Categories
ଆଞ୍ଚଳିକ

ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ଏକତା ସଭା

ଚାନ୍ଦପୁର: ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ବରିଷ୍ଠ ବୀମା ଉନ୍ନୟନ ଅଧିକାରୀ ଉପେନ୍ଦ୍ର କ୍ରାଜିଙ୍କ ତତ୍ୱାବଧାନରେ ଚାନ୍ଦପୁର ଅପସରା ହୋଟେଲ ଠାରେ ଏକତା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ଅନିୟ ମହାନ୍ତି, ସହ ଶାଖା ପ୍ରବନ୍ଧକ ଆଲୋକ କ୍ରୀତ୍ତି, ବୀମା ଉନ୍ନୟନ ଅଧିକାରୀ ଉପେନ୍ଦ୍ର କ୍ରାଜି, ବରିଷ୍ଠ ଅଭିକର୍ତ୍ତା ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଶାଖା ପ୍ରବନ୍ଧକ ଶ୍ରୀ ମହାନ୍ତି ଓ ସହ ଶାଖା ପ୍ରବନ୍ଧକ ଶ୍ରୀ କ୍ରୀତ୍ତି ଜୀବନ ବୀମାର ଉପାଦେୟତା ଓ ଆବଶ୍ୟକୀୟ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଭିକର୍ତ୍ତା ମାନଙ୍କୁ ବିଭିନ୍ନ ବୀମା ଯୋଜନା ବିମାକାରୀଙ୍କ ନିକଟରେ କିଭଳି ଉପସ୍ଥାପନ କରିବା ନେଇ ପ୍ରଶିକ୍ଷଣ ଦେବା ସହ ନୂତନ ବୀମା ଯୋଜନାରେ କିଭଳି ଗ୍ରାହକମାନେ ଆକୃଷ୍ଠ ହୋଇ ପାରିବେ ପ୍ରଶିକ୍ଷଣ ଦିଆଯାଇଥିଲା।

ବରିଷ୍ଠ ଉନ୍ନୟନ ଅଧିକାରୀ ଶ୍ରୀ କ୍ରାଜି ୟୁନିଟିର ଅଭିକର୍ତ୍ତାମାନଙ୍କୁ ଭାରତୀୟ ଜୀବନ ବୀମା ନିଗମରେ ରୋଜଗାରକ୍ଷମ ସହ କ୍ଲବ ମେମ୍ବର ଯୋଗ୍ୟତା ନିମିତ୍ତ ପବର୍ତ୍ତାଇ ଥିଲେ ଜୀବନବୀମା ପ୍ରତିନିଧି ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।