Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡି”ର ମ୍ୟୁଜିକ୍ ରିଲିଜ

ଭୁନନେଶ୍ୱର: ଆଜି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା “ମନ ମୋର କାଗଜ ଗୁଡି” ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ) ଯୋଗ ଦେଇଥିଲେ। ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ।

ସୁମିତ୍ରା ଏଣ୍ଟରଟେଂମେଣ୍ଟ ବ୍ୟାନରର,”ମନ ମୋର କାଗଜ ଗୁଡି” ସିନେମାକୁ ନେଇ ଏହାର ମୁଖ୍ୟ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ବେଶ ଆଶାବାଦୀ ଅଛନ୍ତି।ବ୍ୟୟବହୁଳ ସିନେମା ଟିକୁ ଆଉ ଟିକେ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତକୁ ସ୍ମୃତି ମଧୁର କରିଛନ୍ତି, ସଙ୍ଗୀତ ନିର୍ଧେସକ ଜାପାନୀ ଭାଇ।ନିର୍ଧେସନା ଭାର ଦେଵଜ୍ୟୋତି ପାତ୍ର ସମ୍ଭାଳି ଥିବା ବେଳେ, ସଂଳାପ ଲେଖିଛନ୍ତି ମାନସ ପଢିହାରୀ। କାହାଣୀ ରଚନା ଦିବ୍ୟ ସିଂ ରାୟ କରିଥିବା ବେଳେ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ। ରାକେଶ ସିଂ ଦେଓ,ଭୂମିକା ଦାସ, ମମତା ଦାସ, ପ୍ରୀତିରାଜ, ଦେବୀ ବାରିକ, ଚୌଧୁରୀ ଜୟ ପ୍ରକାଶ ଦାସ,ଐଶ୍ୱର୍ଯ୍ୟା ବେହେରା, କୁମାର, ଜ୍ଞାନ, ଭକ୍ତି, ତାପସ, ମଣ୍ଟୁ, ପ୍ରୀତି, ନାଗେଶ, ଗୁଡି, ମମତା ଦାସ, ସୁହାନା, ଦିବ୍ୟାଂସା, ଲିପୁନ ପ୍ରମୁଖ କଳାକାରମାନେ ଅଭିନୟରେ ଅଛନ୍ତି।

ଆଜିର ଏହି ସଭାକୁ ପରିଚାଳନା କରି ଥିଲେ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ।

Categories
ଆଜିର ଖବର ବ୍ୟବସାୟ ମନୋରଂଜନ

କରୋନା ମହାମାରୀ ଚାଲିଥିବା ବେଳେ ଓଡିଆ ଚଳଚିତ୍ର ଚଳଚଞ୍ଚଳ, ‘ମନ ମୋର କାଗଜ ଗୁଡି’ର ହେଲା ଶୁଭ ମହୁରତ

ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପୁରା ଓଡିଆ ଚଳଚିତ୍ର ଠପ ହୋଇଯାଇଛି। ଏପରି ପରିସ୍ଥିତିରେ ଏକ ଚଳଚିତ୍ରର ଶୁଭ ମହୁରତ ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଆଜି ଏକ ରଂଗାରଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଓଡିଆ ଚଳଚିତ୍ର ‘ମନ ମୋର କାଗଜ ଗୁଡି’। ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚିତ୍ରରେ ରାକେଶ ଓ ଭୂମିକାଙ୍କର ଯୋଡି ଦେଖିବାକୁ ମିଳିବ।

ଏହି ଚଳଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବଜ୍ୟୋତି ପାତ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଶିବିର ପରିଡା ଏବଂ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜିତ ଏହି ଚଳଚିତ୍ର ହେଉଛି ପ୍ରଥମ। ଆସନ୍ତା ନଭେମ୍ବରରେ ଏହା ହଲକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି।