Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭାକ୍ସିନକୁ ମିଳିବ ମଞ୍ଜୁରୀ!: ଏହି ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିପାରେ ଘୋଷଣା

ନୂଆଦିଲ୍ଲୀ: ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଞ୍ଜୁରୀ ଦେଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଟୀକାକୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇନାହିଁ।

ଏଥିପାଇଁ ଭରତ ବାୟୋଟେକ ଜୁଲାଇ ମାସରେ ଡବ୍ଲୁଏଚଓ ସମ୍ମୁଖରେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଡବ୍ଲୁଏଚଓ ଏହି ସପ୍ତାହରେ କୋଭାକ୍ସିନ ଟିକାକୁ ଅନୁମତି ଦେଇପାରେ।

ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ଵାରା ଏହି ଟିକା ସମୀକ୍ଷା କରାଯାଉଥିଲା। ଜୁଲାଇ ମାସରେ ଦକ୍ଷିଣ-ପୂର୍ବ ଏସିଆର ଡବ୍ଲୁଏଚଓ ର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ୍ କ୍ଷେତ୍ରପାଲ ସିଂ କହିଥିଲେ ଯେ, ବୈଷୟିକ ବିଶେଷଜ୍ଞ କମିଟି ଏହି ଡୋଜିୟରର ସମୀକ୍ଷା କରୁଛନ୍ତି।

ସେ କହିଥିଲେ, “ଫାଇଜର, ଆଷ୍ଟ୍ରା ଜେନେକା, ମୋଡର୍ନା, ଜନସନ ଆଣ୍ଡ ଜନସନ, ସିନୋଭାକ ଏବଂ ସିନୋଫାର୍ମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵଦେଶୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ -୧୯ ଟିକା ତୃତୀୟ ପର୍ଯ୍ୟାୟର ପରୀକ୍ଷା ତଥ୍ୟ ଡିସିଜିଆଇ ରେ ଦାଖଲ କରିଥିଲା। ଏହାପୂର୍ବରୁ, ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତଥ୍ୟ ଆଧାରରେ ଡିସିଜିଆଇ ଭାରତରେ କୋଭାକ୍ସିନ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହି ପରୀକ୍ଷା ଭାରତର ୨୫ଟି ସ୍ଥାନରେ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡିସିଜିଆଇ ପକ୍ଷରୁ ଆଉ ଏକ ଔଷଧକୁ ଜରୁରୀକାଳିନ ବ୍ୟବହାର ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଉ ଏକ କରୋନା ଔଷଧକୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଜାଏଡସ୍ କାଡିଲା ଦ୍ଵାରା ପ୍ରସ୍ତୁତ ‘ଭିରାଫିନ’ ଔଷଧକୁ ମଞ୍ଜୁରୀ ମିଳିଛି। ଡିସିଜିଆଇ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ଟୀକା ଭାବେ ସ୍ପୁଟନିକ-୫ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ-୫ ର ଭାରତରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଆଜି ବିଶେଷଜ୍ଞଙ୍କ ଏକ କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଭାରତରେ ତୃତୀୟ ଟୀକା ଭାବେ ଏହାକୁ ମଞ୍ଜୁରୀ ମିଳିଛି। ପୂର୍ବରୁ କୋଭାକ୍ସିନ ଏବଂ କୋଭାସିଲ୍ଡ ଟୀକାକୁ ମଞ୍ଜୁରୀ ମିଳିଥିଲା। ତେବେ ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖାଯାଇପାରିବ।