Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଟିମ୍ ଇଣ୍ଡିଆକୁ ଅଭିନନ୍ଦନ!

ଭାରତ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦମ୍‌ଦାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଛି।

ଦୃଢ଼ ବ୍ୟାଟିଂ ଏବଂ ଭଲ ବୋଲିଂ ପାଇଁ ଆମ ଦଳ ଏହି ମ୍ୟାଚ୍ ଜିତିପାରିଛି।

ଫାଇନାଲ ପାଇଁ ଶୁଭେଚ୍ଛା!’

ପ୍ରଧାନମନ୍ତ୍ରୀ ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।

ସେ ପୋଷ୍ଟ କରି କହିଛନ୍ତି ଯେ, ‘ଉଲ୍ଲେଖନୀୟ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଆଜିର ସେମି ଫାଇନାଲ ଆହୁରି ଚମତ୍କାର ହୋଇଥିଲା। ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ବୋଲିଂକୁ ଆଗାମୀ ପିଢ଼ିର କ୍ରିକେଟ ପ୍ରେମୀ ମଧ୍ୟ ମନେ ରଖିବେ।

ଭଲ ଖେଳିଲ ଶାମି!’

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆ ଚମ୍ପିୟାନ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ଶ୍ରୀ ମୋଦୀ ପୋଷ୍ଟ କରି କହିଛନ୍ତି ଯେ, ‘ଟିମ୍ ଇଣ୍ଡିଆ ବହୁତ ସୁନ୍ଦର ଖେଳିଲା! ଏସିଆ କପ୍ ଜିତିବା ପାଇଁ ଅଭିନନ୍ଦନ। ଆମ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ନୂତନ ମୁଖ୍ୟ ଚୟନକର୍ତ୍ତା କିଏ ହେବେ ସେନେଇ ଏହି ପ୍ରଶ୍ନର ଉତ୍ତର ମିଳିଛି। ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକର ଚେତନ ଶର୍ମାଙ୍କ ସ୍ଥାନ ନେବେ। ମୁଖ୍ୟ ଚୟନକର୍ତ୍ତା ହେବା ପରେ ଅଜିତ ଅଗରକରଙ୍କ ଦରମା ମଧ୍ୟ ବିସିସିଆଇ ବୃଦ୍ଧି କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କଲମ୍ବୋ ଅନ୍ତିମ ଟି-୨୦: ଭାରତୀୟ କ୍ରିକେଟ ଦଳ ପାଇଁ କର ବା ମର ପରିସ୍ଥିତି

ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ପରେ ଆଜି ଟିମ୍ ଇଣ୍ଡିଆ ପାଇଁ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଶ୍ରୀଲଙ୍କା ବିରୋଧରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ ରେ ବରାବର ଅଛି ଏବଂ ଏହାର ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ।

ଗତକାଲି ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍‌ରେ ରୋମାଞ୍ଚକର ୪ ୱିକେଟ୍ ରେ ଶ୍ରୀଲଙ୍କା ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ କରୋନା ପଜିଟିଭ ଏବଂ କ୍ୱାରାଣ୍ଟିନ ପ୍ରୋଟୋକଲ ଯୋଗୁଁ ଭାରତର ୯ ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିଲେ। ଏଭଳି ପରିସ୍ଥିତିରେ ଭାରତ ଦ୍ରୁତ ବୋଲର ନବଦୀପ ସାଇନିଙ୍କ ସମେତ ୬ ଟି ବିଶେଷଜ୍ଞ ବୋଲରଙ୍କୁ ଖେଳାଇଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ଏକ କଷ୍ଟଦାୟକ ପିଚରେ ଶ୍ରୀଲଙ୍କା ସ୍ପିନରଙ୍କୁ ସାମ୍ନା କରି ମାତ୍ର ୧୩୨ ରନ ସ୍କୋର କରିପାରିଥିଲା। ଏହାର ଜବାବରେ ମ୍ୟାଚରେ ଦୁଇଟି ବଲ ବାକି ରହି ଶ୍ରୀଲଙ୍କା ଲକ୍ଷ୍ୟ ହାସଲ କରିଥିଲା। ​​ଯାହା ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚକର ଥିଲା। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍‌ରେ ଜିତିବା ପାଇଁ ଉଭୟ ଦଳ ନିଜ ନିଜର ଶତ ପ୍ରତିଶତ ପ୍ରୟାସ ଜାରି ରଖିବେ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ୍ ଆଜି (ଗୁରୁବାର) ରାତି ୮ ଟାରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭:୩୦ ରେ ଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚ୍ ସୋନି ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ସିଧା ଦେଖାଯାଇପାରିବ।

ଜିଓ ଟିଭିର ଆପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ୍ ଲାଇଭ୍ ଦେଖିପାରିବେ। ଏହା ବ୍ୟତୀତ ସୋନିଲିଭ୍ ୱେବସାଇଟରେ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଉପଭୋଗ କରାଯାଇପାରିବ।