Categories
ଆଜିର ଖବର ଜାତୀୟ ଖବର

ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ନୌସେନା ଦିବସରେ ଭାରତୀୟ ନୌସେନାର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା। ଆମ ସାମୁଦ୍ରିକ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟ ପ୍ରତି ସେମାନଙ୍କ ଅତୁଟ ସମର୍ପଣ ଏବଂ ଆମ ଦେଶ ପ୍ରତି ଭଲପାଇବାର ପ୍ରମାଣ। ସମସ୍ତ ପରିସ୍ଥିତିରେ ସେମାନଙ୍କ ସଂକଳ୍ପ ଏବଂ ସାହସ ଅଟଳ ରହିଥାଏ। ଆମେ ସେମାନଙ୍କ ସେବା ଏବଂ ବଳିଦାନ ପ୍ରତି ସର୍ବଦା କୃତଜ୍ଞ।

ଆଜି ମହାରାଷ୍ଟ୍ରର ସିନ୍ଧୁଦୁର୍ଗଠାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଏହି ସ୍ଥାନର ନିବିଡ଼ ସମ୍ପର୍କ ରହିଛି, ଯିଏ କି ମଜଭୁତ ନୌସେନା ଗଠନର ପ୍ରୟାସ ପାଇଁ ପରିଚିତ।’

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକାରେ ଭାରତୀୟ ନୌସେନା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଆଇଏନଏସ ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମ୍ରେଡ଼ ଏନ.ପି ପ୍ରଦୀପ ଷ୍ଟେସନର ଯୁଦ୍ଧ ମେମୋରିଆଲ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ତ୍ତବ୍ୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ନାବିକମାନଙ୍କୁ ସମ୍ମାନ ଜଣାଇଥିଲେ।

୧୯୭୧ ରେ ପାକିସ୍ତାନ ବିରୋଧରେ ଭାରତ ହାସଲ କରିଥିବା ନିର୍ଣ୍ଣାୟକ ବିଜୟ, ଯାହାକି ନୌସେନାର ଯୋଦ୍ଧାମାନଙ୍କ ଦ୍ୱାରା ପାକିସ୍ତାନର କରାଚି ଉପରେ ସାହସିକ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ସମ୍ଭବ ହୋଇପାରିଥିଲା। ତେଣୁ ପ୍ରତିବର୍ଷ ଡିସେମ୍ବର ୦୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଏ। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସାହସୀ ଯୋଦ୍ଧାଙ୍କ ସମ୍ମାନରେ ଏବଂ ଦିବଂଗତଙ୍କ ଆତ୍ମାକୁ ଜାତିର କୃତଜ୍ଞତା ନିମନ୍ତେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିନରେ ଉକ୍ତ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ।