Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍‌ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ
ରାଜ୍ୟ ଖବର

ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍‌ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘Stat-Odisha’ app launched; state’s economic data to be available on mobile

ଭୁବନେଶ୍ବର: ରାଜ୍ୟର ସରକାରୀ ପରିସଂଖ୍ୟାନ ଓ ଅର୍ଥନୈତିକ ତଥ୍ୟକୁ ସାଧାରଣ ଜନତା, ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଷ୍ଟାଟ୍-ଓଡ଼ିଶା’ (STAT-Odisha) ମୋବାଇଲ୍ ଆପ୍ ଶୁଭାରମ୍ଭ କରାଯାଇଛି। ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ଓକାକ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ କୃଷି, ଶିଳ୍ପ ଓ ଭିତ୍ତିଭୂମି ଭଳି ୧୮ଟି ପ୍ରମୁଖ କ୍ଷେତ୍ରର ତଥ୍ୟ ଗୋଟିଏ କ୍ଲିକ୍‌ରେ ଉପଲବ୍ଧ ହେବ।

“ଓଡ଼ିଶାର ରୂପାନ୍ତରଣ ପାଇଁ ପରିସଂଖ୍ୟାନ’ ଟ୍ୟାଗଲାଇନ୍ ସହିତ ପ୍ରସ୍ତୁତ ଏହି ପ୍ଲାଟଫର୍ମଟି ସରକାରୀ ବିଭାଗ, ସଂଗଠନ, ଅଂଶୀଦାର ଏବଂ ସାଧାରଣ ଜନତାଙ୍କ ପାଇଁ ରାଜ୍ୟର ସରକାରୀ ପରିସଂଖ୍ୟାନକୁ ସହଜରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍‌) ସହଯୋଗରେ ଡିଇ ଆଣ୍ଡ୍ ଏସ୍ ଦ୍ୱାରା ବିକଶିତ ଏହି ଆପ୍ଲିକେସନ୍ ଗୋଟିଏ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରମୁଖ ପରିସଂଖ୍ୟାନଗତ ଧାରା ଏବଂ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସୂଚକାଙ୍କଗୁଡ଼ିକୁ ଏକତ୍ରିତ କରିଛି।

ଆପ୍‌ର ଡ୍ୟାସବୋର୍ଡ ଚାରୋଟି ବ୍ୟାପକ କ୍ଷେତ୍ର କୃଷି ଏବଂ ଆନୁଷଙ୍ଗିକ, ଶିଳ୍ପ, ସାମାଜିକ-ଅର୍ଥନୈତିକ, ଏବଂ ଭିତ୍ତିଭୂମି ଅଧୀନରେ ତଥ୍ୟକୁ ସଂଗଠିତ କରିଛି, ଯେଉଁଥିରେ କୃଷି, ପଶୁପାଳନ, ମତ୍ସ୍ୟଚାଷ, ଜଙ୍ଗଲ, ଖଣିଜ ଉତ୍ପାଦନ, ନିଯୁକ୍ତି ଏବଂ ରାଜ୍ୟ ଅର୍ଥନୀତି ଭଳି ୧୮ଟି ଉପକ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି। ଜଟିଳ ତଥ୍ୟକୁ ସହଜରେ ବୁଝିବା ପାଇଁ, ଏସ୍‌ଟିଏଟି-ଓଡ଼ିଶା’ରେ ଏକ ଇଣ୍ଟରାକ୍ଟିଭ୍ ଭିଜୁଆଲ୍ ଇଣ୍ଟରଫେସ୍ ରହିଛି। ପ୍ରତ୍ୟେକ ସୂଚକାଙ୍କ ଡାଇନାମିକ୍ ଚାର୍ଟ ଏବଂ ଗ୍ରାଫ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ, ଯାହା ବିସ୍ତୃତ ଡାଟା ଟେବୁଲ୍ ଏବଂ ସମ୍ପୃକ୍ତ ସରକାରୀ ତଥ୍ୟ ଉତ୍ସଗୁଡ଼ିକର ସ୍ୱଚ୍ଛ ଉଲ୍ଲେଖ ଦ୍ୱାରା ସମର୍ôଥତ। ଗବେଷକ, ନୀତି ନିର୍ଦ୍ଧାରକ ଏବଂ ନାଗରିକମାନଙ୍କ ସମେତ ବ୍ୟବହାରକାରୀମାନେ ଗୋଟିଏ କ୍ଲିକ୍‌ରେ ଏହି ଚାର୍ଟ, ଗ୍ରାଫ୍ ଏବଂ ଡାଟା ଟେବୁଲଗୁଡ଼ିକୁ ଇମେଜ୍‌, ପିଡିଏଫ୍‌, କିମ୍ବା ଏକ୍ସେଲ୍ ଫର୍ମାଟରେ ତୁରନ୍ତ ଡାଉନଲୋଡ୍ ମଧ୍ୟ କରିପାରିବେ। ପ୍ରକାଶ, “ଏସ୍‌ଟିଏଟି-ଓଡ଼ିଶା ବା ଷ୍ଟାଟ୍ ଓଡ଼ିଶା” ମୋବାଇଲ୍ ଆପ୍ ବର୍ତ୍ତମାନ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଭଳି ପ୍ରମୁଖ ମୋବାଇଲ୍ ପ୍ଲାଟଫର୍ମରେ ଡାଉନଲୋଡ୍ ପାଇଁ ଉପଲବ୍ଧ ଅଛି।

‘ଷ୍ଟାଟ୍-ଓଡ଼ିଶା’ ଆପ୍ ରାଜ୍ୟର ଅର୍ଥନୈତିକ ତଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026

ପ୍ରକାଶ ପାଇଲା ଓଏସ୍‌ଏସ୍‌ଟିଇଟି ରେଜଲ୍ଟ

November 24, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ; ବାତିଲ ହେଲା ପୁରୀ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକ

November 24, 2026

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା; ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 24, 2026
Latest News

ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍‌ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ

November 24, 2026

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026

ପ୍ରକାଶ ପାଇଲା ଓଏସ୍‌ଏସ୍‌ଟିଇଟି ରେଜଲ୍ଟ

November 24, 2026

ବିକଶିତ ଭାରତ ଏବଂ ସମୁନ୍ନତ ନେପାଳ: ସହଭାଗିତାର ନୂତନ ପରିଭାଷା

November 24, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ; ବାତିଲ ହେଲା ପୁରୀ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.