Categories
ବିଶେଷ ଖବର

ଭୋପାଳରେ ହେବ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି, ସମନ୍ୱୟ କମିଟି ବୈଠକରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି ଭୋପାଳରେ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ନୂଆଦିଲ୍ଲୀ ଆବାସରେ ଅନୁଷ୍ଠିତ ସମନ୍ୱୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ବ୍ୟତୀତ କଂଗ୍ରେସର କେସି ଭେନୁଗୋପାଲ, ଡିଏମକେର ଟିଆର ବାଲୁ, ରାଷ୍ଟ୍ରିୟ ଜନତା ଦଳର ତେଜସ୍ୱୀ ଯାଦବ, ଜନତା ଦଳ (ୟୁନାଇଟେଡ) ର ସଞ୍ଜୟ ଝା, ଆମ୍ ଆଦମୀ ପାର୍ଟିର ରାଘବ ଚଢା, ଶିବସେନା (ୟୁବିଟି) ସଞ୍ଜୟ ରାଉତ, ଏନସିର ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ମେହବୁବା ମୁଫତି ଏବଂ ଅନ୍ୟ କେତେକ ନେତା ଏଥିରେ ସାମିଲ ହୋଇଛନ୍ତି। ନିକଟରେ ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳର ନେତାଙ୍କ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇ ମେଣ୍ଟର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକ ପରେ କଂଗ୍ରେସର ସାଧାରଣ ସମ୍ପାଦକ କେ ଭେନୁଗୋପାଲ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ମିଳିତ ଜନ ସମାବେଶ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ମୂଲ୍ୟ ବୃଦ୍ଧି, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗରେ ପ୍ରଥମ ମିଳିତ ଜନ ସମାବେଶ ଅନୁଷ୍ଠିତ ହେବ। ଏହା ସହଆସନ ବଣ୍ଟନ ନିଷ୍ପତ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି। ସଦସ୍ୟ ଦଳ ଆଲୋଚନା କରିବେ ଏବଂ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନୁପୁର ଶର୍ମାଙ୍କୁ ସମର୍ଥନ କରିବା ପଡିଲା ମହଙ୍ଗା: ବଜରଙ୍ଗ ଦଳର ନେତାଙ୍କ ଉପରକୁ ହେଲା ଆକ୍ରମଣ

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱାରେ ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବା ବଜରଙ୍ଗ ଦଳର ନେତା ଆୟୁଷ ମାଲିଙ୍କ ଉପରକୁ ଆକ୍ରମଣ ମାମଲା ଭୋପାଳରେ ପହଞ୍ଚିଛି। ଏହାକୁ ଗୁରୁତର ସହ ଗ୍ରହଣ କରି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଏହି ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅବଶିଷ୍ଟ ୫ ଜଣଙ୍କୁ ଆସନ୍ତାକାଲି ଗିରଫ କରାଯିବ।

ଗୃହମନ୍ତ୍ରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶ ଏକ ଶାନ୍ତି ରାଜ୍ୟ ଏବଂ ଏଠାରେ ଶାନ୍ତି ଭଙ୍ଗ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେବାବେଳେ ଗୃହମନ୍ତ୍ରୀ କହିଛନ୍ତି ଯେ, ଧାରା ୩୦୭ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏଥିସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ଚଳାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଯିବ। ଏ ସମ୍ପର୍କରେ ସୂଚନା ଦେଇ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଏ ସମ୍ପର୍କରେ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭୋପାଳରୁ ଗିରଫ ହେଲେ ୬ ସନ୍ଦିଗ୍ଧ ଆତଙ୍କବାଦୀ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁପ୍ତଚର ଏଜେନ୍ସି ଆତଙ୍କବାଦୀଙ୍କ ଏକ ବଡ଼ ଯୋଜନା ପଣ୍ଡ କରିଦେଇଛି। ସନ୍ଦିଗ୍ଧ ଆତଙ୍କବାଦୀମାନେ ପୁରୁଣା ସହରର ଏଶବାଗ ପୋଲିସ ଷ୍ଟେସନଠାରୁ ୨୦୦ ମିଟର ଦୂରରେ ଫାତିମା ମସଜିଦ ନିକଟ ଏକ କୋଠାରେ ଭଡା ଘରେ ରହୁଥିଲେ। ଗୁପ୍ତଚର ଏଜେନ୍ସି ଏହି ଅପରେସନ୍ ଚଳାଇ ସନ୍ଦିଗ୍ଧ ୬ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ବିଲଡିଂରୁ ଅନେକ ଧାର୍ମିକ ପୁସ୍ତକ, ଏକ ଡଜନରୁ ଅଧିକ ଲାପଟପ୍ ଜବତ କରାଯାଇଛି। ଏହା ସହିତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।