Categories
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ଜନତା ପାର୍ଟି ତରଫରୁ ‘ମୋ ମାଟି ମୋ ଦେଶ ‘ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଛନ୍ତି।

ପ୍ରକାଶ ଥାଉକି ଏକ ଭାରତ ଶ୍ରେଷ୍ଠ ଭାରତ କରିବାର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧୦୩ ତମ ମନ କି ବାତରେ ଏହି ଅଭିଯାନର ଘୋଷଣା କରିଥିଲେ। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ଦେଶର ପ୍ରତ୍ୟେକ କୋଣରେ ଅମୃତ କଳସ ଯାତ୍ରା କରିବା, ଯାହାକି ଦେଶର ପ୍ରତ୍ୟେକ କୋଣରୁ ୭୫୦୦ କଳସରେ ମାଟି ସଂଗୃହିତ ହୋଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ।

ଅମୃତ କଳସର ସଂଗୃହିତ ମାଟିକୁ ନେଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ। ଉକ୍ତ ସ୍ମାରକୀ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ହୋଇ ରହିବ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ଓ ହରିଚନ୍ଦନଙ୍କ ସମେତ ଏନଏସିର ବିଜେପି କାଉନସିଲରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗଦେଇ ଅମୃତ କଳସରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ସାରା ବାଣପୁର ଏନଏସି ରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Categories
ଆଞ୍ଚଳିକ

ବ୍ରହ୍ମଗିରିରେ ୧୦୩ତମ ମନ କି ବାତ ଶୁଣିଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ରୋଡଙ୍ଗ ପଞ୍ଚାୟତରେ ବ୍ରହ୍ମଗିରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୁବ ନେତ୍ରୀ ଉପାସନା ମହାପାତ୍ର ସମେତ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ  କାର୍ଯ୍ୟକ୍ରମ ପରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଵୋଧନ କରିଥିଲେ ସମ୍ବିତ ପାତ୍ର।

୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଆରମ୍ଭ ହେବାକୁ ଥିବା ‘ମୋ ମାଟି, ମୋ ଦେଶ’ ଅଭିଯାନ ବାବଦରେ ଚର୍ଚ୍ଚା କରିଥିଲେ।

ମୋଦୀ ଆହୁରି କହିଛନ୍ତି ଯେ, ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ। ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ। ୭,୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହୋଇ ଦିଲ୍ଲୀ ଅଣାଯିବ। ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ ନିର୍ମାଣ ହେବ।

ଏହା ସହିତ ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି। ଆମେରିକାର ଭାରତର ୧୦୦ରୁ ଅଧିକ ଦୁଲର୍ଭ ଓ ପ୍ରାଚୀନ କଳାକୃତି ଫେରାଇବାକୁ ଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଆଜିର ଆଲୋଚନାରେ ସ୍ଥାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ଦେଶରେ ଚାଲିଥବା ନିଶାମୁକ୍ତି ଅଭିଯାନକୁ ପ୍ରଂଶସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଶୁଣିଲେ ସଭାପତି ମନମୋହନ ସାମଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ।

ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି। ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜି ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା ସ୍ଥିତ ୧୯୪ ନମ୍ବର ବୁଥ୍‌ଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତାଙ୍କ ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୩ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି।

ମୋଦିଜୀଙ୍କ ଏହି ପ୍ରୟାସ ସମସ୍ତଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ “ମନ କି ବାତ୍‌” କାର୍ଯ୍ୟକ୍ରମ ଆଗାମୀ ଯୁବ ସମାଜକୁ ମାର୍ଗ ଦର୍ଶନ କରାଇବାରେ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

ମୋଦି ୨୦୧୬ ଓ ୨୦୨୧ରେ ଆମେରିକା ଯିବାପରେ ଶତାଧିକ ପ୍ରାଚୀନ କଳାକୃତି, ସାମଗ୍ରୀ ଭାରତକୁ ଆସିଥିବା “ମନ୍ କି ବାତ୍‌”ର ୧୦୩ତମ ସଂସ୍କରଣରେ ମୋଦି କହିବା ସହ ଆମେରିକା ସରକାରକୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ମୋଦିଜୀ କହିଛନ୍ତି ଯେ, ଭାରତ ୧୨,୦୦୦କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରାୟ ୧୦ଲକ୍ଷ କିଲୋଗ୍ରାମ ଓଜନର ଡ୍ରଗ୍ସ(ନିଶାଦ୍ରବ୍ୟ) ନଷ୍ଟ କରି ରେକର୍ଡ ସୃଷ୍ଟି କରିଛି, ଏନେଇ ଦେଶର ଯୁବବର୍ଗଙ୍କୁ ସେ ପ୍ରଶଂସା କରିଛନ୍ତି।

ଜନସମୂହ ଭାଗିଦାରି ଓ ସଚେତନତା ପ୍ରସଙ୍ଗରେ ଉତର ପ୍ରଦେଶରେ ରେକର୍ଡ ସଂଖ୍ୟକ ୩୦କୋଟି ଚାରା ରୋପଣ କରାଯାଇଛି। ମୋଦିଜୀ ଦେଶପାଇଁ ସହିଦ୍ ହୋଇଥିବା ଯବାନଙ୍କ ସମ୍ମାନାର୍ଥେ “ମେରି ମାଟି ମେରା ଦେଶ” ଅଭିଯାନ ଆରମ୍ଭ କରିବେ ବୋଲି “ମନ୍ କି ବାତ୍‌”ରେ କହିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସୁନ୍ଦରପଡା ଅଂଚଳର କର୍ପୋରେଟର ମଧୁସ୍ମିତା ପ୍ରଧାନ, ତୃପ୍ତିମଇ ମକଦ୍ଦମ, ମୁରଲୀ ମନୋହର ପାତ୍ର, ବନ୍ଦନା କାନୁନଗୋ, ବିଜୟ ସାହୁ, ସୁନିଲ ପ୍ରଧାନ, ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ ପ୍ରଧାନ, ମନୋଜ ପଶ୍ଚିମକବାଟ, ପ୍ରସନ୍ନ ସିଂ, ସୁବାସ ବାରିକ ଓ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ଶୁଣିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଚିଲିକା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପାଳିତ ହୋଇଯାଇଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ, ବାଣପୁର ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜରିପଡା ପଞ୍ଚାୟତରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନ୍ୟ ପଞ୍ଚାୟତଗୁଡିକରେ ବିଜେପିର ବହୁ ତୁଙ୍ଗ ନେତାମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ଥାନରେ ଶହ ଶହ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କି ବାତ୍ ଶୁଣିଥିଲେ।

ସେହିପରି ଭାବେ ବାଣପୁର ବ୍ଲକର କୁମାରାଙ୍ଗ, ନନ୍ଦପୁର ଏବଂ ଗମ୍ଭାରୀମୁଣ୍ଡା ଆଦି ପଞ୍ଚାୟତରେ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଥିବା ଦେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

‘ମନ କି ବାତ୍’ ରେ ଆପଣଙ୍କ କଥା କହିବେ ପ୍ରଧାନମନ୍ତ୍ରୀ ମୋଦୀ, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି ।

ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ ।

MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅଗଷ୍ଟ ୨୮ରେ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଲେଖନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ ।”

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଶେଷ ରବିବାର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି ‘ମନ କି ବାତ୍’ କାର୍ଯ୍ୟକ୍ରମ। ଏହା ଆସନ୍ତାକାଲି ଦିନ ୧୧ ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ। ଆସନ୍ତାକାଲି ଏହା ୯୧ ତମ ଅଧ୍ୟାୟ ହେବ।

ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଆଇଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏଆଇଆର ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରଣ କରାଯିବ। ଏଥିସହିତ ଏହା ଏଆଇଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ।

ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷା ସଂସ୍କରଣଗୁଡ଼ିକ ରାତି  ୮ ରେ ପ୍ରସାରଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: “ମନ କି ବାତ”ରେ ପେଟ୍ରୋଲ କଥା କୁହନ୍ତୁ ମୋଦୀ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୈଳ ଦରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏହାସହ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଟୀକା ବିଷୟରେ କହିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟାଯିବା ପରେ ମମତା କହିଛନ୍ତି ଯେ, ୨୦୨୪ ପୂର୍ବରୁ ବିଜେପି ପରାଜିତକୁ ମାନିନେଇଛି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସମସ୍ୟା ଉପରେ ଦେଇଥିବା ଚିଠିକୁ ନେଇ ପ୍ରଧାନମନ୍ତ୍ରୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ରାଜ୍ୟପାଳ ଜଗଦୀପ ଧନଖଡକୁ ହଟାଇବା ପାଇଁ କହିଥିଲେ ମଧ୍ୟ ତାହା ଶୁଣାଯାଉନି।