Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାହିଁକି ?

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। କାରଣ ହେଲା ଯେ, ଓଡିଶାରେ ଏକ ଜାତୀୟ ରାଜପଥ କାମ ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ତାହା ଶେଷ ହେଉ ନାହିଁ। ସେହି ରାସ୍ତା ହେଲା କଟକ-ଅନୁଗୁଳ-ସମ୍ବଲପୁର ଏନଏଚ-55।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରି ଲେନ କରିବା ପାଇଁ ଏହି ରାସ୍ତାର କାମ 2017 ମସିହାରୁ ଆରମ୍ଭ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ତାହା ଶେଷ ହେଉ ନାହିଁ। ସବୁବେଳେ ରାସ୍ତା କାମ ଜାରୀ ରହିଥିବାରୁ ସେଠାରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ଦୁଇ ବର୍ଷ ମଧ୍ୟରେ ସେହି ରାସ୍ତାରେ 399ଟି ଦୁର୍ଘଟଣା ଘଟିଛି। ଏଥିରେ 196 ଜଣ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି। ସେମାନେ ମଧ୍ୟ ବିଭିନ୍ନ ବୈଠକ କରି ଏହା କାମ ଉପରେ ଆଲୋଚନା କରିଛନ୍ତି। ହେଲେ ଏ ନେଇ ଠୋସ କିଛି ଫଳ ମିଳିପାରୁ ନାହିଁ। ଯାହାଦ୍ବାର କାମ ବହୁ ବିଳମ୍ବ ହେବାରେ ଲାଗିଛି।

ଏପରି ବିଳମ୍ବ ପାଇଁ ସେହି ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଏପରିକି ଆନ୍ଦୋଳନ ମଧ୍ୟ ହେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାମ ଶିଘ୍ର ଶେଷ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ଗାଡିର ହର୍ଣ୍ଣ, ଆମ୍ବୁଲାନସ ସାଇରନ ହେବ ପରିବର୍ତ୍ତନ, ଖୁବ ଶିଘ୍ର ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଏଣିକି ଗାଡିର ହର୍ଣ୍ଣ ରେ ହେବ ପରିବର୍ତ୍ତନ। ବିକଟାଳ ଶଦ୍ଦ ପରିବର୍ତ୍ତେ ଭାରତୀୟ ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏଥିପାଇଁ ଗୋଟିଏ ନୂଆ ନିୟମ ଆଣିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।

ନାସିକଠାରେ ଆୟୋଜିତ ଜାତୀୟ ରାଜପଥ କାର୍ଯ୍ୟକ୍ରମରେ ସେ ଉଦବୋଧ ଦେବା ବେଳେ ଏହା କହିଛନ୍ତି। ବର୍ତ୍ତମାନ ଭାରତୀୟ ଯାନବାହନରେ ପ୍ରଚଳିତ ହର୍ଣ୍ଣ ଶଦ୍ଦ ପ୍ରଦୂଷଣ କରୁଛି। ଏୁପରିକି ଲୋକଙ୍କୁ ବିରକ୍ତିକର କରୁଛି। ସେଥିପାଇଁ ଭାରତୀୟ ତବଲା, ବଂଶୀ, ବେହେଲା ପ୍ରଭୃତି ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏ ନେଇ ବର୍ତ୍ତମାନ ଅନୁଧ୍ୟାନ ଆରମ୍ଭ କରାଯାଇଛି ବୋଲି ଗଡକରୀ କହିଛନ୍ତି।

ସେହିପରି ଆମ୍ବୁଲାନସ ଏବଂ ପୋଲିସ ଗାଡିର ସାଇରନ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ଦୁଇଗାଡିରେ ଯେଉଁ ସାଇରନ ବ୍ୟବସ୍ଥା ରହିଛି ତାହା ଭୟଭିତ କରିବା ପରି ଶଦ୍ଦ ବାହାରୁଛି। ତାହାକୁ ପରିବର୍ତ୍ତନ କରାଯାଇ ସୁମଧୂର ଶଦ୍ଦ ବା ଯନ୍ତ୍ର ସଂଗୀତ ପ୍ରୟୋଗ କରାଯିବ।

ମନ୍ତ୍ରୀ କହିଥିଲେ ଯେ, ଅଲ ଇଣ୍ଡିଆ ରେଡିଓରେ ଜଣେ କଳାକାର ଏକ ଯନ୍ତ୍ର ସଂଗୀତ କଂପୋଜ କରିଛନ୍ତି। ଯାହା ରେଡିଓରେ ସକାଳୁ ସକାଳୁ ବାଜୁଛି। ତାହାକୁ ଆମ୍ବୁଲାନସରେ ବ୍ୟବାହର କରାଯାଇପାରିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।

ତେବେ ବାବୁଙ୍କ ନାଲିବତି ଉଠାଇବା ପରି ଏହି ବିକଟାଳ ହର୍ଣ୍ଣ ବ୍ୟବସ୍ଥା ମଧ୍ୟ ଖୁବ ଶିଘ୍ର ଉଠାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ଆଇନ ତଥା ମୋଟର ବିଶେଷଜ୍ଞଙ୍କ ସହିତ ଆଲୋଚନା ଚାଲିଛି। ଏହା ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହେବା ପରେ ତାହାକୁ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଗଡକରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବର୍ଷେ ମଧ୍ୟରେ ଦେଶରୁ ହଟିବ ସମସ୍ତ ଟୋଲ ପ୍ଲାଜା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ ଗଡକରୀ

ନୂଆଦିଲ୍ଲୀ, ଗୋଟିଏ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ ପ୍ଲାଜା ହଟାଇ ଦିଆଯିବ। ସମସ୍ତ ଦେୟ ଜିପିଏସ ମାଧ୍ୟମରେ ହେବ। ଏହି ପ୍ରତିଶୃତି ଗୃହକୁ ଦେଉଛି ବୋଲି କହିଥିଲେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଆଜି ସଂସଦରେ ଗଡକରୀ କହିଛନ୍ତି ଯେ, ଗାଡି ମାଲିକ ଏଣିକି ଫାସଟ୍ୟାଗ ମାଧ୍ୟମରେ ପଇସା ଦେଉଛନ୍ତି। ଏହା ସଂପୂର୍ଣ୍ଣ ହେବା ପାଇଁ ସମୟ ଲାଗିବ। କାରଣ ଦେଶରେ ବର୍ତ୍ତମାନ 93 ପ୍ରତିଶତ ଗାଡି ମାଲିକ ଫାସଟ୍ୟାଗ କରି ସାରିଲେଣି। ଅନ୍ୟମାନେ ଖୁବ ଶିଘ୍ର କରିବେ। ତେବେ ରାସ୍ତାରେ ଆଉ ଟୋଲ ଗେଟ ନ ରହି ତାହା କେବଳ ଜିପିଏସ ମାଧ୍ୟମରେ ଟାକ୍ସ ଆଦୟ ହେବ ବୋଲି ମନ୍ତ୍ରୀ କହିଛନ୍ତି।