Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ମିନିଗଲ୍‌ଫ୍ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ସୋଆ ସଭାପତିଙ୍କ ଅଭିନନ୍ଦନ

ଭୁବନେଶ୍ୱର: ନିକଟରେ ନାଗପୁର ଠାରେ ଆୟୋଜିତ ୯ମ ଜାତୀୟ ମିନିଗଲ୍ଫ ଚାମ୍ପିୟନ୍‌ସିପ୍‌ରେ ସଫଳତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ମାର୍ଚ୍ଚ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିୟନ୍‌ସିପ୍ ଆୟୋଜିତ ହୋଇଥିବା ବେଳେ ଏଥିରେ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଉଭୟ ପୁରୁଷ ଓ ମହିଳା ଟିମ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଥିଲେ। ୧୮ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଓଡ଼ିଶାରୁ ୨୪ ଜଣ ଖେଳାଳି ଏହି ଚାମ୍ପିୟନ୍‌ସିପ୍‌ରେ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଓଡିଶା ମୋଟ୍ ୨୨ଟି ପଦକ ହାସଲ କରିଥିଲା। ସେଥିମଧ୍ୟରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ୪ଟି ସ୍ୱର୍ଣ୍ଣ ଓ ୨ଟି କାଂସ୍ୟ ପଦକ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି।

ଏହି କୃତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷ ଛାତ୍ର ଭିନୀତ ଦାସ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଦ୍ୱିତୀୟ ବର୍ଷ ଛାତ୍ର ରୋମିତ ରୋଶନ୍ ପ୍ରଧାନ ଏବଂ ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍ ର ତୃତୀୟ ବର୍ଷ ଛାତ୍ରୀ ଆଦ୍ୟାଶା ମିଶ୍ର ଓ ଅମ୍ରିତା ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ସୋଆ ପରିଚାଳିତ ଆଇଟିଇଆରର ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ଖେଳି କାଂସ୍ୟ ପଦକ ହାସଲ କରିଥିବା ବେଳେ ରୋମିତ ରୋଶନ ପ୍ରଧାନ ମଧ୍ୟ ଆଉ ଏକ କାଂସ୍ୟ ପଦକ ଲାଭ କରିଥିଲେ।

ଏହି କୃତି ଖେଳାଳି ମାନେ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)
ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଇଥିବା ଖେଳାଳିମାନଙ୍କର ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଉପସ୍ଥିତ ଥିଲେ। ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍‌ର ସଚିବ ବିକାଶ ପଟ୍ଟନାୟକଙ୍କ ତ୍ୱତାବଧାନରେ ଏହି ଦଳ
ପ୍ରତିଯୋଗିତାରେ ଭାଗ ନେଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ
ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର ଫାର୍ମାସୀ, ବାୟୋଟେକ୍ନୋଲଜି, ମେଡିକାଲ୍ ସାଇନ୍‌ସେସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଗବେଷକଙ୍କୁ ନେଇ ଦଳ ଗଠନ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ଡକ୍ଟର ଚୋର୍‌ଘାଡେ ଆମେରିକାନ୍ କେମିକାଲ୍ ସୋସାଇଟି (ଏସ୍‌ଏସିଏସ୍‌)ର ଜଣେ ଫେଲୋ। ସେ ଔଷଧର ଉଦ୍‌ଭାବନ, ବିକାଶ ଏବଂ ପାରମ୍ପରିକ ଭାରତୀୟ ଔଷଧକୁ ନେଇ ଗବେଷଣା କରୁଛନ୍ତି । ଏହି ଆଲୋଚନା ସମୟରେ ହାଇଦ୍ରାବାଦ ସ୍ଥିତ ସିଏସ୍‌ଆଇଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଚିଫ୍ ସାଇନ୍‌ଟିଷ୍ଟ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

କେମୋସିନ୍ଥେଟିକ୍ ଆର୍ଟିଫିସିଆଲ୍ ଲିଭର୍ ଉଦ୍‌ଭାବନ ନିମନ୍ତେ ଡକ୍ଟର ଚୋରଘାଡେ ପ୍ରସିଦ୍ଧି ଲାଭ କରିଛନ୍ତି। ଡକ୍ଟର ଚୋରଘାଡେ ହାବାର୍ଡର ହାର୍ଭାର୍ଡ, କାଲ୍‌ଟେକ୍‌, ୟୁନିଭର୍ସିଟି ଅଫ୍ ଚିକାଗୋ, ଏମ୍‌.ଆଇ.ଟି, ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ, ୟୁନିଭର୍ସିଟି ଲୁଇସ୍ ପାସ୍ତର, ଆଇସିଟି ଏବଂ ସିଏସ୍‌ଆଇଆର ଇତ୍ୟାଦିରେ ଆଡଜଂକ୍ଟ ରିସର୍ଚ୍ଚ ପ୍ରଫେସର, ଭିଜିଟିଂ ଫେଲୋ ବା ଭିଜିଟିଙ୍ଗ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।

ଏହି ଆଲୋଚନା ସମୟରେ ସୋଆ ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, ବାୟୋ ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର
ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ହୃଦୟ ନାଥ ଥାଟୋଇ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏହି ବିଭାଗର ପ୍ରଫେସର ଇ. ସୁବୁଦ୍ଧି ଏବଂ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ବି.ବି ସୁବୁଦ୍ଧି ଓ ପ୍ରଫେସର ଲକ୍ଷ୍ମୀଧର ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍‌ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆଇସିଏଆଇ ଅନ୍ତର୍ଗତ ଇଆଇଆର୍‌ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଗଗନ ବିହାରୀ ଦାସ, ସଂପାଦକ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍‌ଟାଂଟ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ। ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି।

ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି। ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ସମ୍ମାନିତ ହେଲେ ସୋଆ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି। ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ ହାଇଦ୍ରାବାଦ ଠାରେ ଜୁଲାଇ ୨୦ରେ ଆୟୋଜିତ ଦ୍ୱିତୀୟ ଏଜୁକେସନ୍ ଲିଡର୍ସ କନ୍‌କ୍ଲେଭ୍ ଓ ଆୱାର୍ଡସ କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେହିପରି ଆୟୋଜକଙ୍କ ପକ୍ଷରୁ ସୋଆକୁ ୨୦୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ତାନିଆ ଟିକୁଙ୍କ ଠାରୁ ଗ୍ରହଣ କରିଥିଲେ।

ଏହି ଅବସରରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ନବୀନ ମିତଲ ଓ ଏ. କାର୍ତିକେୟ ଓ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ସିଇଓ ଜୀତ ଶର୍ମା ଉପସ୍ଥିତ ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍ ଓ କର୍ପୋରେଟ ଜଗତରୁ ୧୦୦ ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସୁମା ସିକ୍ୟୁରିଟି ଏଜେନସି ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି” ଉଦଘାଟିତ ହୋଇଯାଇଛି। ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚିଫ ଭିଜିଲାନ୍ସ ଅଫିସର ତଥା ଡାଇରେକଟର ରିସୋରସେସ ଯୁଗଳ ଦାସ, ଆଇନ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁ, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନ ର ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ନିୟୁଜ ସେଭେନ ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ ସେଭେନ ର ନିର୍ଦେଶକ (ସେଲସ ଆଣ୍ଡ ମାର୍କେଟିଙ୍ଗ) ହିମାଂଶୁ ହୋତା ଓ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୁମା ସିକ୍ୟୁରିଟି ଏଜେନସି ର ଉଦ୍ଦେଶ୍ୟ ରହିଛି ସେବା, ଶାନ୍ତି ଓ ସୁରକ୍ଷା। ଆଗାମୀ ଦିନରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ହସ୍ପିଟାଲର ସୁରକ୍ଷା କାର୍ଯ୍ୟରେ ଏହି ଏଜେନସିର ସୁରକ୍ଷା କର୍ମୀମାନେ ନିୟୋଜିତ ହେବାର ଯୋଜନା ରହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।
ସୋଆ ଅଧିନସ୍ଥ ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଭଜନ ଆଲ୍‌ବମ୍‌ର ଗୀତ ରଚନା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କରିଥିବା ବେଳେ ସଂଗୀତ ସଂଯୋଜନା କରିଛନ୍ତି କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡା। କଣ୍ଠ ଦାନ କରିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର, ସୋହିନୀ ମିଶ୍ର ଏବଂ ଅନ୍ତରା ଚକ୍ରବର୍ତ୍ତୀ।

ଗୁରୁବାର ସୋଆ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ପ୍ରଫେସର ନାୟକ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ୱ ସମ୍ପର୍କରେ ମତ ରଖିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟ ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା ଆରମ୍ଭ କରିଛି ଏବଂ ଏଥି ନିମନ୍ତେ ‘ପ୍ରାଚୀନ’ ବିଭାଗ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି। ତେଣୁ ସଂସ୍କୃତି ଓ ଐତିହ୍ୟକୁ ଉଦ୍‌ଜୀବିତ କରି ରଖିବା ନିମନ୍ତେ ବଳଦେବଜୀଉଙ୍କ ଭଜନ ଆଲ୍‌ବମ୍ ପ୍ରସ୍ତୁତି ‘ପ୍ରାଚୀନ’ର ପ୍ରୟାସ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଛନ୍ତି।

ଉନ୍ମୋଚନ ଅବସରରେ ରଞ୍ଜନ କୁମାର ଦାସ ସଂଗୀତ ରଚନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ଏକ ବନ୍ଧନ। ପ୍ରଭୁଙ୍କ ବନ୍ଧନ ବିନା ଏଭଳି କାର୍ଯ୍ୟ ସମ୍ଭବ ନୁହେଁ। ଆଲ୍‌ବମ୍‌ରେ ୬ଟି ଗୀତ ଥିବା ବେଳେ ଏହା ବେଶ ସ୍ମୃତି ମଧୁର ହୋଇଛି ଏବଂ ଏହି ପ୍ରଥମ ଆଲ୍‌ବମ୍‌ଟି ଶ୍ରୋତାଙ୍କ ନିକଟରେ ବେଶ ଆଦୃତ ହେବ ବୋଲି ସେ କହିଛନ୍ତି।

ଏହି ପ୍ରଥମ ଅର୍ଘ୍ୟକୁ ସୋଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ସଂଗୀତକାର ଶ୍ରୀ ପରିଡ଼ା।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କ ସମେତ ଶ୍ରୀ ଦାସ, ଶ୍ରୀ ପରିଡା, ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ ଏବଂ ନ୍ୟୁଜ ଚ୍ୟାନେଲ ‘ନ୍ୟୁଜ-୭’ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ‘ନ୍ୟୁଜ-୭’ର କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ପ୍ରମେୟର ଡିଜିଏମ୍ (ସର୍କୁଲେସନ୍‌) ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ୍ ଏବଂ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଯୁଗଳ କିଶୋର ଦାସ ଉପସ୍ଥିତ ଥିଲେ।

ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର, ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି।

ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ ଏ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି।
୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ସହ ମରକ୍କୋ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ମହମ୍ମଦ ମଲିକି। ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ।

ଶ୍ରୀ ମଲିକି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ନିଜ ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମରକ୍କୋରେ ୭୨ ପ୍ରତିଶତ ସାର ଉତ୍ପାଦନ ହେଉଥିବା ବେଳେ ଔଷଧ ପ୍ରସ୍ତୁତି ଏବଂ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ତାଙ୍କ ଦେଶ ଖୁବ୍ ଆଗରେ ବୋଲି ସେ କହିଥିଲେ।

ସୋଆର ଭିତିଭୂମି ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ସେ ଖୁବ୍ ଉତ୍ସାହିତହୋଇଛନ୍ତି ବୋଲି କହି ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଅବଦାନକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ତାଙ୍କ ଦେଶର ଛାତ୍ରଛାତ୍ରୀମାନେ କିଭଳି ସୋଆରେ ଶିକ୍ଷା ଗ୍ରହଣ କରିପାରିବେ ତଥା ମରକ୍କୋ ଓ ସୋଆ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ସେ ଚେଷ୍ଟା କରିବେ ବୋଲି କହିଥିଲେ।

ଶ୍ରୀ ମଲିକିଙ୍କ ସହ ଆଲୋଚନା ସମୟରେ ସୋଆର ଉପକୂଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲର ଅଫ ଏକ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ସୋଆର ସମସ୍ତ ଶିକ୍ଷାନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ।

ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ଡାଇରେକ୍ଟର ପ୍ରଫେସର ନଚିକେତା ଶର୍ମା ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଏଠାରେ ସୋଆ ବିଶ୍ଵବିଦ୍ୟାଳୟ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି। ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି, କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି।

ଭୁବନେଶ୍ୱର ଉପକଣ୍ଠ ଶାମ୍‌ପୁର ଠାରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟରେ ସବୁ ପ୍ରକାର ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି।

ଏଥିରେ ଗାଏନାକୋଲୋଜି, ସର୍ଜରୀ ଓ ମେଡିସିନ୍ ଭଳି ବିଭାଗର ବ୍ୟବସ୍ଥା ରହିଛି। ଗୃହପାଳିତ ପଶୁ ସମେତ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସୋଆ ଭେଟେରିନାରୀ କଲେଜର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ।

ଏହି ଚିକିତ୍ସାଳୟରେ ଫାର୍ମାସୀ, ଲାବୋରେଟୋରୀ, ଓ ଅପରେସନ ଥିଏଟର ର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟରେ ୨୪ ଘଣ୍ଟା ସମସ୍ତ ସେବା ଉପଲବ୍ଧ ରହିବ ବୋଲି କହିଛନ୍ତି ଏହି ଚିକିତ୍ସାଳୟାର ନିର୍ଦ୍ଦେଶକ ଡଃ ଡି.ଏନ୍‌. ପଲ୍।

ନିର୍ଦ୍ଦେଶକଙ୍କ ସମେତ ୩ ଜଣ ପ୍ରଫେସର ମଧ୍ୟ ଏଠାରେ କାର୍ଯ୍ୟରତ ରହିବେ। ତେବେ ଏହି ଚିକିତ୍ସାଳୟର ମୁଖ୍ୟ ଆକର୍ଷଣ ହେଉଛି ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ପା। ଏହି ସ୍ପାରେ ପଶୁମାନଙ୍କୁ ଗାଧୋଇଦେବା ସହ ତାଙ୍କର ହେୟାର କଟିଂ, ନେଲ୍ କଟିଂ ଏବଂ ଅନ୍ୟାନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ସମୟର ସବୁଠାରୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ। ଉଦ୍‌ଘାଟନ ପୂର୍ବରୁ ହିଁ ମାଙ୍କଡ ଟି ଚିକିତ୍ସାଳୟରେ ଘୂରି ବୁଲୁଥିଲା। ତା’ର କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଏବଂ ଉଦ୍‌ଘାଟନୀ ପରେ ପ୍ରଥମ ରୋଗୀ ଭାବେ ତା’ର ଚିକିତ୍ସା କରାଯିବ ବୋଲି ପ୍ରଫେସର ପଟ୍ଟନାୟକ କହିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିକିତ୍ସାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ।

ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡସ ଆଣ୍ଡ ଡିସରପସନ୍ସ ଇନ ହସ୍ପିଟାଲିଟି ଆଣ୍ଡ ଟୁରିସୀମ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ଶ୍ରୀ ଗୁଆନି।

Categories
ଆଜିର ଖବର ରାଜ୍ୟ ଖବର

ଏନ.ସି.ସି.ବି.ଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର।

ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା।

ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସୋଆର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପିଏନ୍‌ବିର ଏଟିଏମ୍ ଉଦ୍‌ଘାଟିତ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏହି ଏଟିଏମ୍‌ର ନବୀକରଣ କରାଯାଇ ଗ୍ରାହକଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ନୂତନ ଏଟିଏମ୍‌ର ଉଦ୍‌ଘାଟନ ସମୟରେ ସୋଆର ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ପିଏନ୍‌ବି ଭୁବନେଶ୍ୱର ସର୍କଲ୍‌ର ମୁଖ୍ୟ ପରେଶ କୁମାର ଦାସ, ପୋଖରୀପୁଟ ଶାଖାର ମୁଖ୍ୟ ସୌମିତ୍ରୀ ପତି, ପୂର୍ବତନ ବ୍ରାଂଚ ମୁଖ୍ୟ ହିମାଂଶୁ ଶେଖର ମହାପାତ୍ର ଓ ସୋଆର ଚିଫ୍ ଫାଇନାନ୍ସ ଅଫିସର ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପିଏନ୍‌ବି ଶାଖା ଓ ଏଟିଏମ୍ ପୋଖରୀପୁଟ ସମେତ ଜାଗମରା, ଖଣ୍ଡଗିରି ଧର୍ମବିହାର ଅଂଚଳର ଅନେକ ଗ୍ରାହକଙ୍କର ସେବାରେ ଉପଲବ୍ଧ ଅଟେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ”: ଅଡିଓ ରିଲିଜ୍‌ରେ ଏକାଠି ହେଲେ କଳାକାର

ଭୁବନେଶ୍ୱର: ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’। ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍‌ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ। ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସିନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ। ଏହି ଅବସରରେ ସୁମା ରିଅଲ୍ ମିଡିଆର ସିଇଓ ତଥା ସିନେମାର ପ୍ରଯୋଜକ ସୁନୀଲ ଦାସ କହିଥିଲେ ଯେ ପ୍ରଫେସର ନାୟକଙ୍କ ପ୍ରେରଣା ଓ ତତ୍ୱାବଧାନରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏହା ସଂସ୍ଥାର ଦ୍ୱିତୀୟ ଚଳଚ୍ଚିତ୍ର। ପ୍ରଥମ ଚଳଚ୍ଚିତ୍ର ଥିଲା ‘ଫେରିଆ’। ଯାହକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୬ଟି ପୁରସ୍କାର ପାଇବା ସହ ସଫଳତା ସାଉଁଟି ଥିଲା।

ଚଳଚ୍ଚିତ୍ରର କାହାଣୀକାର ଦିଲ୍ଲୀପ କୁମାର ଦାସ କହିଛନ୍ତି, ଏଥିରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି। ଯାହାକୁ ଦେଖି ସେନ୍‌ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି।

ସିନେମାର ନିର୍ଦ୍ଦେଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ କହିଛନ୍ତି, ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦିଆଯାଇଛି। କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ଲୋକେସନ୍ ଓ ନିର୍ଦ୍ଦେଶନା ସବୁ ଦିଗପ୍ରତି ଧ୍ୟାନ ଦିଆଯାଇଛି। କରୋନା କାରଣରୁ ଦୀର୍ଘସମୟ ପ୍ରେକ୍ଷାଳୟ ବନ୍ଦ ରହିଥିଲା। ଏବେ ସ୍ଥିତି କିଛିଟା ସାଧାରଣ ହେବାକୁ ଯାଉଛି। ତେଣୁ ଦଶହରାରେଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇବ ବୋଲି ଆଶା କରାଯାଏ।

ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀର୍ତିମାନ ସ୍ଥାପନ ହେବ ବୋଲି ପୁରା ଟିମ୍ ଆଶାବାଦୀ ଅଛନ୍ତି। ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ କହିଛନ୍ତି, ମୋ କ୍ୟାରିଅରର ପ୍ରଥମ ସିନେମା ଦଶହରା ପୂଜାରେ ରିଲିଜ୍ ହେଉଛି। ଏଥିପାଇଁ ମୁଁ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି ଦୀର୍ଘଦିନ ପରେ ପୁଣି ପ୍ରେକ୍ଷାଳୟ ପୂରି ଉଠିବାକୁ ଯାଉଛି। ସିନେମାର ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି। ଚେଷ୍ଟା କରିଛି ପ୍ରତିଟି ଗୀତ ଭିନ୍ନ କରିବାକୁ। କାରଣ ଡ. ସଞ୍ଜୟ ନାୟକଙ୍କ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବା ଆବଶ୍ୟକ। ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବା ଦେବେ ବୋଲି ଆଶା। ଏହାର
ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ।

ଗାଇଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍। ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି। ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି। କ୍ୟାମେରା ପରିଚାଳନା ଚେନ୍ନାଇର ଏସ୍‌. ରଞ୍ଜନ କରିଥିବା ବେଳେ ସମ୍ପାଦନା କରିଛନ୍ତି ରଞ୍ଜନ କୁମାର ଖଟେଇ।

ଏହି ଅଡିଓ ରିଲିଜ୍ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସୁମା ରିଅଲ୍ ମିଡିଆର ସେଲ୍ସ ଆଣ୍ଡ୍ ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା ଏବଂ ‘ନ୍ୟୁଜ୍‌-୭’ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ଅନ୍ୟମାନେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ।