ଆଇଏନଏସ ଚିଲିକାରେ ଭାରତୀୟ ନୌସେନା ଦିବସ ପାଳିତ

Published: Dec 4, 2021, 6:49 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଆଇଏନଏସ ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମ୍ରେଡ଼ ଏନ.ପି ପ୍ରଦୀପ ଷ୍ଟେସନର ଯୁଦ୍ଧ ମେମୋରିଆଲ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ତ୍ତବ୍ୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ନାବିକମାନଙ୍କୁ ସମ୍ମାନ ଜଣାଇଥିଲେ।

୧୯୭୧ ରେ ପାକିସ୍ତାନ ବିରୋଧରେ ଭାରତ ହାସଲ କରିଥିବା ନିର୍ଣ୍ଣାୟକ ବିଜୟ, ଯାହାକି ନୌସେନାର ଯୋଦ୍ଧାମାନଙ୍କ ଦ୍ୱାରା ପାକିସ୍ତାନର କରାଚି ଉପରେ ସାହସିକ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ସମ୍ଭବ ହୋଇପାରିଥିଲା। ତେଣୁ ପ୍ରତିବର୍ଷ ଡିସେମ୍ବର ୦୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଏ। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସାହସୀ ଯୋଦ୍ଧାଙ୍କ ସମ୍ମାନରେ ଏବଂ ଦିବଂଗତଙ୍କ ଆତ୍ମାକୁ ଜାତିର କୃତଜ୍ଞତା ନିମନ୍ତେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିନରେ ଉକ୍ତ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ।

Related posts