Categories
ଆଜିର ଖବର ଜାତୀୟ ଖବର

BREAKING: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ପାଇଁ ଯୋଗୀ ସରକାରଙ୍କ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ସିବିଆଇ ତଦନ୍ତ ହୋଇପାରେ। ଏ ନେଇ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିଶ କରିଛନ୍ତି। ଗତ 20 ତାରିଖରେ ମହନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତାଙ୍କ ରୁମ ଭିତରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସେଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି।

ଏହି ଘଟଣା ପରେ ଉତ୍ତର ପ୍ରଦେଶ ପୋଲିସ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ହେଲେ ସେହି ତଦନ୍ତକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହା ସିବିଆଇ ତଦନ୍ତ କରାଯାଉ ବୋଲି ଦାବୀ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ: ମିଳିଲା ଆତ୍ମହତ୍ୟା ନୋଟ

ନୂଆଦିଲ୍ଲୀ: ଆଜି ଅଖିଳ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ପରେ ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଏଥିରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ଅଛି। ପୋଲିସ କହିଛି ଯେ, ଆମେ ଘଟଣାର ତଦନ୍ତ କରୁଛୁ। ପୋଲିସ କହିଛି ଯେ, ଶିଷ୍ୟ ଆନନ୍ଦ ଗିରିଙ୍କ ଉପରେ ନରେନ୍ଦ୍ର ଗିରି ଦୁଃଖୀ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଅମର ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। ଓଁ ଶାନ୍ତି!”
ହିନ୍ଦୁ ମହାସଭାର ସଭାପତି ସ୍ଵାମୀ ଚକ୍ରପାଣି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ସନାତନ ଧର୍ମ ପାଇଁ ଏହା ଏକ ବଡ କ୍ଷତି। ତାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବା ପାଇଁ ସେ ପ୍ରଶାସନ ପାଖରେ ଦାବି କରିଛନ୍ତି। ”