ଭୁବନେଶ୍ବର : ଲକଡାଉନ୍ କଟକଣା ଭିତରେ ଆଜିଠୁ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଟ୍ରେନ୍ ଚାଲିବ। ଆଜି ସକାଳ 10ଟାରୁ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ ହେବ। କାଲି 10ଟା 45ରେ ଏହି ଟ୍ରେନ୍ ନୂଆଦିଲ୍ଲୀରେ ପହଞ୍ଚିବ। ସେହିପରି ଆସନ୍ତାକାଲି ସନ୍ଧ୍ୟା 5ଟା 5ରେ ନୂଆଦିଲ୍ଲୀ ଛାଡି ତା‘ପରଦିନ ସନ୍ଧ୍ୟା 5ଟା 25ରେ ଭୁବନେଶ୍ବରରେ ପହଞ୍ଚିବ।
ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ରେ ଦିଲ୍ଲୀରୁ ଭୁବନେଶ୍ବର ସମେତ ଦେଶର ପ୍ରମୁଖ ସହରକୁ 15 ଯୋଡା ଟ୍ରେନ୍ ଚାଲୁଛି। ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଯାତ୍ରାର 1 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ପଡିବ। ସେଠାରେ ସ୍ବାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପଶିବାକୁ ଅନୁମତି ଦିଆଯିବ। ସେହିପରି ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।