ରଞ୍ଜିତ ପଣ୍ଡା
କୁଜଙ୍ଗ: ଆଜି ସନ୍ଧ୍ୟା ୭ଟା ସମୟରେ ଏରସମା ବ୍ଳକ ଢିଙ୍କିଆ ପଂଚାୟର ବଡ଼ପାଟଣା ଗ୍ରାମରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି ଗ୍ରାମର ପ୍ରଭାକର ମୁଦୁଲୀଙ୍କର ଦୁଇବଖରା ଘର ପୋଡ଼ି ଯାଇଥିବା ଜଣାପଡ଼ିଛି। ପୂର୍ବରୁ ମିଟର ନିକଟରେ ସ୍ପାର୍କିଂ ହେଉଥିଲା। ଆଜି ସନ୍ଧ୍ୟା ସମୟରେ ଏହା ଅଧିକ ହେବା ସହିତ ଘରେ ନିଆାଁ ଲାଗି ଯାଇଥିଲ। ଫଳରେ ଘରର ମମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇ ଯାଇଥିଲା। ଘରେ ଏହି ସମୟରେ ଜଣେ ଥିଲେ ଓ ଦୌଡ଼ିଯାଇ ନିଜର ଜୀବନ ବଂଚାଇଥିିବା ଜଣାପଡ଼ିଛି। ଘରେ ଥିବା ଏକ ନୂଆ ମୋଟର ସାଇକେଲ, ଧାନ, ଚାଉଳ. ନଗଦ ଟଙ୍କା ସମସ୍ତ ଜଳି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଂଚ କିଶୋର କୁମାର ପରିଡ଼ା ଦୂର୍ଗତଙ୍କୁ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମାଜସେବୀ ରଞ୍ଜନ କୁମାର ବର୍ଦ୍ଧନ, ସ୍ଥାନୀୟ ଥାନା ଅଧିକାରୀ ଯୁଗଳ କିଶୋର ଦାସ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।