Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଯାଗରଣ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ନିଷ୍ପତିକ୍ରମେ ସାରା ଦେଶରେ କଂଗ୍ରେସ ଦଳପକ୍ଷରୁ ନଭେମ୍ବର ୧୪ ରୁ ୨୯ ତାରିଖ ମଧ୍ୟରେ ସପ୍ତାହ ବ୍ୟାପି ଜନ ଯାଗରଣ ଯାତ୍ରା ଅନୁଷ୍ଠିତ ହେଉଅଛି ।

ଏହି ଅବସରରେ କେନ୍ଦ୍ର ସରକାର ଓ ରାଜ୍ୟରେ ହେଉଥିବା ଆଇନ ଶୃଙ୍ଖଳା ଅବନତି, ଦରବୃଦ୍ଧି ଓ ନାରୀ ନିର୍ଯ୍ୟତନା ବିରୋଧରେ ଜନସଚେତନତା ସୃଷ୍ଟି କରିବାପାଇଁ ଏଆଇସିସି ନିଷ୍ପତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ସପ୍ତାହ ବ୍ୟାପି ଜନ ଯାଗରଣ ଯାତ୍ରାର ଶୁଭାରମ୍ବ ହୋଇଯାଇଛି ।

ପୂର୍ବାହ୍ନରେ ୯ନମ୍ବର ବ୍ଲକ ଅଧିନସ୍ଥ ଆଇଗିଣିଆ ଛକ ଠାରୁ ଏକ ପଦଯାତ୍ରା ବାହାରି ଯଦୁପୁର ପର୍ଯ୍ୟନ୍ତ ଯାଇ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅପାରଗତା ସଂପର୍କରେ ସଚେତନ କରାଇଥିଲେ । ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ୟାସିର ନୱାଜ, ରଶ୍ମି ମହାପାତ୍ର ପ୍ରମୁଖ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ସଂପର୍କରେ କଟୁ ସମାଲୋଚନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶତାବ୍ଦୀ ନଗର, ଲେନ ନଂ – ୭ ମଧ୍ୟରେ ଏକ ଖୋଲା ଡ୍ରେନରେ ଜଣେ ୧୫ ବର୍ଷୀୟ ବାଳକ ଭାସିଯିବା ଓ ତାର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ନଗ୍ନ ସତ୍ୟ ହେଉଛି ଯେ ଏଠି ସ୍ମାର୍ଟସିଟି ନାଆରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । କାଲିର ଦୁଃଖଦ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ଶ୍ରୀମତୀ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଏମସିର ହୋଲଡିଂ ଟ୍ୟାକ୍ସ ବିରୋଧରେ ଆନ୍ଦୋଳନ କରିବ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର, ଭୁବନେଶ୍ୱର ମ୍ୟୁନିସପାଲଟି ଏବେ ଭୁବନେଶ୍ୱର ସହରାଂଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମ୍ୟୁନିସ୍‌ପାଲଟି ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ବୋଲି ଅଭିଯୋଗ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍‌ପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବାଳିକୁ ଉଲଙ୍ଘନ କରୁଛି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆହୁତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସର ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା କରି ନିଷ୍ପତି ଲାଗୁ କରିବା ଯୋଗୁଁ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ବ୍ୟବସ୍ଥା ପାଇଁ ଅଳିଆ ଆର୍ବଜନା ଓ ପରିସ୍କାର କରିବା ପାଇଁ ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ରାସ୍ତାଘାଟକୁ ପରିସ୍କାର ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି।

ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି । ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଯେସ, ଫାଇନ ଫି କରିଥାନ୍ତି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଂଚଳରେ ଜମିର ବେଂଚମାର୍କ ଦାମରେ ଟ୍ୟାକ୍ସ ଆଦାୟ କରୁଛନ୍ତି । ଅର୍ଥାତ ଯଦି ସହିଦ ନଗର ଅଂଚଳର ଜମିର ବେଂଚମାର୍କ ରେଟ ଏକର ପିଛା କୋଡିଏ କୋଟି ହୋଇଥାଏ ଯଦି ସହିଦନଗର ଜଣେ ବାସିନ୍ଦାଙ୍କ ପାଖରେ ୫ ହଜାର ସ୍କୋୟାର ଫୁଟର ପ୍ଲଟ ଅଛି ଏବଂ ଯଦି ସିଏ ଏଥିରେ ଦୁଇହଜାର ବର୍ଗ ଫୁଟର ଘର କରୁଛନ୍ତି ବାକି ୩ ହଜାର ସ୍କୋୟାରଫୁଟରେ ବଗିଚା ବା ଖାଲି ପଡ଼ିଛି ତାହାଲେ ଏବେ ୫ ହଜାର ବର୍ଗ ଫୁଟର ବେଂଚମାର୍କ ମୂଲ୍ୟାୟନ ଅନୁସାରେ ଅଧିକ .୫% ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ।

କିନ୍ତୁ ଓଡ଼ିଶା ମ୍ୟୁନିସ୍‌ପାଲ କର୍ପୋରେସନ ୨୦୦୩ ନିୟମ ଅନୁସାରେ ଏହା ବେଚଂମାର୍କ ଭେଲୁଏସନ ଉପରେ ହୋଲିଡିଂ ଟ୍ୟାକ୍ସ ଆଦାୟ କରାନଯାଇ ଏହା ସେହି ଅଂଚଳର ୟୁନଟି ଭେଲୁ ଅନୁସାରେ ହେବା କଥା । ଏଥିପାଇଁ ମ୍ୟୁନିସିପାଲଟି ଧାରା – ୨୦୫ ଅନୁସାରେ କରିବାକୁ ହୁଏ ଏବଂ ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଏ । ଧାରା ୨୧୬ ଅନୁସାରେ ସବସାଧାରଣଙ୍କୁ ଏହି ମୂଲ୍ୟବାବଦରେ ଅବଗତ କରାଯାଇଥାଏ ।

ଧାରା ୨୧୭ ଅନୁସାରେ ଯଦି ନିର୍ଦ୍ଦିଷ୍ଟ ଅଂଳଚର ଅଧିବାସୀମାନଙ୍କର ଏଥିପାଇଁ କୌଣସି ଅଭିଯୋଗ ଆସିଥାଏ ତାହାକୁ ଶୁଣାଣି କରିବା କଥା ଯଦି ଶୁଣାଣିବେଳେ ମହାନଗର ନିଗମବାସୀଙ୍କର ଦାବିକୁ ଗ୍ରହଣ କରାନଯାଏ ତାହେଲେ ଧାରା ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବାକଥା । ତାହା ମଧ୍ୟ ହୋଇନାହିଁ ଏବଂ କ୍ଷତିସ୍ତ୍ରସ୍ତ ମହାନଗର ନିଗମ ବାସୀମାନେ ଟ୍ରିବୁନାଲରେ କେସ ଦାୟର କରିବା କଥା ଏବଂ ଧାରା ୨୨୫ ଅନୁସାରେ ଏହି ଅଭିଯୋଗକୁ ଶୁଣିବା ପାଇଁ କମିଟି ଗଠନ କରିବା କଥା ତାହା ମଧ୍ୟ ହୋଇନାହିଁ ।

ଧାରା୨୨୬ ଅନୁସାରେ ଜନଶୁଣାଣି ହେବା କଥା ଏ ସମସ୍ତ କଥା ହେଇଛିକି ଯଦି ହୋଇ ନାହିଁ କାହିଁକି କାହା ନିର୍ଦ୍ଦେଶରେ ଏ ସମ୍ପତିକର ହୋଲଡିଂଟ୍ୟାକ୍ସ ଆଦାୟ କରାଯାଉଛି, ସେ ନେଇ ପ୍ରଶ୍ନ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି ଶିବାନନ୍ଦ ରାୟ କହିଲେ ଯେ ସମସ୍ତ ଆଇନକୁ ଜାଳିପୋଡ଼ି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାରଙ୍କର ପ୍ରଥମ ଏବଂ ଶେଷକାମ ବୋଲି ଜଣାପଡ଼ୁଛି । ତେଣୁ ସେ ସାରା ଭୁବନେଶ୍ୱର ମହାନଗର ଅଧିବାସୀମାନଙ୍କୁ ଏହି ହୋଲଡିଂ ଟ୍ୟାକ୍ସକୁ ନ ଦେବା ପାଇଁ  ଅନୁରୋଧ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୂଚାନ ଦେଇ କହିଲେ ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଫିସକୁ ଘେରାଉ କରିବ ଦରକାର ପଡ଼ିଲେ ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦେବୁ ନାହିଁ । ଯେପର୍ଯ୍ୟନ୍ତ ଏହା ଆଇନ ସିଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଟିକସ ପୈଠ ନ କରିବାକୁ ନିବେଦନ କରିଛନ୍ତି ।