Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ: ବାଲୁଗାଁ ସମେତ ଏକାଧିକ ସ୍ଥାନରେ ଜାରି ରହିଛି ଚଢାଉ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି। ବାଲୁଗାଁ ଜେନା କଲୋନୀରେ ଚାଲିଛି ଭିଜିଲାନ୍ସ ରେଡ।

ଉକ୍ତ କଲୋନୀରେ ପୂର୍ବତନ ବୁଗୁଡ଼ା ତହସିଲଦାର ଯଥା ବର୍ତ୍ତମାନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଶ୍ରୀ ଜେନାଙ୍କ ଘର ଚିଲିକା ବ୍ଲକ ହରିପୁର ବୋଲି ଜଣାପଡିଛି।

ସେ ମୂଳତଃ ଶିକ୍ଷକ ଥିଲେ ଏବଂ ୨୦୧୬ ରେ ଓଆରଏସ ଭାବେ ପଦୋନ୍ନତି ପାଇଁ ଦୁଇ ବର୍ଷ ତଳେ ଓଏଏସ ଭାବେ ପୁଣି ପଦୋନ୍ନତି ପାଇଥିଲେ। ଭିଜିଲାନ୍ସର ୩ ଗୋଟି ଟିମ ବାଲୁଗାଁ, ହରିପୁର, ଛୋଟରାୟପୁରରେ ଚଢ଼ାଉ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବ୍ଳକ ବିଡ଼ିଓ

ଭୁବନେଶ୍ବର: ନୁଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବିଡ଼ିଓ ନାରାୟଣ ସାହୁଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଡିଏସପିଙ୍କ ନେତୃତ୍ଵରେ ଏକ ଟିମ୍ ବିଡ଼ିଓଙ୍କ ସରକାରୀ ବାସଭବନ ସମେତ ପୈତୃକ ଗ୍ରାମ ଲୋଇସିଂହା, ବଲାଙ୍ଗୀର ସଦର ଓ କର୍ମକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି।  ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଚାଲିଥିବାରୁ ଜବତ୍ ସମ୍ପତ୍ତିର ମୁଲ୍ୟ ଆକଳନ ହୋଇପାରିନାହିଁ।

ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ସମେତ କଳାହାଣ୍ଡି, ବରଗଡ଼, ନୁଆପଡା ଓ ବଲାଙ୍ଗୀର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାକିରୀ କରାଇଦେବାକୁ ଲାଞ୍ଚ: ଭିଜିଲାନ୍ସ ହାତରେ ଧରା ହେଲେ ଆଦର୍ଶ ବିଦ୍ୟାଳୟ ପ୍ରନ୍ସିପାଲ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ପ୍ରନ୍ସିପାଲ ଧରାପଡିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶେଯ, ମ.ରାମପୁର ଚାରିଛକର ଭୀମା ବାଗଙ୍କ ପୁଅ ଗଙ୍ଗାଧର ବାଗଙ୍କୁ ପିଅନ-ଚୌକିଦାର ପଦବୀରେ ନିଯୁକ୍ତି ଦେବାକୁ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳ କୁଆଡେ ଏକ ଲକ୍ଷ ଟଙ୍କା ଲାଂଚ ଦାବୀ କରିଥିଲେ। ଗଙ୍ଗାଧର ଗରିବ ପରିବାରର ହୋଇଥିବାରୁ ଦାବୀ ମୁତାବକ ଟଙ୍କା ଦେଇପାରିନଥିଲେ। ପ୍ରିନ୍ସିପାଲ ଶେଷରେ ୫୦ ହଜାର ଟଙ୍କାରେ ରାଜି ହୋଇ ୪୦ ହଜାର ଟଙ୍କା ଏଡଭାନ୍ସ ଦାବୀ କରିଥିଲେ। ଗରିବ ଗଙ୍ଗାଧର ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ।

ଅଭିଯୋଗ ଅନୁସାରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୦୭/୨୧ ରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କୁ ଘଟଣାର ତଦନ୍ତ ଦାୟୀତ୍ୱ ଦିଆଯାଇଥିବା ପ୍ରକାଶ। ଚୁକ୍ତି ଅନୁସାରେ ପ୍ରିନ୍ସିପାଲ ଆଦର୍ଶ ବିଦ୍ୟାଳୟ ଠାରୁ ୩/୪ କି.ମି. ଦୂରରେ ଏକ ପଡିଆରେ ଟଙ୍କା ଦେବାକୁ କହିଥରବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଗଙ୍ଗାଧର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳଙ୍କୁ ୪୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ କାବୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।