Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚଳିତ ନିର୍ବାଚନରେ ବିଜେଡି ଜଣେ ସାମ୍ବାଦିକଙ୍କୁ ଦେଲା ଟିକେଟ, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: ବିଜେଡି ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୂରନ୍ଦର। କେତେବେଳେ କଣ ନିଷ୍ପତି ନେବେ ତାହା ଜାଣିବା ସହଜ ନୁହେଁ। ସେହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତି କରି ସମସ୍ତଙ୍କୁ ଚକିତ କରିଦେଇଛି। ଯେପରି ଅଭିନେତ୍ରୀ ବର୍ଷାଙ୍କୁ ବଡଚଣାରେ ପ୍ରାର୍ଥୀ କରିବା ହେଉ କିମ୍ବା ବହୁ ବିଧାୟକଙ୍କ ଟିକେଟ କାଟିବା ହେଉ। ଏ ସବୁ ଦଳ ବେଶ ଗୋଟି ଚାଳନା କରି ସଫଳ ହୋଇପାରିଛି।

ସେହିପରି ଦଳ ଗତକାଲି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଜଣେ ସାମ୍ବାଦିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି। ସେ ହେଉଛନ୍ତି ଭୋଗରେଇ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ। ସେ ହେଉଛନ୍ତି ସମ୍ବାଦ ର ଜଣେ ସାମ୍ବାଦିକ। ବହୁ ବର୍ଷ ଧରି ସେ ସାମ୍ବାଦିକତା କରିବା ପରେ ଦୁଇ ବର୍ଷ ତଳେ ବିଜେଡିରେ ଯୋଗ ଦେଇଛନ୍ତି। ଏହାପରେ ବିଜେଡି ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ତାଙ୍କୁ ବିଜେଡି ଟିକେଟ ଦେଇଛି।

ଭୋଗରେଇରେ ଦଳ 4ଥର ବିଧାୟକ ଥିବା ଅନନ୍ତ ଦାସଙ୍କ ଟିକେଟ କାଟି ଦେଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କୁ ଦଳ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାଥିଲା। ହେଲେ ସେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଇବା ପାଇଁ ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ତାଙ୍କ କଥା ରହି ନ ଥିଲା। ଦଳ ନୂଆ ପ୍ରାର୍ଥୀ ହିସାବରେ ଗୌତମ ବୁଦ୍ଧ ଦାସଙ୍କ ଉପରେ ଭରସା କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ବିଧାୟକ ଗୁରୁତର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବିଜେଡିର ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତକାଲି ବାଲେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି।

ବଜେଟ ଅଧିବେସନ ବେଳେ ସେ ବିଧାନସଭାକୁ ଆସିଥିଲେ। ସେତେବେଳେ ସେ ଆଉ ଜୀବନରେ ବିଧାନସଭା ଆସିପାରିବେ ନାହିଁ ବୋଲି କହିଥିଲେ। ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟ ଠିକ ରହୁ ନ ଥିବାରୁ ସେ ଏଥର ନିର୍ବାଚନରୁ ଦୂରେଇ ରହିବେ ବୋଲି ଜଣାପଡିଥିଲା।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବଦଳିବ କି ଭୋଗରାଇ ନିର୍ବାଚନ ମଣ୍ଡଳୀର ଚିତ୍ର ? ପୁଅଙ୍କ ସହିତ ପାଣ୍ଡିଆନଙ୍କୁ ଭେଟିଲେ ଅନନ୍ତ ଦାସ

ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ ତାଙ୍କ ପୁଅଙ୍କୁ ଧରି କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଭୋଗରାଇରେ ବେଶ ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ତଳେ ନବୀନ ନିବାସରେ ବିଧାୟକ ଅନନ୍ତ ଦାସ ତାଙ୍କ ଉଚ୍ଚଶିକ୍ଷତ ପୁଅ ଇଂଜିନିୟର ଅଭିଜିତ ଦାସଙ୍କୁ ସାଥୀରେ ନେଇ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ସେହି ଫଟୋକୁ ନେଇ ଭୋଗରାଇରେ ବର୍ତ୍ତମାନ ଚର୍ଚ୍ଚା। ଏଥର ଅନନ୍ତ ଦାସଙ୍କ ପୁଅ ଟିକେଟ ପାଇବେ ବୋଲି ଆଲୋଚନା ଚାଲିଛି।

ତେବେ ଏହାକୁ ନେଇ ଅନ୍ୟ ଅଶାୟୀ ହତାସ ହୋଇଥିବାର ପରିଲକ୍ଷିତ ହୋଇଛି। ଅନନ୍ତ ଦାସଙ୍କର ବୟସ ହୋଇଯାଇଥିବାରୁ ସେ ଆଉ ଛିଡା ହେବା ପରିସ୍ଥିତିରେ ନାହାଁନ୍ତି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହି ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଗୌତମ ବୁଦ୍ଧ ଦାସ। ଗୌତମ ବର୍ତ୍ତମାନ ବିଜେଡିର ମିଡିଆ ସେଲରେ ସେ ଅଛନ୍ତି। ସେ ସାମ୍ବାଦିକତା ଛାଡି ବିଜେଡିରେ ଯୋଗ ଦେଇ ଦଳିୟ କାର୍ଯ୍ୟ ବୁଝାବୁଝି କରୁଛନ୍ତି। ତେଣୁ ସେ କୁଆଡେ ଭୋଗରାଇର ବିଧାୟକ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ବୋଲି କୁହାଯାଉଛି।

ସେହିପରି ସମାଜସେବି ବିଭୂତେନ୍ଦୁ ପାତ୍ର, ଏମସରେ ଡାକ୍ତର ଥିବା ସରୋଜ କୁମରା ଦାସମଜୁମଦାର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ନିବେଦିତା ମହାନ୍ତି ପ୍ରମୁଖ ବହୁ ବ୍ୟକ୍ତି ବିଜେଡି ଟିକେଟ ଆଶାୟୀ ରହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଦଳ ତରଫରୁ ସେପରି କିଛି ସବୁଜ ସଙ୍କେତ କାହାକୁ ହେଲେ ପ୍ରଦାନ କରାଯାଇ ନାହିଁ।

ତେବେ ଏସବୁ ତାଲିକା ଭିତରେ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି। କାରଣ ସେ ହେଉଛନ୍ତି ବିଦେଶରୁ ପାଠପଢି ଆସିଥିବା ଉଚ୍ଚଶିକ୍ଷିତ ବ୍ୟକ୍ତି। ଏଥିସହିତ ସେ ଗତ କିଛି ମାସ ଧରି ସେ ବାପାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ପରିଚିତ କରାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଭିନ୍ନ ପ୍ରାର୍ଥୀଙ୍କୁ ନେଇ ଭୋଗରାଇ ଚଳଚଞ୍ଚଳ ହୋଇ ଉଠିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।