Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ
ଅନ୍ତରାଷ୍ଟ୍ରୀୟ

ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

February 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ
ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର ଫାର୍ମାସୀ, ବାୟୋଟେକ୍ନୋଲଜି, ମେଡିକାଲ୍ ସାଇନ୍‌ସେସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଗବେଷକଙ୍କୁ ନେଇ ଦଳ ଗଠନ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ଡକ୍ଟର ଚୋର୍‌ଘାଡେ ଆମେରିକାନ୍ କେମିକାଲ୍ ସୋସାଇଟି (ଏସ୍‌ଏସିଏସ୍‌)ର ଜଣେ ଫେଲୋ। ସେ ଔଷଧର ଉଦ୍‌ଭାବନ, ବିକାଶ ଏବଂ ପାରମ୍ପରିକ ଭାରତୀୟ ଔଷଧକୁ ନେଇ ଗବେଷଣା କରୁଛନ୍ତି । ଏହି ଆଲୋଚନା ସମୟରେ ହାଇଦ୍ରାବାଦ ସ୍ଥିତ ସିଏସ୍‌ଆଇଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଚିଫ୍ ସାଇନ୍‌ଟିଷ୍ଟ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

କେମୋସିନ୍ଥେଟିକ୍ ଆର୍ଟିଫିସିଆଲ୍ ଲିଭର୍ ଉଦ୍‌ଭାବନ ନିମନ୍ତେ ଡକ୍ଟର ଚୋରଘାଡେ ପ୍ରସିଦ୍ଧି ଲାଭ କରିଛନ୍ତି। ଡକ୍ଟର ଚୋରଘାଡେ ହାବାର୍ଡର ହାର୍ଭାର୍ଡ, କାଲ୍‌ଟେକ୍‌, ୟୁନିଭର୍ସିଟି ଅଫ୍ ଚିକାଗୋ, ଏମ୍‌.ଆଇ.ଟି, ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ, ୟୁନିଭର୍ସିଟି ଲୁଇସ୍ ପାସ୍ତର, ଆଇସିଟି ଏବଂ ସିଏସ୍‌ଆଇଆର ଇତ୍ୟାଦିରେ ଆଡଜଂକ୍ଟ ରିସର୍ଚ୍ଚ ପ୍ରଫେସର, ଭିଜିଟିଂ ଫେଲୋ ବା ଭିଜିଟିଙ୍ଗ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।

ଏହି ଆଲୋଚନା ସମୟରେ ସୋଆ ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, ବାୟୋ ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର
ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ହୃଦୟ ନାଥ ଥାଟୋଇ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏହି ବିଭାଗର ପ୍ରଫେସର ଇ. ସୁବୁଦ୍ଧି ଏବଂ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ବି.ବି ସୁବୁଦ୍ଧି ଓ ପ୍ରଫେସର ଲକ୍ଷ୍ମୀଧର ମହାରଣା ଉପସ୍ଥିତ ଥିଲେ।

soa ମନୋଜରଞ୍ଜନ ନାୟକ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.