Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପ୍ରଥମ ଓଡ଼ିଶା ଆନ୍ତଃ ତୃଣମୂଳ ସ୍ତରୀୟ (୧୪ ବର୍ଷରୁ କମ୍) ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗୀତା ଓଡ଼ିଶା ଭାରଉତ୍ତୋଳନ ସଂଘ ଏବଂ ” ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ା ବହୁମୁଖ ଭବନ (ଏମ୍.ପି.ଆଇ.ଏସ୍.) କ୍ରୀଡା (ଇ.ଏସ୍. ) ତରଫରୁ ପ୍ରତିଯୋଗୀତା ଭାରୋତ୍ତୋଳନ ପ୍ରଶିକ୍ଷିକ ଶ୍ରୀମତୀ ସୂର୍ଯ୍ୟପ୍ରଭା ମହାରିଙ୍କ। ତତ୍ତ୍ୱାବଧାନରେ ୨ଜଣ ଛାତ୍ର ଓ ୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ବର୍ଷରୁ କମ୍ ବାଳିକା (୪୯ (୯ କେ.ଜି.) ବର୍ଗରେ କୁମାରୀ ଇସାସିହ୍ନା। -୩ୟ ସ୍ଥାନ ଏବଂ ୧୪ ବର୍ଷରୁ କମ୍ ବାଳିକା (୫୫କେଜି ବର୍ଗରେ ଅର୍ପିତା। ମଧୁଶ୍ରୀ ସାହୁ ମଧ୍ୟ ଥିବା ୩ୟ ସ୍ଥାନ ଅଧିକାରକାରୀ କାଂସ୍ୟ ପଦକ ଆସ୍ଥା ପାଇଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା କୃତି ପ୍ରତିଯୋଗୀମାନଙ୍କୁ ମାନପ‌ତ୍ର ଓ ପଦକ ପ୍ରଦାନ କରିଥିଲେ। ମହାରଣା, ଆୟନ ଜେନା ଏବଂ କୀର୍ତି କୁମାର ସାହୁ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

ଛାତ୍ରୀମାନଙ୍କର ଏହି କୃତିତ୍ବ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ନିଲୁ ମହାପାତ୍ର ଏବଂ ଜିଲ୍ଲା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପାଣିଗ୍ରାହୀ ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତା: ଦୁଇଟି କାଂସ୍ୟ ଜିତିଲେ ଜେଏସଏସପିଏସ୍ କ୍ୟାଡେଟ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଜ୍ୟ କ୍ରୀଡ଼ା ପ୍ରୋତ୍ସାହନ ସୋସାଇଟି (ଜେ ଏସ୍ ଏସ୍ ପି ଏସ୍) କ୍ୟାଡେଟ୍ ବାବୁଲାଲ ହେମ୍ବ୍ରମ ଆଇଡବ୍ଲ୍ୟୁଏଫ୍ ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି। ପେରୁର ଲିମାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ବାବୁଲାଲ ୪୯ କେଜି ସ୍ନାଚ୍ ଏବଂ କ୍ଲିନ୍ ଆଣ୍ଡ ଜର୍କ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

କୋଇଲା ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ କ୍ରୀଡ଼ା ସୁବିଧାକୁ ପ୍ରୋତ୍ସାହିତ କରିବା ପାଇଁ ଝାଡ଼ଖଣ୍ଡ ରାଜ୍ୟ କ୍ରୀଡ଼ା ପ୍ରୋତ୍ସାହନ ସୋସାଇଟି (ଜେ ଏସ୍ ଏସ୍ ପି ଏସ୍)କୁ ସେଣ୍ଟ୍ରାଲ କୋଲ୍ ଫିଲ୍ଡସ୍ ଲିମିଟେଡ୍ ସହଯୋଗ କରୁଛି। ରାଞ୍ଚିର ଏହି ସମ୍ମାନଜନକ କ୍ୟାମ୍ପସରେ ଆନୁଷ୍ଠାନିକ ଶିକ୍ଷା ସହିତ ପାଖାପାଖି ୫୦୦ କ୍ରୀଡ଼ାବିତ୍ ପ୍ରଶିକ୍ଷଣ ନେଉଛନ୍ତି। ବାବୁଲାଲଙ୍କ ଏହି ସଫଳତା କୋଇଲା ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସିସିଏଲ୍ ଏବଂ କୋଇଲା ମନ୍ତ୍ରଣାଳୟର ପ୍ରୟାସକୁ ସମର୍ଥନ କରୁଛି। ଏହାବ୍ୟତୀତ କୋଇଲା ମନ୍ତ୍ରଣାଳୟ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ୭ଟି ସହାୟକ ସଂସ୍ଥାରେ “ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ସ୍ପୋର୍ଟସ” ପ୍ରତିଷ୍ଠା କରିବାକୁ ଯୋଜନା କରିଛି।