Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ  ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ।

ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି  ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା  ଅବସରପ୍ରାପ୍ତ ଆଇଏଫଏସ, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ କୁମାର ପଣ୍ଡା ଓଡ଼ିଶାର ଗୌରବମୟ ଇତିହାସ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ବିଷୟରେ କହିବା ସହ ପିଲାଦିନର କଥା ମନେପକାଇ ପାଠ ପଢିବି,ଓକିଲ ହେବି,କଳା ଘୋଡାରେ ଚଢିବି,ମଧୁବାବୁ ସାଙ୍ଗେ ଲଢ଼ିବିର ଅସଲ ସାରମର୍ମ କହିଥିଲେ।

ଏଥିରେ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ ନିଜର ଅଭିଭାଷଣ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଓକିଲ ସଂଘ ଉପସଭାପତି ଅଞ୍ଜନ କୁମାର ସାମନ୍ତରାୟ। ସହଯୋଗ କରିଥିଲେ ଓକିଲ ସଂଘର ଯୁଗ୍ମ ସଂପାଦକ ସୁକାନ୍ତ କୁମାର ସାହୁ, ସହାୟକ ସମ୍ପାଦକ ପୁଲିନ କୁମାର ମାର୍ଥା ଏବଂ ସମସ୍ତ କର୍ମକର୍ତ୍ତା ବୃନ୍ଦ।

ଉତ୍ସବରେ ଓକିଲ ସଂଘ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହ ୮ ଜଣ ଆଇନଜୀବୀ ଯଥା ରାଜେନ୍ଦ୍ର କୁମାର ମହାନ୍ତି, ସିଦ୍ଧାର୍ଥ କୁମାର ଦାସ, ଅଜୟ ମହାନ୍ତି, ଶ୍ୟାମସୁନ୍ଦର କବି, ମୀନତି ପଟ୍ଟନାୟକ, ଦିଲ୍ଲିପ କୁମାର ମହାନ୍ତି, ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସଂଗ୍ରାମ କେଶରୀ ପ୍ରଧାନଙ୍କୁ ଓକିଲାତିରେ ଜୀବନ ବ୍ୟାପି ସାଧନା ପୁରସ୍କାର ପ୍ରଦାନ ଯାଇଥିଲା ।

Categories
ଆଞ୍ଚଳିକ

ଭୁବନେଶ୍ୱର ଓକିଲ ସଂଘ ତରଫରୁ ଆଇନ୍‌ଜୀବୀ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍‌ଜୀବୀ ଦିବସ’ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ମାନ୍ୟବର ଜଜ୍ ଚିତ୍ତ ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଭି. ନରସିଂହ, ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ମାନ୍ୟବର ଅଶୋକ କୁମାର ପରିଜା ଏବଂ ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ସମ୍ମାନିତ ଅତିଥି ଏବଂ ଯୋଗେଶ କୁମାର ସିଂ, ନେସନାଲ ଲ’ ୟୁନିଭରସିଟିରର ପ୍ରଧ୍ୟାପକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।

ଉତ୍ସବ ପ୍ରାରମ୍ଭରେ ମାନ୍ୟବର ଅତିଥିବୃନ୍ଦ ଓକିଲ ସଂଘ ପରିସର ମଧ୍ୟରେ ଥିବା ମଧୁବାବୁ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଉକ୍ତ ଉତ୍ସବରେ ୨୦ଜଣ ବରିଷ୍ଠ ଓକିଲଙ୍କୁ ମଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ୯ଜଣ ଆଇନ୍‌ଜୀବୀମାନଙ୍କୁ ଜନପ୍ରିୟ ଓକିଲ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୪୪ଜଣ ଆଇନ୍‌ଜୀବୀଙ୍କୁ ‘କୋଭିଡ଼ ୱାରିୟର’ ଭାବେ ପୁରସ୍କୃତ କରାଯାଇଥିଲା।

ଉକ୍ତ ଉତ୍ସବଟିକୁ ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ ପୌରହିତ୍ୟ କରିଥିଲେ। ସଂଘର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମଧୁବାବୁଙ୍କ ସ୍ମୃତିଚାରଣ କରି ମଧୁବାବୁଙ୍କୁ ଭାରତ ରତ୍ନ କହିଁକି ଦିଆନଯିବ ବୋଲି ଯୁକ୍ତି ବାଢିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କିଶୋର ଦାସ, ଓ ବାର୍‌ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ୧୦୦ରୁ ଉର୍ଦ୍ଧ୍ୱ ଓକିଲ ଉପସ୍ଥିତ ଥିଲେ।

ପରିଶେଷରେ ଉପସଭାପତି ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବଟିକୁ ସଞ୍ଚାଳନ କରିଥିଲେ ଓକିଲ ସଂଘର ଦୁଇ ପୂର୍ବତନ ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ ଏବଂ ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ।

Categories
ଆଞ୍ଚଳିକ

ସତ୍ୟସାଇ ସେବା ସଂଗଠନ ଏବଂ ଭୁବନେଶ୍ୱର ଓକିଲ ସଂଘ ତରଫରୁ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର: ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି। ଉକ୍ତ ପ୍ରକଳ୍ପକୁ ମାନ୍ୟବର ଜିଲ୍ଲା ଜଜ୍ (ଖୋର୍ଦ୍ଧା, ଭୁବନେଶ୍ୱର) ମହୋଦୟ ଶ୍ରୀଯୁକ୍ତ ରାମଶଙ୍କର ହୋତା ଉଦ୍‌ଘାଟନ କରିଥିଲେ। ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମନିକୁମାରୀ, ଡେଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ।

ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେୀବଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶବି ନାରାୟଣ ସାହୁ ଏବଂ ଆସୋସିଏସନର ସମସ୍ତ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବାର ଆସୋସିଏସନର ସମ୍ପାଦକ ରାଜକିଶୋର ଦାସ ସୂଚନା ଦେଇଛନ୍ତି।