Categories
ଆଜିର ଖବର ଜାତୀୟ ଖବର

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି। ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି। ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ। ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବ୍‌ରେ ପରିଣତ ହେବ। ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସ୍‌ର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର୍ଯ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ। ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ।’’

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ। କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି। ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ।’’

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି ।

ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ। ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବ୍‌ରେ ପରିଣତ ହେବ। ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସ୍‌ର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର‌୍ୟ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ। ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ।’’

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ। କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି। ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ।’’

Categories
ଆଜିର ଖବର ଜାତୀୟ ଖବର

ଭାରତ ଡ୍ରୋନ୍ ମହୋତ୍ସବକୁ ପ୍ରଗତି ମଇଦାନରେ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ – ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ କୁ ୨୭ ମଇ ୨୦୨୨ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ, ଖୋଲା ଆକାଶରେ ଡ୍ରୋନ୍ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ୍ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପମାନଙ୍କ ସହିତ ଆଲୋଚନା କରିବେ।

ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ ହେଉଛି ଦୁଇ ଦିନିଆ କାର୍ଯ୍ୟକ୍ରମ ଏବଂ ଏହା ୨୭ ଏବଂ ୨୮ ମଇରେ ଅନୁଷ୍ଠିତ ହେବ। ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସ୍‍ୟୁ, ଘରୋଇ କମ୍ପାନୀ ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ମହୋତ୍ସବରେ ଅଂଶଗ୍ରହଣ କରିବେ। ୭୦ ରୁ ଅଧିକ ପ୍ରଦର୍ଶନକାରୀ ପ୍ରଦର୍ଶନୀରେ ଡ୍ରୋନର ବିଭିନ୍ନ ବ୍ୟବହାର ଦେଖାଇବେ।

ମହୋତ୍ସବରେ ଅନ୍ୟଗୁଡିକ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ପ୍ରଦାନ, ନୂତନ ସାମଗ୍ରୀର ଶୁଭାରମ୍ଭ, ପ୍ୟାନେଲ୍ ଆଲୋଚନା, ଉଡାଣ ପ୍ରଦର୍ଶନ, ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଟ୍ୟାକ୍ସି ପ୍ରୋଟୋଟାଇପ୍ ଆଦି ଦେଖିବାକୁ ମିଳିବ।