Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହ୍ଵାଟ୍ସଆପ୍ କଲ୍ କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ କି?: ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା ଜିଓ

ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନରେ ଭାରତ ସରକାର ଟେଲିକମ୍ୟୁନିକେସନ୍ ବିଲ-୨୦୨୩ ଆଗତ କରିଛନ୍ତି। ଏଥିରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି। ସେହିପରି ନେଟଫ୍ଲିକ୍ସ ଓ ପ୍ରାଇମ ଭିଡିଓ ଭଳି ଆପକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ଚର୍ଚ୍ଚା ହୋଇଥିଲା। ସୋମବାର ସଂସଦରେ ଟେଲିକମ୍ ବିଲ୍ ଆଗତ ହୋଇଛି। ଟେଲିକମ୍ ସେବାରେ ଓଟିଟି ସଂଜ୍ଞା ଅନ୍ତର୍ଭୁକ୍ତ ହୋଇନାହିଁ।

ଏହାପରେ ସାଟେଲାଇଟ୍ ସ୍ପେକ୍ଟ୍ରମକୁ ନେଇ ସରକାର କ’ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି। ଏହାଦ୍ୱାରା ଟେଲିକମ୍ ନିୟାମକମାନଙ୍କୁ ଦିଆଯାଇଥିବା କ୍ଷମତା ବଜାୟ ରହିବ। ପୂର୍ବ ବିଲରେ ହ୍ଵାଟ୍ସଆପ୍ ଏବଂ ସ୍କାଇପ୍ ଭଳି ଭିଡିଓ କଲିଂ ପ୍ରୋଗ୍ରାମରେ ଏହି ସଂଜ୍ଞା ସ୍ଥିର କରାଯାଇଥିଲା। କିନ୍ତୁ ଏବେ ସେହି ସଂଜ୍ଞାକୁ ହଟାଇ ଦିଆଯାଇଛି। ଏହାଦ୍ୱାରା ଆପ୍ସକୁ ବହୁତ ଫାଇଦା ମିଳିବ।

ଜରିମାନା ମଧ୍ୟ ହ୍ରାସ କରାଯାଇଛି

ଏଥିସହ ଟେଲିକମ୍ କମ୍ପାନିଗୁଡ଼ିକ ପାଇଁ ଜରିମାନାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏବେ କମ୍ପାନିଗୁଡ଼ିକୁ ସର୍ବାଧିକ ୫ କୋଟି ଜରିମାନା ଦେବାକୁ ପଡ଼ିବ। ଅପରପକ୍ଷରେ କମ୍ପାନିଗୁଡ଼ିକ ଉପରେ ୫୦ କୋଟି ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହି ଅନୁଯାୟୀ ଟେଲିକମ୍ କମ୍ପାନିଗୁଡ଼ିକୁ ଅନେକ ଆଶ୍ୱସ୍ତି ଦିଆଯାଇଛି।

ମାଗଣା ହ୍ଵାଟ୍ସଆପ୍ କଲିଂ

ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପୂର୍ବରୁ କହିଥିଲେ ଯେ ଓଟିଟି ଯୋଗାଯୋଗ ଏବଂ ଉପଗ୍ରହ ଆଧାରିତ ସେବା ଅଡିଓ ଏବଂ ଭିଡିଓ କଲ୍ ପ୍ରଦାନ କରୁଥିବାରୁ ସେମାନଙ୍କୁ ଏହା ବନ୍ଦ କରିବାକୁ ପଡ଼ିବ ଏବଂ ଏଥିପାଇଁ କୌଣସି ଶୁଳ୍କ ନିଆଯାଏ ନାହିଁ। ଏଥିପାଇଁ ସେମାନେ ସ୍ପେକ୍ଟ୍ରମ୍ ଫି’ ଏବଂ ଲାଇସେନ୍ସ ଫି’ ମଧ୍ୟ ଦେଉନାହାନ୍ତି। କମ୍ ସ୍ପଷ୍ଟତା କାରଣରୁ ନେଟଫ୍ଲିକ୍ସ, ପ୍ରାଇମ୍ ଏହି ପ୍ରସଙ୍ଗ ଉଠାଇଥିଲା। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅର୍ଥାତ୍ ବର୍ତ୍ତମାନ କୌଣସି ଶୁଳ୍କ ନାହିଁ ଏବଂ ଆପଣ ସମାନ ଢଙ୍ଗରେ ହ୍ୱାଟସଆପ୍ ମାଗଣା କଲିଂର ମଜା ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ମୃତୟନ ହୋଇଥିବା ମୋଟ ୫ଜି ବିଟିଏସ ମଧ୍ୟରୁ ୮୧% ରୁ ଅଧିକ ମୃତୟନ କରିଛି ରିଲାଏନ୍ସ ଜିଓ

ଭୁବନେଶ୍ୱର /ନୂଆଦିଲ୍ଲୀ: କେନ୍ଦ୍ର ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଜୁଲାଇ ୭ ତାରିଖ ସୁଦ୍ଧା ଦେଶରେ ମୃତୟନ କରାଯାଇଥିବା ମୋଟ ୨୮୧୯୪୮ ଟି ୫ଜି ବିଟିଏସ ମଧ୍ୟରୁ କେବଳ ରିଲାଏନ୍ସ ଜିଓ ୨୨୮୬୮୯ ଟି ୫ଜି ବିଟିଏସ ମୃତୟନ କରିଛି। ସାରା ଦେଶରେ ମୃତୟନ ହୋଇଥିବା ମୋଟ ୫ଜି ବିଟିଏସ ସଂଖ୍ୟାରେ ଜିଓ ଏକାକୀ ଯୋଗଦାନ ୮୧ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପକ୍ଷରେ ଭାରତୀ ଏୟାରଟେଲ ପକ୍ଷରୁ ସାରା ଦେଶରେ ମାତ୍ର ୫୨୨୨୩ ଟି ୫ଜି ବିଟିଏସ ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦୂରସଂଚାର ରାଜ୍ୟମନ୍ତ୍ରୀ ଦେବୁସିଂ ଚୌହାନ ଏହି ତଥ୍ୟ ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶର ପ୍ରତି ଜିଲ୍ଲା ହିସାବରେ ୫ଜି ନେଟୱାର୍କ ମୃତୟନର ତଥ୍ୟ ପ୍ରଦାନ କରାଯାଇଛି। ଏହି ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀରେ ମୃତୟନ ହୋଇଥିବା ୧୦୫୩୨ ଟି ୫ଜି ବିଟିଏସ ମଧ୍ୟରୁ ଜିଓ ୮୨୦୪ ଟି ୫ଜି ବିଟିଏସ ମୃତୟନ କରିଥିବା ବେଳେ ଏୟାରଟେଲ ମାତ୍ର ୨୩୧୦ ଟି ୫ଜି ବିଟିଏସ ମୃତୟନ କରିଛି। ସେହିଭଳି ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ମଧ୍ୟ ଜିଓ ଏୟାରଟେଲ ଠାରୁ ବେଶ ଆଗରେ ରହିଛି। ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମୁମ୍ବାଇରେ ମୃତୟନ ହୋଇଥିବା ମୋଟ ୫୧୬୭ ଟି ୫ଜି ବିଟିଏସ ମଧ୍ୟରୁ ୩୯୫୩ ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୧୨୧୪ ଟି ରହିଛି।

ଦୂରସଂଚାର ବିଭାଗ ଦ୍ୱାରା ପ୍ରଦତ୍ତ ଜିଲ୍ଲା ହିସାବରେ ୫ଜି ବିଟିଏସ ମୃତୟନ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜୁଲାଇ ୭ ସୁଦ୍ଧା ମୋଟ ୭୭୫୬ ଟି ୫ଜି ବିଟିଏସ ମୃତୟନ କରାଯାଇଥିବା ଜଣାପଡିଛି। ଏଥି ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ ଟି ୫ଜି ବିଟିଏସ ମୃତୟନ କରି ବେଶ ଆଗରେ ରହିଥିବା ବେଳେ ଏୟାରଟେଲ ମାତ୍ର ୧୪୧୧ ଟି ୫ଜି ବିଟିଏସ ମୃତୟନ କରିଛି।

ଏକମାତ୍ର ଟେଲିକମ ଅପରେଟର ଭାବରେ ରିଲାଏନ୍ସ ଜିଓ ଓଡ଼ିଶାର ସବୁ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରିଥିବା ଏହି ତଥ୍ୟରୁ ଜଣାପଡିଛି। ଜିଲ୍ଲା ହିସାବରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ମୃତୟନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ ଟି ୫ଜି ବିଟିଏସ ରହିଛି। ଖୋର୍ଦ୍ଧା ଜିଲ୍ଲା ପରେ କଟକ ଜିଲ୍ଲାରେ ମୃତୟନ ହୋଇଥିବା ଦ୍ୱିତୀୟ ସର୍ବାଧିକ ୭୯୨ ଟି ୫ଜି ବିଟିଏସ ମଧ୍ୟରୁ ୭୧୦ ଟି ଜିଓ ପକ୍ଷରୁ ମୃତୟନ କରାଯାଇଥିବା ବେଳେ ଏୟାରଟେଲ ପକ୍ଷରୁ ମାତ୍ର ୮୨ ଟି ୫ଜି ବିଟିଏସ ମୃତୟନ କରାଯାଇଥିବା ଏହି ତଥ୍ୟରୁ ସୂଚନା ମିଳିଛି।

ସେହିଭଳି ଗଂଜାମ ଜିଲ୍ଲାରେ ମୃତୟନ ହୋଇଥିବା ୫୪୨ ଟି ୫ଜି ବିଟିଏସ ମଧ୍ୟରୁ ୪୨୦ ଟି ଜିଓର ଓ ୧୨୨ ଟି ଏୟାରଟେଲର ରହିଛି। ସୁନ୍ଦରଗଡ ଜିଲ୍ଲାରେ ମୃତୟନ ହୋଇଥିବା ୫୧୪ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୪୪୮ଟି ଏବଂ ଏୟାରଟେଲର ୬୬ଟି ୫ଜି ବିଟିଏସ ରହିଛି। ସେହିଭଳି ବାଲେଶ୍ୱର ଜିଲ୍ଲାରେ ମୃତୟନ ହୋଇଥିବା ୪୪୪ଟି ୫ଜି ବିଟିଏସ ମଧ୍ୟରୁ ଜିଓ ୩୫୬ ଟି ୫ଜି ବିଟିଏସ ସ୍ଥାପନ କରିଥିବା ବେଳେ ଏୟାରଟେଲର ୮୮ଟି ରହିଛି।

ଯାଜପୁର ଜିଲ୍ଲାରେ ରହିଥିବା ୪୦୫ ଟି ୫ଜି ବିଟିଏସ ମଧ୍ୟରୁ ୩୧୮ ଟି ଜିଓର ରହିଥିବାବେଳେ ଏୟାରଟେଲର ୮୭ଟି ରହିଛି। ସେହିଭଳି ପୁରୀ ଜିଲ୍ଲାରେ ମୃତୟନ ହୋଇଥିବା ୩୪୭ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ସର୍ବାଧିକ ୨୮୨ ଟି ୫ଜି ବିଟିଏସ ରହିଥିବା ବେଳେ ଏୟାରଟେଲର ୬୫ଟି ୫ଜି ବିଟିଏସ ରହିଛି। ଅନୁଗୁଳ ଜିଲ୍ଲାରେ ରହିଥିବା ୩୧୭ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୫୨ ଟି ରହିଥିବା ଏୟାରଟେଲର ୬୫ଟି ୫ଜି ବିଟିଏସ ରହିଛି।

ସେହିଭଳି ସମ୍ବଲପୁର ଜିଲ୍ଲାରେ ମୃତୟନ ହୋଇଥିବା ୨୫୪ ଟି ୫ଜି ବିଟିଏସ ମଧ୍ୟରୁ ୨୦୦ ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୫୪ଟି ରହିଛି। ଭଦ୍ରକ ଜିଲ୍ଲାରେ ମୋଟ ୨୫୬ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୦୬ ଟି ଏବଂ ଏୟାରଟେଲର ୫୦ ଟି ରହିଛି। ସେହିଭଳି କେନ୍ଦୁଝର ଜିଲ୍ଲାର ୧୫୩ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୨୬ ଟି ରହିଥିବା ବେଳେ ଏୟାରଟେଲର ୨୭ଟି ରହିଛି। ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଓ ପକ୍ଷରୁ ସର୍ବାଧିକ ୫ଜି ବିଟିଏସ ସ୍ଥାପନ କରାଯାଇଥିବା ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶର ଆଠଟି ସହରରେ 5G ସେବା ଆରମ୍ଭ କଲା ଏୟାରଟେଲ, ଗ୍ରାହକଙ୍କୁ କେତେ ଦେବାକୁ ପଡିବ ଦେୟ

ନୂଆଦିଲ୍ଲୀ: ଦେଶର ଆଠଟି ସହର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଏବଂ ବାରାଣାସୀରେ ପ୍ରମୁଖ ଟେଲିକମ୍ କମ୍ପାନୀ ଭାରତ ଏୟାରଟେଲର 5G ସେବା ଆରମ୍ଭ ହୋଇଛି। କମ୍ପାନୀ ଆଜି ଏହି ସୂଚନା ଦେଇଛି। ବିବୃତ୍ତିରେ କୁହାଯାଇଛି ଯେ 5G ସେବା ପାଇଥିବା ଗ୍ରାହକଙ୍କୁ ସେମାନଙ୍କ 4G ଯୋଜନା ଅନୁଯାୟୀ ଦେୟ ଦେବାକୁ ପଡିବ। ଭାରତ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୋପାଳ ଭିଟଲ 5G ଉନ୍ମୋଚନ ଅବସରରେ କହିଛନ୍ତି ଯେ, ଭାରତୀ ଏୟାରଟେଲ ଗତ 27 ବର୍ଷ ଧରି ଦେଶର ଟେଲିକମ୍ ବିପ୍ଳବର ଅଗ୍ରଭାଗରେ ରହିଆସିଛି। ଆମର ଗ୍ରାହକଙ୍କୁ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ ଆମେ ସର୍ବଦା ଏକ ମହାନ ନେଟୱାର୍କ ନିର୍ମାଣ କରିଛୁ ଏବଂ ଏହା ଜାରି ରଖିବୁ। ଆଜି ଏହା ଆମର ଯାତ୍ରା ର ଆଉ ଏକ ପଦକ୍ଷେପ।

ସେ କହିଛନ୍ତି ଯେ, ଏୟାରଟେଲ 5 ଜି ପ୍ଲସ୍ ଯେକୌଣସି 5G ଉପକରଣ ଏବଂ ଗ୍ରାହକଙ୍କ ବିଦ୍ୟମାନ ସିମ୍ କାର୍ଡ ସହିତ କାମ କରିବ। ଭାରତୀ ଏଣ୍ଟରପ୍ରାଇଜେସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁନୀଲ ମିତ୍ତଲ ଅକ୍ଟୋବର 1 ତାରିଖରେ ଦେଶର 8 ଟି ସହରରେ 5G ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଗ୍ରାହକମାନେ ସେମାନଙ୍କର 4G ଯୋଜନା ଅନୁଯାୟୀ ସେବା ପାଇପାରିବେ। ଏୟାରଟେଲ ଗ୍ରାହକମାନେ ନିଜ ଅଞ୍ଚଳରେ 5G ସିଗନାଲ ପାଇବା ପାଇଁ 5G କୁ ଯାଇପାରିବେ। ଯଦିଓ, ଯଦି ଗ୍ରାହକମାନେ ଅନୁଭବ କରନ୍ତି ଯେ 5G ରେ ଡାଟା ବ୍ୟବହାର ଅଧିକ ହେଉଛି, ତେବେ ସେମାନେ 4G ନେଟୱାର୍କକୁ ଫେରିପାରିବେ। ମୁଖପାତ୍ର କହିଛନ୍ତି, “5G କୁ ପ୍ରବେଶ ଏକ ବୈକଳ୍ପିକ ଅଟେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବ୍ୟବସାୟ ପାଇଁ ହାତ ମିଳାଇଲେ ରିଲାଏନସ ଜିଓ ଏବଂ ଏୟାରଟେଲ, କଲେ ଚୁକ୍ତିନାମା

ମୁମ୍ବଇ, ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରିଛି । ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଟ୍ରେଡିଂ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବା ମୋଟ ୭.୫୦ ମେଗାହର୍ଜ ସ୍ପେକ୍ଟ୍ରମ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ସର୍କଲରେ ୩.୭୫ ମେଗାହର୍ଜ, ଦିଲ୍ଲୀ ସର୍କଲରେ ୧.୨୫ ମେଗାହର୍ଜ, ମୁମ୍ବଇ ସର୍କଲରେ ୨.୫୦ ମେଗାହର୍ଜ ।

ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି । ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି, ଏବଂ ତାହା କୌଣସି କାରବାର ସମ୍ପର୍କିତ ଆଡଜଷ୍ଟମେଣ୍ଟ ମଧ୍ୟ କରାଯାଇପାରିବ ।

ସ୍ପେକ୍ଟ୍ରମ ବ୍ୟବହାର ସକାଶେ ଏହି ଟ୍ରେଡିଂ ଅଧିକାର ସହିତ ଆରଜେଆଇଏଲ୍ ସଂପ୍ରତି ମୁମ୍ବଇ ସର୍କଲରେ ୨ଙ୍ଘ୧୫ ମେଗାହର୍ଜ ଏବଂ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍କଲରେ ୨ଙ୍ଘ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିବ ଏବଂ ତଦ୍ଦ୍ୱାରା ଏହିସବୁ ସର୍କଲରେ ଏହାର ସ୍ପେକ୍ଟ୍ରମ ଉପସ୍ଥିତିକୁ ଅଧିକ ସୁଦୃଢ କରିପାରିବ । ବର୍ଦ୍ଧିତ ସ୍ପେକ୍ଟ୍ରମ ଉପସ୍ଥିତି, ବିଶେଷକରି ସଂସ୍ପର୍ଶୀ ସ୍ପେକ୍ଟ୍ରମ ବଳରେ ଏବଂ ଉନ୍ନତ ଭିତିଭୂମି ଦ୍ୱାରା ଆରଜେଆଇଏଲ୍ ଏହାର ନେଟୱର୍କ କ୍ଷମତାରେ ପୁନଃ ବୃଦ୍ଧି ଘଟାଇଛି । ଏହି କାରବାର ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନ ମିଳିବାପରେ କାର‌୍ୟ୍ୟକ୍ଷମ ହେବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓର ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା ପରେ ଟେଲିକମ୍ ଷ୍ଟକ ମାର୍କେଟରେ ହଲଚଲ, ଖସିଲା ବିଭିନ୍ନ ସେୟାର

ମୁମ୍ବାଇ, ରିଲାଏନ୍ସ ଜିଓ ତାହାର ନୂଆ ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଘୋଷଣା କରିବାର ଦିନକ ପରେ ଦୂରସଂଚାର କ୍ଷେତ୍ରରେ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକର ଷ୍ଟକମୂଲ୍ୟରେ ବୁଧବାର ଆକସ୍ମିକ ଭାବେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ଭୋଡାଫୋନ ଆଇଡିଆ ଷ୍ଟକ ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସର୍ବାଧିକ ୧୦.୦୫% ହ୍ରାସ ପାଇ ସେୟାର ପିଛା ୯.୨୨ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏହା ୧୪% ହ୍ରାସପାଇ ୮.୮୧ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଅନୁରୂପ ଭାବେ ଭାରତୀ ଏୟାରଟେଲ ସେୟାର ମୂଲ୍ୟ ବୁଧବାର ଦିନ ୭.୮୯% ହ୍ରାସପାଇ ୪୩୩.୯୦ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏଥିରେ ୯.୯୯% ହ୍ରାସ ପରିଲକ୍ଷିତ ହେବା ସହିତ ଏହା ୪୨୩.୯୫ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା ।

ଏସମ୍ପର୍କରେ ବଜାର ବିଶ୍ଳେଷଣକାରୀ ସଂସ୍ଥା ଚଏସ୍ ବ୍ରୋକିଂ ପକ୍ଷରୁ କୁହାଯାଇଛି, ରିଲାଏନ୍ସ ଜିଓ ନୂଆ ପୋଷ୍ଟପେଡ ତାରିଫ ପ୍ଲାନ ଘୋଷଣା କରିବାପରେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି ଦୂରସଂଚାର କମ୍ପାନୀଗୁଡିକର ଷ୍ଟକ ମୂଲ୍ୟ ହ୍ରାସ ଘଟିଥିଲା । ପୂର୍ବରୁ ମୋବାଇଲ ତାରିଫ ଏବଂ ଫାଇବର-ବ୍ରଡବ୍ୟାଣ୍ଡ୍ ସେବା ମୂଲ୍ୟରେ ତୀବ୍ର ପ୍ରତିଯୋଗିତା ଆରମ୍ଭ କରିଥିବା ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ମଙ୍ଗଳବାର ଦିନ ନୂଆ ସୁଲଭ ପୋଷ୍ଟପେଡ ପ୍ଲାନ ସମୂହ ଉନ୍ମୋଚନ କରିଥିଲା । ଏଥିରେ ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ଏବଂ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ ଡିଜ୍‌ନି+ ହଟ୍‌ଷ୍ଟାର ସବ୍‌ସ୍କ୍ରିପସନକୁ ସଂଯୁକ୍ତ କରାଯାଇଛି ।

ଗ୍ରାହକଙ୍କ ପାଇଁ ଜିଓପୋଷ୍ଟପେଡ ପ୍ଲ୍‌ଓ ପ୍ଲାନ୍‌ରେ ମାସିକ ତାରିଫ ୩୯୯ ଟଙ୍କାରୁ ଆରମ୍ଭ କରି ୧୪୯୯ ଟଙ୍କା ପର‌୍ୟ୍ୟନ୍ତ ରହିଛି ଏବଂ ସେଥିରେ ବିଭିନ୍ନ ଫାଇଦା ମିଳିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି । ପୋଷ୍ଟପେଡ କ୍ଷେତ୍ରରେ ଜିଓ ପକ୍ଷରୁ ସୁଲଭ ତାରିଫ୍ ଘୋଷଣା କରାଯାଇଥିବାରୁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିନା କରାଯାଉଛି ।

ନୂଆକରି ପ୍ରଚଳନ କରାଯାଇଥିବା ଜିଓପୋଷ୍ଟପେଡ ପ୍ଲସ୍ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସଂଯୋଗ, ମନୋରଞ୍ଜନ ଏବଂ ଅନୁଭୂତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ସେବା ଯୋଗାଣ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି । ତୀବ୍ର ପ୍ରତିଯୋଗିତାମୂଳକ ଭାରତୀୟ ଦୂରସଂଚାର ବଜାରରେ ନିଜର ଅଧୁନାତମ ପୋଷ୍ଟପେଡ ଆକମଣାତ୍ମକ ତାରିଫ ଘୋଷଣା ସହିତ ଜିଓ ମଧ୍ୟ ମାଗଣା ହୋମ୍ ଡେଲିଭରୀ ଏବଂ ଆକ୍ଟିଭେସନ ତଥା ପ୍ରିମିୟମ କଲ୍ ସେଣ୍ଟର ସେବା ଯୋଗାଇ ଦେଉଛି ।

ବଜାର ବିଶ୍ଳେଷଣକାରୀ ସଂସ୍ଥା ଜେପି ମୋର୍ଗାନ ଏହାର ରିପୋର୍ଟରେ କହିଛି ଯେ ଜିଓର ନୂଆ ପୋଷ୍ଟପେଡ୍ ପ୍ଲାନ୍‌ରେ ଓଟିଟି ସମ୍ମିଳିତ ପ୍ରତି ୧ଜିବି ଡାଟା ପିଛା ହାରାହାରି ଯେତିକି ଖର୍ଚ୍ଚ ହେଉଛି, ସମଷ୍ଟିଗତ ଭାବରେ ପ୍ରଦାନ କରାଯିବା ଦ୍ୱାରା ତାହା ଜିଓର ନିଜସ୍ୱ ପ୍ରପେଡ ପ୍ଲାନ୍‌ରେ ସେହି ସମାନ ଡାଟା ଠାରୁ ୫୦ରୁ ୫୩% ପର‌୍ୟ୍ୟନ୍ତ ଶସ୍ତା ପଡୁଛି । ଏହାଦ୍ୱାରା ସାମଗ୍ରିକ ଭାବେ ଦୂରସଂଚାର ବଜାରକୁ ଅଧିକ ରାଜସ୍ୱ ମିଳିପାରିବ ଏବଂ ଏହା ସମୁଦାୟ ଦୂରସଂଚାର ଶିଳ୍ପ ପାଇଁ ଏକ ସକାରାତ୍ମକ ପ୍ରୟାସ। ଜିଓ ମଧ୍ୟ ଏହାର ବିଶାଳ ସ୍ମାର୍ଟଫୋନ ଗ୍ରାହକଙ୍କୁ ପୋଷ୍ଟପେଡ ଗ୍ରାହକଭାବେ ରୂପାନ୍ତରଣ କରିବା ଯୋଜନା ରଖିଥିବା କୁହାଯାଇଛି।

ଅନ୍ୟ ଏକ ବିଶ୍ଲେଷଣକାରୀ ସଂସ୍ଥା ଜେଫେରିଜ୍ ପକ୍ଷରୁ କୁହାଯାଇଛି, ପୋଷ୍ଟପେଡ ଗ୍ରାହକଙ୍କୁ ନଜରରେ ରଖି ଜିଓ ପକ୍ଷରୁ ଏହା ଦ୍ୱିତୀୟ ପ୍ରୟାସ ହୋଇଛି ଏବଂ ଏହା ଭୋଡାଫୋନ ଆଇଡିଆର ପ୍ରାୟ ୨୩ ନିୟୁତ ପୋଷ୍ଟପେଡ ଗ୍ରାହକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି। ଭୋଡାଫୋନ ଆଇଡିଆର ସେବାର ମାନରେ ପାର୍ଥକ୍ୟ ବୃଦ୍ଧିପାଇଚାଲିବାବେଳେ ତାହାର ପୋଷ୍ଟପେଡ ଗ୍ରାହକମାନେ ଆନ୍ଦୋଳିତ ହେବାନେଇ ଅତି ସମ୍ବେଦନଶୀଳ ବିବେଚିତ ହେଉଛନ୍ତି ଏବଂ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଜିଓ ଠିକଣା ସମୟରେ ତାହାର ତାଜା ପୋଷ୍ଟପେଡ ତାରିଫ ପ୍ଲାନ ପ୍ରଚଳନ କରିଛି।

ଏମ୍‌କେ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି, ପୋଷ୍ଟପେଡ୍ କ୍ଷେତ୍ରରେ ଜିଓ ପକ୍ଷରୁ ପ୍ରଦାନ କରାଯାଉଥିବା ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି-ହଟ୍‌ଷ୍ଟାର ଭିଆଇପି ଭଳି ବ୍ୟାପକ ମାତ୍ରାରେ ଆକ୍ରମଣାତ୍ମକ କଣ୍ଟେଣ୍ଟ ଗ୍ରାହକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବା ଆଶା କରାଯାଉଛି। ଅନ୍ୟପକ୍ଷରେ ଭୋଡାଫୋନ ଆଇଡିଆର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ଅଧିକ ସଂଖ୍ୟାରେ ପୋଷ୍ଟପେଡ ଗ୍ରାହକ ଏହାକୁ ଅଧିକ କ୍ଷତି ପହଞ୍ଚାଉଛି।

ଅନ୍ୟତମ ବଜାର ବିଶ୍ଳେଷଣକାରୀ ସଂସ୍ଥା ବିଏନ୍‌ପି ପାରିବାସ୍ କହିଛି, ଜିଓ ଅତ୍ୟନ୍ତ ସୁଲଭ ଓ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ତାହାର ପ୍ରିମିୟମ କଣ୍ଟେଣ୍ଟକୁ ଏକତ୍ର ଭାବେ ଯୋଗାଇବା ଆରମ୍ଭ କରିଛି। ଆକର୍ଷଣୀୟ କଣ୍ଟେଣ୍ଟକୁ ଏକାଠି ପ୍ରଦାନ କରାଯିବା ପ୍ରସ୍ତାବ ଯୋଗୁ ବହୁସଂଖ୍ୟକ ଗ୍ରାହକଙ୍କ ପାଇଁ ଏହି ପୋଷ୍ଟପେଡ ଯୋଜନା ଆକର୍ଷଣୀୟ ହୋଇପାରେ ଏବଂ ଏହା ପୋଷ୍ଟପେଡ ବଜାରକୁ ଅଧିକ ପରିବ୍ୟାପ୍ତ କରିବା ସମ୍ଭାବନା ରହିଛି ବୋଲି ଏହା କହିଛି।