Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ
ଆଜିର ଖବର

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

April 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ  ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ।

ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି  ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା  ଅବସରପ୍ରାପ୍ତ ଆଇଏଫଏସ, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ କୁମାର ପଣ୍ଡା ଓଡ଼ିଶାର ଗୌରବମୟ ଇତିହାସ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ବିଷୟରେ କହିବା ସହ ପିଲାଦିନର କଥା ମନେପକାଇ ପାଠ ପଢିବି,ଓକିଲ ହେବି,କଳା ଘୋଡାରେ ଚଢିବି,ମଧୁବାବୁ ସାଙ୍ଗେ ଲଢ଼ିବିର ଅସଲ ସାରମର୍ମ କହିଥିଲେ।

ଏଥିରେ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ ନିଜର ଅଭିଭାଷଣ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଓକିଲ ସଂଘ ଉପସଭାପତି ଅଞ୍ଜନ କୁମାର ସାମନ୍ତରାୟ। ସହଯୋଗ କରିଥିଲେ ଓକିଲ ସଂଘର ଯୁଗ୍ମ ସଂପାଦକ ସୁକାନ୍ତ କୁମାର ସାହୁ, ସହାୟକ ସମ୍ପାଦକ ପୁଲିନ କୁମାର ମାର୍ଥା ଏବଂ ସମସ୍ତ କର୍ମକର୍ତ୍ତା ବୃନ୍ଦ।

ଉତ୍ସବରେ ଓକିଲ ସଂଘ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହ ୮ ଜଣ ଆଇନଜୀବୀ ଯଥା ରାଜେନ୍ଦ୍ର କୁମାର ମହାନ୍ତି, ସିଦ୍ଧାର୍ଥ କୁମାର ଦାସ, ଅଜୟ ମହାନ୍ତି, ଶ୍ୟାମସୁନ୍ଦର କବି, ମୀନତି ପଟ୍ଟନାୟକ, ଦିଲ୍ଲିପ କୁମାର ମହାନ୍ତି, ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସଂଗ୍ରାମ କେଶରୀ ପ୍ରଧାନଙ୍କୁ ଓକିଲାତିରେ ଜୀବନ ବ୍ୟାପି ସାଧନା ପୁରସ୍କାର ପ୍ରଦାନ ଯାଇଥିଲା ।

ଉତ୍କଳ ଗୌରବ ଭୁବନେଶ୍ୱର ଓକିଲ ସଂଘ ମଧୁସୂଦନ ଦାସ ସ୍ୱାଭିମାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026
Latest News

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.