Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆପଣଙ୍କ ପାଖେପାଖେ ବୁଲୁଛି ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ।

କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା ଔଷଧ ଦ୍ବାରା ଭଲ ହୋଇପାରେ। ହେଲେ ଏହି ଦୁର୍ଜନ ଲୋକଙ୍କ ଦଂଶନ ଏହିପରି ଯେ, ଆପଣଙ୍କର ମୃତ୍ୟୁ ହେବ ନାହିଁ ହେଲେ ମଲା ଲୋକଙ୍କ ପରି ଅବସ୍ଥା କରିଦେବ। କେତେବେଳେ ସେ କଣ କରିବ ଆପଣ କେବେ ଭାବି ପାରିବେ ନାହିଁ। ଯାହାର ପ୍ରତିକାର କରିବା ପାଇଁ କୌଣସି ଔଷଧ ମଧ୍ୟ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହିପରି ବ୍ୟକ୍ତିଙ୍କୁ ବେଳୁ ହିଁ ସାବଧାନ ରୁହନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପାଖେପାଖେ ବୁଲୁଛି ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ