂ ୫୦୦ ଆଇପିସି ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇସିସି ର଼୍ୟାଙ୍କିଙ୍ଗ: ଦିନିକିଆ ଫର୍ମାଟରେ ଉପରକୁ ଉଠିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟର ବିରାଟ କୋହଲି ଏକ ଅଗ୍ରଣୀ ହାସଲ କରିଛନ୍ତି। କୋହଲି ପୁଣି ଥରେ ତାଙ୍କ ପୁରୁଣା ଶୈଳୀକୁ ଫେରିଥିବାର ନଜର ଆସିଛନ୍ତି। ବିଗତ କିଛି ବର୍ଷ ଧରି ଖରାପ ଫର୍ମରେ ରହିବା ପରେ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନିକିଆ ଫର୍ମାଟରେ ତାଙ୍କ ର଼୍ୟାଙ୍କିଙ୍ଗରେ ବୃଦ୍ଧି ହୋଇଛି। ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧ ଶତକ ସହିତ ସେ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ସାତ ନମ୍ବରରେ ପହଞ୍ଚିଛନ୍ତି।

କିଛି ସମୟ ପୂର୍ବରୁ ବିରାଟ କୋହଲି ଦିନିକିଆ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ-୧୦ ଖେଳାଳି ତାଲିକାରୁ ବାଦ ପଡିଥିଲେ। ବର୍ତ୍ତମାନ ତାଙ୍କର ଦିନିକିଆ ର଼୍ୟାଙ୍କିଙ୍ଗ ୭୧୯ ରେଟିଂ ସହିତ ୭ ନମ୍ବରରେ ଅଛନ୍ତି। ରୋହିତ ଶର୍ମାଙ୍କୁ କୋହଲିପଛରେ ପକାଇ ଦେଇଛନ୍ତି। ୭୦୭ ରେଟିଂ ସହ ଭାରତୀୟ ଅଧିନାୟକ ୮ ନମ୍ବରରେ ଅଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଲେ ଭାରତୀୟ କ୍ରିକେଟର ଶିଖର ଧାୱନ!: ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ଆୟଶା ମୁଖାର୍ଜୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦିଓ ଆୟଶାଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି। କିନ୍ତୁ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଶିଖର ଏଭଳି କୌଣସି ସୂଚନା ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ, ଶିଖରଙ୍କ ବକ୍ତବ୍ୟ ପରେ ହିଁ ସତ୍ୟତା ଜଣାପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୨ ମସିହାରେ ଶିଖର ଧାୱନ ଏବଂ ଆୟଶା ମୁଖାର୍ଜୀ ବିବାହ କରିଥିଲେ। ଆୟେଶା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ପ୍ରଥମ ସ୍ଵାମୀଙ୍କ ଏବଂ ଆୟେଶାଙ୍କ ୨ ଜଣ ଝିଅ ଥିଲେ। ପରେ ୨୦୧୪ ମସିହାରେ ଶିଖର ଏବଂ ଆୟେଶାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲେ।