ନୁପୁର ଶର୍ମାଙ୍କୁ ସମର୍ଥନ କରିବା ପଡିଲା ମହଙ୍ଗା: ବଜରଙ୍ଗ ଦଳର ନେତାଙ୍କ ଉପରକୁ ହେଲା ଆକ୍ରମଣ

Published: Jul 21, 2022, 4:33 pm IST

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱାରେ ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବା ବଜରଙ୍ଗ ଦଳର ନେତା ଆୟୁଷ ମାଲିଙ୍କ ଉପରକୁ ଆକ୍ରମଣ ମାମଲା ଭୋପାଳରେ ପହଞ୍ଚିଛି। ଏହାକୁ ଗୁରୁତର ସହ ଗ୍ରହଣ କରି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଏହି ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅବଶିଷ୍ଟ ୫ ଜଣଙ୍କୁ ଆସନ୍ତାକାଲି ଗିରଫ କରାଯିବ।

ଗୃହମନ୍ତ୍ରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶ ଏକ ଶାନ୍ତି ରାଜ୍ୟ ଏବଂ ଏଠାରେ ଶାନ୍ତି ଭଙ୍ଗ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେବାବେଳେ ଗୃହମନ୍ତ୍ରୀ କହିଛନ୍ତି ଯେ, ଧାରା ୩୦୭ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏଥିସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ଚଳାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଯିବ। ଏ ସମ୍ପର୍କରେ ସୂଚନା ଦେଇ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଏ ସମ୍ପର୍କରେ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts