ବିଏମସି ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

Published: Sep 21, 2021, 1:15 am IST

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶତାବ୍ଦୀ ନଗର, ଲେନ ନଂ – ୭ ମଧ୍ୟରେ ଏକ ଖୋଲା ଡ୍ରେନରେ ଜଣେ ୧୫ ବର୍ଷୀୟ ବାଳକ ଭାସିଯିବା ଓ ତାର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ନଗ୍ନ ସତ୍ୟ ହେଉଛି ଯେ ଏଠି ସ୍ମାର୍ଟସିଟି ନାଆରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । କାଲିର ଦୁଃଖଦ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ଶ୍ରୀମତୀ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Related posts