Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ଧର୍ମ ବିଶେଷ ଖବର

“ଏକତାର ମହାକୁମ୍ଭ – ନୂଆ ଯୁଗର ଆରମ୍ଭ” : ଲେଖକ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲେଖକ- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହୋଇଛି। ଏକତାର ଏକ ବିଶାଳ ମହାଯଜ୍ଞ ସମ୍ପନ୍ନ ହୋଇଛି। ଗୋଟିଏ ରାଷ୍ଟ୍ରର ଚେତନା ଜାଗ୍ରତ ହେଲେ, ଶହ ଶହ ବର୍ଷ ପୁରୁଣା ପରାଧୀନତାର ମାନସିକତାରୁ ମୁକ୍ତ ହେଲେ, ଦେଶରେ ନୂତନ ଶକ୍ତିର ସଂଚାର ହୋଇଥାଏ । ଏହାର ପରିଣାମ ଜାନୁଆରୀ 13ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ‘ଏକତା କା ମହାକୁମ୍ଭ’ (ଏକତାର ମହାକୁମ୍ଭ) ରେ ଦେଖିବାକୁ ମିଳିଥିଲା।

22 ଜାନୁଆରୀ 2024ରେ, ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ, ମୁଁ ଦେବ ଭକ୍ତି ଏବଂ ଦେଶ ଭକ୍ତି ବିଷୟରେ କହିଥିଲି। ପ୍ରୟାଗରାଜରେ ମହାକୁମ୍ଭ ସମୟରେ, ସାଧୁ, ସନ୍ଥ, ମହିଳା, ଶିଶୁ, ଯୁବକ, ବରିଷ୍ଠ ନାଗରିକ ଏବଂ ସମାଜର ସମସ୍ତ ବର୍ଗର ଲୋକମାନେ ଏକାଠି ହୋଇଥିଲେ। ମହାକୁମ୍ଭରେ ଆମେ ରାଷ୍ଟ୍ରର ଜାଗ୍ରତ ଚେତନାକୁ ଦେଖିଛୁ। ଏହା ଥିଲା ଏକତାର ମହାକୁମ୍ଭ, ଯେଉଁଠି 140 କୋଟି ଭାରତୀୟଙ୍କ ଆସ୍ଥା ଏହି ପବିତ୍ର ଅବସର ପାଇଁ ଏକ ସମୟରେ, ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲା।

ପ୍ରୟାଗରାଜର ଏହି ପବିତ୍ର ଅଞ୍ଚଳ ହେଉଛି ଶୃଙ୍ଗବେରପୁର । ଏହା ଏକତା, ସୌହାର୍ଦ୍ଦ୍ୟ ଏବଂ ପ୍ରେମର ଏକ ପବିତ୍ର ଭୂମି, ଯେଉଁଠାରେ ପ୍ରଭୁ ଶ୍ରୀରାମ ଓ ନିଶାଦରାଜଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କର ଏହି ସାକ୍ଷାତ ଭକ୍ତି ଓ ସଦ୍‌ଭାବନାର ସଙ୍ଗମ ଥିଲା। ଆଜି ମଧ୍ୟ ପ୍ରୟାଗରାଜ ଆମକୁ ସେହି ଭାବନା ସହ ପ୍ରେରଣା ଦେଉଛି।

45 ଦିନ ଧରି ମୁଁ ଦେଶର କୋଣ ଅନୁକୋଣରୁ କୋଟି କୋଟି ଲୋକଙ୍କୁ ସଙ୍ଗମକୁ ଯିବାଆସିବା କରୁଥିବାର ଦେଖିଲି। ସଙ୍ଗମସ୍ଥଳରେ ଭାବପ୍ରବଣତାର ତରଙ୍ଗ ବୃଦ୍ଧି ପାଇବାରେ ଲାଗିଥିଲା। ପ୍ରତ୍ୟେକ ଭକ୍ତ ସଙ୍ଗମରେ ବୁଡ଼ ପକାଇବାର ଆକାଂକ୍ଷା ନେଇ ଆସିଥିଲେ । ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଉତ୍ସାହ, ଶକ୍ତି ଏବଂ ଆତ୍ମବିଶ୍ୱାସରେ ଭରିଦେଇଥିଲା।

ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ ପେସାଦାର, ଯୋଜନା ଏବଂ ନୀତି ବିଶେଷଜ୍ଞଙ୍କ ପାଇଁ ଏକ ଅଧ୍ୟୟନର ବିଷୟ। ବିଶ୍ୱର କୌଣସି ସ୍ଥାନରେ ଏହି ବ୍ୟାପକତାର କୌଣସି ସମାନ୍ତରାଳ ଉଦାହରଣ ନାହିଁ।

ପ୍ରୟାଗରାଜରେ ନଦୀ ସଙ୍ଗମ କୂଳରେ କୋଟି କୋଟି ଲୋକ କିପରି ଏକାଠି ହେଲେ, ତାହା ବିଶ୍ୱ ଆଶ୍ଚର୍ଯ୍ୟର ସହ ଦେଖିଲା। ଏହି ଲୋକମାନଙ୍କ ପାଖରେ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ନଥିଲା, କେତେବେଳେ ଯିବେ ସେ ବିଷୟରେ କୌଣସି ପୂର୍ବ ସୂଚନା ନଥିଲା। ତଥାପି କୋଟି କୋଟି ଲୋକ ନିଜ ଇଚ୍ଛାରେ ମହାକୁମ୍ଭ ଅଭିମୁଖେ ବାହାରିଥିଲେ ଏବଂ ପବିତ୍ର ଜଳରାଶିରେ ବୁଡ଼ ପକାଇବାର ଆନନ୍ଦ ଅନୁଭବ କରିଥିଲେ।

ପବିତ୍ର ସ୍ନାନ ପରେ ଅପାର ଆନନ୍ଦ ଏବଂ ସନ୍ତୋଷ ପ୍ରଦାନ କରୁଥିବା ସେହି ମୁହଁ ଗୁଡ଼ିକୁ ମୁଁ ଭୁଲି ପାରିବି ନାହିଁ। ମହିଳା, ବୟସ୍କ, ଦିବ୍ୟାଙ୍ଗ ଭାଇ ଓ ଭଉଣୀ-ସମସ୍ତେ ସଙ୍ଗମରେ ପହଞ୍ଚିବାର ରାସ୍ତା ଖୋଜି ବାହାର କଲେ।

ଭାରତର ଯୁବକମାନଙ୍କ ବିପୁଳ ଅଂଶଗ୍ରହଣକୁ ଦେଖିବା ମୋ ପାଇଁ ବିଶେଷ ଭାବରେ ହୃଦୟସ୍ପର୍ଶୀ ଥିଲା। ମହାକୁମ୍ଭରେ ଯୁବପିଢ଼ିର ଉପସ୍ଥିତି ଏକ ଗଭୀର ବାର୍ତ୍ତା ଦେଉଛି ଯେ ଭାରତର ଯୁବବର୍ଗ ଆମର ଗୌରବମୟ ସଂସ୍କୃତି ଏବଂ ଐତିହ୍ୟର ପଥପ୍ରଦର୍ଶକ ହେବେ। ସେମାନେ ଏହାର ସଂରକ୍ଷଣ ଦିଗରେ ସେମାନଙ୍କର ଦାୟିତ୍ୱକୁ ବୁଝନ୍ତି ଏବଂ ଏହାକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ମହାକୁମ୍ଭ ପାଇଁ ପ୍ରୟାଗରାଜରେ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ନିଃସନ୍ଦେହରେ ନୂତନ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ଶାରୀରିକ ଭାବେ ଉପସ୍ଥିତ ଥିବା ଲୋକମାନଙ୍କ ବ୍ୟତୀତ, ପ୍ରୟାଗରାଜରେ ପହଞ୍ଚି ପାରୁନଥିବା କୋଟି କୋଟି ଲୋକ ମଧ୍ୟ ଏହି ଅବସରରେ ଭାବପ୍ରବଣତାର ସହ ଗଭୀର ଭାବେ ଜଡ଼ିତ ଥିଲେ। ତୀର୍ଥଯାତ୍ରୀମାନେ ନେଇ ଆସୁଥିବା ପବିତ୍ର ଜଳ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆନନ୍ଦର ଉତ୍ସ ପାଲଟିଥିଲା। ମହାକୁମ୍ଭରୁ ଫେରୁଥିବା ଅନେକଙ୍କୁ ସେମାନଙ୍କ ଗ୍ରାମରେ ସମ୍ମାନର ସହ ସ୍ୱାଗତ କରାଯାଇଥିଲା, ସମାଜ ଦ୍ୱାରା ସମ୍ମାନିତ କରାଯାଇଥିଲା।

ଗତ କିଛି ସପ୍ତାହ ମଧ୍ୟରେ ଯାହା ଘଟିଛି ତାହା ଅଭୂତପୂର୍ବ ଏବଂ ଆଗାମୀ ଶତାବ୍ଦୀ ପାଇଁ ଏକ ମୂଳଦୁଆ ପକାଇଛି।

ସମସ୍ତଙ୍କ କଳ୍ପନା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଭକ୍ତ ପ୍ରୟାଗରାଜରେ ପହଞ୍ଚିଥିଲେ। କୁମ୍ଭର ପୂର୍ବ ଅଭିଜ୍ଞତାକୁ ଆଧାର କରି ପ୍ରଶାସନ ଉପସ୍ଥାନର ଆକଳନ କରିଥିଲା।

ଆମେରିକାର ପ୍ରାୟ ଦୁଇଗୁଣ ଜନସଂଖ୍ୟା ଏହି ଏକତାର ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ।

ଆଧ୍ୟାତ୍ମିକ ବିଦ୍ୱାନମାନେ ଯଦି କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣକୁ ବିଶ୍ଳେଷଣ କରନ୍ତି, ତେବେ ସେମାନେ ଦେଖିବେ ଯେ ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ବର୍ତ୍ତମାନ ଦେଶ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ଏକ ନୂତନ ଯୁଗର ପ୍ରାରମ୍ଭ ଏବଂ ଏହି ମହାକୁମ୍ଭ ନୂତନ ଭାରତର ଭବିଷ୍ୟତ ଲେଖିବ ବୋଲି ମୋର ବିଶ୍ୱାସ ରହିଛି ।

ହଜାର ହଜାର ବର୍ଷ ଧରି, ମହାକୁମ୍ଭ ଭାରତର ଜାତୀୟ ଚେତନାକୁ ସୁଦୃଢ଼ କରିଛି। ଅତୀତରେ ପ୍ରତ୍ୟେକ ପୂର୍ଣ୍ଣ କୁମ୍ଭରେ ସନ୍ଥ, ବିଦ୍ୱାନ ଏବଂ ଚିନ୍ତାନାୟକମାନେ ନିଜ ସମୟର ସମାଜର ସ୍ଥିତି ଉପରେ ବିଚାରବିମର୍ଶ କରୁଥିବା ଦେଖିବାକୁ ମିଳୁଥିଲା। ସେମାନଙ୍କ ବିଚାରର ପ୍ରତିଫଳନ ଦେଶ ଏବଂ ସମାଜକୁ ଏକ ନୂତନ ଦିଗ ପ୍ରଦାନ କରୁଥିଲା। ପ୍ରତି ଛଅ ବର୍ଷରେ, ଅର୍ଦ୍ଧକୁମ୍ଭ ସମୟରେ, ଏହି ବିଚାରଗୁଡ଼ିକର ସମୀକ୍ଷା କରାଯାଇଥିଲା। 144 ବର୍ଷ ଧରି ଚାଲିଥିବା 12ଟି ପୂର୍ଣ୍ଣ କୁମ୍ଭ ଘଟଣା ପରେ, ପୁରୁଣା ପରମ୍ପରାକୁ ପରିତ୍ୟାଗ କରାଯାଉଥିଲା, ନୂତନ ଚିନ୍ତାଧାରାକୁ ଗ୍ରହଣ କରାଯାଇଥିଲା ଏବଂ ସମୟ ସହିତ ଆଗକୁ ବଢ଼ିବା ପାଇଁ ନୂତନ ପରମ୍ପରା ସୃଷ୍ଟି କରାଯାଇଥିଲା।

144 ବର୍ଷ ପରେ, ଏହି ମହାକୁମ୍ଭରେ, ଆମର ସନ୍ଥମାନେ ପୁନର୍ବାର ଭାରତର ବିକାଶ ପାଇଁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ସେହି ବାର୍ତ୍ତା ହେଉଛି – ବିକଶିତ ଭାରତ

ଏହି ଏକତାର ମହାକୁମ୍ଭରେ ପ୍ରତ୍ୟେକ ତୀର୍ଥଯାତ୍ରୀ, ଧନୀ ହୁଅନ୍ତୁ ଅବା ଗରିବ, ଯୁବ ହୁଅନ୍ତୁ ଅବା ବୃଦ୍ଧ, ଗାଁ ଅବା ସହରରୁ, ଭାରତ ହେଉ କି ବିଦେଶ, ପୂର୍ବ ହେଉ କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ, ଜାତି, ଧର୍ମ ଏବଂ ବିଚାର ନିର୍ବିଶେଷରେ ଏକାଠି ହୋଇଥିଲେ। ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପରିକଳ୍ପନାର ପ୍ରତିମୂର୍ତ୍ତି ଥିଲା, ଯାହା କୋଟି କୋଟି ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥିଲା। ଏବେ ଆମକୁ ଏକ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ପାଇଁ ସମାନ ଭାବନା ନେଇ ଏକାଠି ହେବାକୁ ପଡ଼ିବ।

ମୋର ଗୋଟିଏ କଥା ମନେ ପଡ଼ୁଛି । ଭଗବାନ ଶ୍ରୀକୃଷ୍ଣ ଛୋଟ ଥିବା ସମୟରେ ନିଜ ପାଟିରେ ମା’ ଯଶୋଦାଙ୍କୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଚିତ୍ର ଦେଖାଇଥିଲେ। ସେହିପରି, ଏହି ମହାକୁମ୍ଭରେ ଭାରତ ଓ ବିଶ୍ୱର ଲୋକମାନେ ଭାରତର ସାମୂହିକ ଶକ୍ତିର ବ୍ୟାପକ ସମ୍ଭାବନାକୁ ଦେଖିଛନ୍ତି । ଏବେ ଆମକୁ ଏହି ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାକୁ ହେବ ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ନିଜକୁ ସମର୍ପିତ କରିବାକୁ ହେବ।

ଏହାପୂର୍ବରୁ ଭକ୍ତି ଆନ୍ଦୋଳନର ସନ୍ଥମାନେ ସମଗ୍ର ଭାରତରେ ଆମର ସାମୂହିକ ସଂକଳ୍ପର ଶକ୍ତିକୁ ଚିହ୍ନଟ କରିଥିଲେ ଏବଂ ପ୍ରୋତ୍ସାହିତ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମହାନ ଚିନ୍ତାନାୟକ ଆମକୁ ଆମ ସାମୂହିକ ସଂକଳ୍ପର ଶକ୍ତି ବିଷୟରେ ସ୍ମରଣ କରାଇ ଦେଇଥିଲେ। ଏପରିକି ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଅନୁଭବ କରିଥିଲେ।

ସ୍ୱାଧୀନତା ପରେ, ଯଦି ଏହି ସାମୂହିକ ଶକ୍ତିକୁ ସଠିକ୍ ଭାବରେ ସ୍ୱୀକୃତି ଦିଆଯାଇଥାନ୍ତା ଏବଂ ସମସ୍ତଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ଉପଯୋଗ କରାଯାଇଥା’ନ୍ତା, ତେବେ ଏହା ଗୋଟିଏ ନୂତନ ଭାବେ  ସ୍ୱାଧୀନ ରାଷ୍ଟ୍ର ପାଇଁ ଏକ ମହାଶକ୍ତି ହୋଇପାରିଥାନ୍ତା। ଦୁର୍ଭାଗ୍ୟବଶତଃ, ପୂର୍ବରୁ ଏହା କରାଯାଇ ନଥିଲା। କିନ୍ତୁ ବର୍ତ୍ତମାନ, ଏକ ବିକଶିତ ଭାରତ ପାଇଁ ଲୋକମାନଙ୍କର ଏହି ସାମୂହିକ ଶକ୍ତି ଯେପରି ଭାବେ ଏକାଠି ହେଉଛି, ତାହା ଦେଖି ମୁଁ ଆନନ୍ଦିତ ।

ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦଙ୍କ ପର୍ଯ୍ୟନ୍ତ, ପ୍ରାଚୀନ ଶାସ୍ତ୍ରଠାରୁ ଆରମ୍ଭ କରି ଆଧୁନିକ ଉପଗ୍ରହ ପର୍ଯ୍ୟନ୍ତ, ଭାରତର ମହାନ ପରମ୍ପରା ଏହି ରାଷ୍ଟ୍ରକୁ ରୂପ ଦେଇଛି । ଜଣେ ନାଗରିକ ଭାବେ ମୁଁ ପ୍ରାର୍ଥନା କରୁଛି ଯେ ଆମେ ଆମର ପୂର୍ବପୁରୁଷ ଏବଂ ସନ୍ଥମାନଙ୍କ ସ୍ମୃତିରୁ ନୂତନ ପ୍ରେରଣା ପାଇବା। ଏହି ଏକତାର ମହାକୁମ୍ଭ ଆମକୁ ନୂତନ ସଂକଳ୍ପ ସହିତ ଆଗକୁ ବଢିବାରେ ସାହାଯ୍ୟ କରୁ। ଆସନ୍ତୁ ଏକତାକୁ ଆମର ମାର୍ଗଦର୍ଶକ ନୀତି କରିବା । ‘‘ରାଷ୍ଟ୍ରର ସେବା ହେଉଛି ଈଶ୍ୱରଙ୍କ ସେବା’’, ଆସନ୍ତୁ ଆମେ ଏହି ବୁଝାମଣା ସହିତ କାର୍ଯ୍ୟ କରିବା ।

କାଶୀରେ ମୋର ନିର୍ବାଚନ ପ୍ରଚାର ସମୟରେ, ମୁଁ କହିଥିଲି, ‘‘ମା’ ଗଙ୍ଗା ମୋତେ ଡାକିଛନ୍ତି ।’’ ଏହା କେବଳ ଏକ ଭାବପ୍ରବଣତା ନଥିଲା, ବରଂ ଆମର ପବିତ୍ର ନଦୀଗୁଡ଼ିକର ସ୍ୱଚ୍ଛତା ପ୍ରତି ଦାୟିତ୍ୱର ଏକ ଆହ୍ୱାନ ମଧ୍ୟ ଥିଲା। ପ୍ରୟାଗରାଜରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମ ସ୍ଥଳରେ ଠିଆ ହୋଇ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଗଲା। ଆମ ନଦୀଗୁଡ଼ିକର ସ୍ୱଚ୍ଛତା ଆମ ନିଜ ଜୀବନ ସହିତ ଗଭୀର ଭାବେ ଜଡ଼ିତ। ବଡ଼ ହେଉ କିମ୍ବା ଛୋଟ, ଆମ ନଦୀଗୁଡ଼ିକୁ ଜୀବନଦାୟିନୀ ମା’ ଭାବେ ସମ୍ମାନ କରିବା ଆମର ଦାୟିତ୍ୱ। ଏହି ମହାକୁମ୍ଭ ଆମକୁ ଆମ ନଦୀଗୁଡ଼ିକର ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛି।

ମୁଁ ଜାଣେ ଯେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ସହଜ କାମ ନଥିଲା। ଯଦି ଆମର ଭକ୍ତିରେ କୌଣସି ତ୍ରୁଟି ଥାଏ ତେବେ ଆମକୁ କ୍ଷମା କରନ୍ତୁ ବୋଲି ମୁଁ ମା’ ଗଙ୍ଗା, ମା’ ଯମୁନା ଏବଂ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛି । ମୁଁ ଜନତା ଜନାର୍ଦ୍ଦନ, ଜନସାଧାରଣଙ୍କୁ ଦେବତ୍ୱର ପ୍ରତିମୂର୍ତ୍ତି ଭାବେ ଦେଖୁଛି। ଯଦି ସେମାନଙ୍କ ସେବା କରିବା ପାଇଁ ଆମ ପ୍ରୟାସରେ କୌଣସି ତ୍ରୁଟି ରହିଛି, ତେବେ ମୁଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରୁଛି।

ଭକ୍ତି ଭାବନା ନେଇ କୋଟି କୋଟି ଲୋକ ମହାକୁମ୍ଭକୁ ଆସିଥିଲେ। ସେମାନଙ୍କର ସେବା କରିବା ମଧ୍ୟ ଏକ ଦାୟିତ୍ୱ ଥିଲା ଯାହା ସମାନ ଭକ୍ତିର ଭାବନା ସହିତ କାର୍ଯ୍ୟକାରୀ ହୋଇଥିଲା। ଉତ୍ତର ପ୍ରଦେଶର ଜଣେ ସାଂସଦ ଭାବେ ମୁଁ ଗର୍ବର ସହ କହିପାରିବି ଯେ ଯୋଗୀ ଜୀଙ୍କ ନେତୃତ୍ୱରେ ପ୍ରଶାସନ ଏବଂ ଲୋକମାନେ ମିଳିତ ଭାବେ ଏହି ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିଲେ।

ରାଜ୍ୟ ହେଉ କିମ୍ବା କେନ୍ଦ୍ର, ସେଠାରେ କୌଣସି ଶାସକ କିମ୍ବା ପ୍ରଶାସକ ନଥିଲେ। ଏହା ପରିବର୍ତ୍ତେ ସମସ୍ତେ ଜଣେ ଉତ୍ସର୍ଗୀକୃତ ସେବକ ଥିଲେ। ସଫେଇ କର୍ମଚାରୀ, ପୁଲିସ, ଡଙ୍ଗାଚାଳକ, ଡ୍ରାଇଭର, ଖାଦ୍ୟ ପରିବେଷଣ କରୁଥିବା ଲୋକ-ସମସ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅନେକ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ପ୍ରୟାଗରାଜର ଲୋକମାନେ ଯେଭଳି ଭାବେ ତୀର୍ଥଯାତ୍ରୀମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥିଲେ, ତାହା ବିଶେଷ ଭାବେ ପ୍ରେରଣାଦାୟୀ ଥିଲା। ମୁଁ ସେମାନଙ୍କୁ ଏବଂ ଉତ୍ତର ପ୍ରଦେଶର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରୁଛି।

ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ମୋର ସର୍ବଦା ଅତୁଟ ବିଶ୍ୱାସ ରହିଛି। ଏହି ମହାକୁମ୍ଭକୁ ଦେଖିବା ଦ୍ୱାରା ମୋର ବିଶ୍ୱାସ ଅନେକ ଗୁଣ ବୃଦ୍ଧି ପାଇଛି।

140 କୋଟି ଭାରତୀୟ ଯେଉଁଭଳି ଭାବେ ଏକତାର ମହାକୁମ୍ଭକୁ ଏକ ବିଶ୍ୱସ୍ତରୀୟ ସମାରୋହରେ ପରିଣତ କରିଛନ୍ତି, ତାହା ବାସ୍ତବରେ ଚମତ୍କାର। ଆମ ଲୋକମାନଙ୍କ ସମର୍ପଣ, ଭକ୍ତି ଏବଂ ପ୍ରୟାସ ଦ୍ୱାରା ଅନୁପ୍ରାଣିତ ହୋଇ, ମୁଁ ଖୁବଶୀଘ୍ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବି । ତାଙ୍କୁ ଏହି ଶ୍ରଦ୍ଧାରୂପୀ ସଂକଳ୍ପ ପୁଷ୍ପ ସମର୍ପଣ କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ଅବିରତ ଧାରା ପ୍ରବାହିତ ହୋଇ ଚାଲିବା ପାଇଁ କାମନା କରିବି ।

ମହାକୁମ୍ଭର ଭୌତିକ ସ୍ୱରୂପ ମହାଶିବରାତ୍ରୀ ଉପଲକ୍ଷେ ସଫଳତାର ସହ ସମାପ୍ତ ହୋଇଥାଇପାରେ, କିନ୍ତୁ ଗଙ୍ଗାର ଶାଶ୍ୱତ ପ୍ରବାହ ପରି ମହାକୁମ୍ଭ ଜାଗ୍ରତ କରିଥିବା ଆଧ୍ୟାତ୍ମିକ ଶକ୍ତି, ଜାତୀୟ ଚେତନା ଏବଂ ଏକତା ଆମକୁ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ପ୍ରେରଣା ଯୋଗାଇବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାକୁମ୍ଭ-୨୦୨୫: ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ସହ ସନାତନ ଧର୍ମର ସବୁଠୁ ବଡ଼ ଆୟୋଜନ

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଦିବ୍ୟ ଓ ଭବ୍ୟ ମହାକୁମ୍ଭ କ୍ଷେତ୍ର ବୁଲି ଦେଖିବା ସହିତ ସେଠାକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି। ବିଶେଷ କରି ମହାକୁମ୍ଭ ଭଳି ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଭାବିତ କରିଛି।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ନଗର ପରିସରରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ସ୍ଥାପିତ ମହାକୁମ୍ଭ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ରରେ ସେମାନେ କୁମ୍ଭ ମେଳା ପରିସରରେ ଭିଡ଼ ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ସିସିଟିଭି କ୍ୟାମେରା, ଏଆଇ ଟେକ୍ନୋଲୋଜି ଓ ଡ୍ରୋନ୍ ସହାୟତାରେ ଏହି କେନ୍ଦ୍ରରୁ ସମ୍ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କ୍ଷେତ୍ର ଉପରେ ନଜର ରଖାଯାଇଛି । ଏତେ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ କିଭଳି ଆଧୁନିକ ପ୍ରଯୁକ୍ତିର ଉପଯୋଗ କରାଯାଇ ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ଆଗନ୍ତୁକଙ୍କ ପାଇଁ ଉତ୍ତମ ବନ୍ଦୋବସ୍ତ କରାଯାଇଛି ସେ ବିଷୟରେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।

ଓଡ଼ିଶାର ପ୍ରତିନିଧି ଦଳ ମହାକୁମ୍ଭ ପରିସରରେ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମିତ ଅସ୍ଥାୟୀ କେନ୍ଦ୍ରୀୟ ଚିକିତ୍ସାଳୟ ମଧ୍ୟ ବୁଲି ଦେଖିଥିଲେ । ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ ଚିକିତ୍ସାଳୟରେ ସମସ୍ତ ପ୍ରକାର ରୋଗର ଚିକିତ୍ସା ପାଇଁ ବିଶେଷ ସୁବିଧା କରାଯାଇଛି । ରୋଗ ପରୀକ୍ଷା ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏଠାରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରାୟତଃ ସବୁ ବିଭାଗର ବିଶେଷଜ୍ଞ ଡାକ୍ତର ଏଠାରେ ନିୟୋଜିତ ରହିଛନ୍ତି । ରୋଗ ପରୀକ୍ଷା ଏବଂ ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ଉପକରଣ ମଧ୍ୟ ଏଠାରେ ଖଞ୍ଜା ହୋଇଛି । ଗୋଟିଏ କେନ୍ଦ୍ରୀୟ ଚିକିତ୍ସାଳୟ ବ୍ୟତୀତ ମହାକୁମ୍ଭ ପରିସରରେ ଛୋଟ ଛୋଟ ପ୍ରାଥମିକ ଏବଂ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ମେଳା ବୁଲିବାକୁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ଏଗୁଡ଼ିକ ସହାୟକ ହେଉଛି । ଆବଶ୍ୟକ ହେଲେ ରୋଗୀମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ଲାଗି ଆମ୍ବୁଲାନ୍ସ, ବୋଟ ଆମ୍ବୁଲାନ୍ସ ଏବଂ ଏୟାର ଆମ୍ବୁଲାନ୍ସ ସୁବିଧା ମଧ୍ୟ ମହାକୁମ୍ଭ ପରିସରରେ କରାଯାଇଛି ।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆୟୋଜିତ କଳାଗ୍ରାମ ବୁଲି ଦେଖିଛନ୍ତି । ଏହି କଳାଗ୍ରାମରେ ସବୁ ରାଜ୍ୟର କଳା ଓ ସଂସ୍କୃତିର ସଂଗମ ଦେଖିବାକୁ ମିଳିଛି । ମହାକୁମ୍ଭ କଳାଗ୍ରାମରେ ଭାରତର ଐତିହ୍ୟକୁ ନେଇ ମଧ୍ୟ ବିବିଧ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ୧୦ ଏକର ପରିମିତ ନାଗବାସୁକୀ କ୍ଷେତ୍ରରେ ନିର୍ମିତ କଳାଗ୍ରାମରେ ଭାରତର ହସ୍ତଶିଳ୍ପ, ବ୍ୟଞ୍ଜନ ଓ ସଂସ୍କୃତିର ଅଦ୍ଭୂତ ସମନ୍ୱୟ ଦେଖିବାକୁ ମିଳିଛି । ଆଧୁନିକ ପ୍ରଯୁକ୍ତି ପ୍ରୟୋଗ କଳାଗ୍ରାମକୁ ଆହୁରି ଜୀବନ୍ତ କରିଛି । ଏଠାରେ ଦେଶ ବିଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ  ଡିଜିଟାଲ ଅନୁଭୂତି କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ।

ଅନ୍ୟପକ୍ଷରେ ମହାକୁମ୍ଭ ପରିସରସ୍ଥିତ ତ୍ରିବେଣୀ ମାର୍ଗରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତରଫରୁ ଆୟୋଜିତ ପ୍ରଦର୍ଶନୀକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ବୁଲି ଦେଖିଛନ୍ତି। ଏହି ପ୍ରଦର୍ଶନୀ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଏକ ଡିଜିଟାଲ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଆରଏଫ), ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିଦର୍ଶନ କରିବା ସହିତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ସଂଚାର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦଙ୍କ ତତ୍ତ୍ୱାବଧାନରେ ଏହି ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ସମରେନ୍ଦୁ ଦାସ, ଅନୁପମ ପ୍ରହରାଜ, ସରୋଜ କୁମାର ସାହୁ, କ୍ଷୀତିଶ ରାୟ ଏବଂ ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ବୁଧବାର ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରୟାଗରାଜ ମହାକୁମ୍ଭ ସମାପନ ହେଉଛି। ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ୧୪୪ ବର୍ଷ ପରେ ଆୟୋଜିତ ହେଉଥିବା ପ୍ରୟାଗରାଜ ମହାକୁମ୍ଭ ସନାତନ ଧର୍ମର ସବୁଠୁ ବଡ଼ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିବା ବେଳେ ଏହାର ଆୟୋଜନରେ ଉଭୟ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସୁବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ପାଇଁ ଓଡ଼ିଶାର 25 ଟି ସହରକୁ ଚଳାଚଳ କରୁଛି 60 ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପ୍ରୟାଗରାଜରେ ମହାକୁମ୍ଭ 2025ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ପୂର୍ବ ତଟ ରେଳପଥ ଓଡ଼ିଶାର 25 ଟି ସହରରୁ 60 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି ଯେଉଁଥିରୁ 50 ଟି କୁମ୍ଭ ସ୍ୱତନ୍ତ୍ର ଟ୍ରେନ୍ ସଫଳତାର ସହ ସେମାନଙ୍କର ଯାତ୍ରା ସମାପ୍ତ କରି ସାରିଛନ୍ତି। ଏହି ପଦକ୍ଷେପ ପବିତ୍ର ନଗରୀ ପ୍ରୟାଗରାଜକୁ ଯାଉଥିବା ଭକ୍ତମାନଙ୍କ ପାଇଁ ସୁଗମ ଯାତ୍ରା ସଂଯୋଗ ଏବଂ ନିରବଚ୍ଛିନ୍ନ ଯାତ୍ରାକୁ ସୁବିଧା ପ୍ରଦାନ କରୁଛି ଯାହା ଦ୍ୱାରା ସେମାନେ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ସୁରକ୍ଷିତ ଏବଂ ଆରାମଦାୟକ ଭାବରେ ପହଞ୍ଚିପାରୁଛନ୍ତି।

ପ୍ରୟାଗରାଜକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପାଇଁ ଭାରତୀୟ ରେଳପଥ ଯଥେଷ୍ଟ ପ୍ରୟାସ କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ଓଡ଼ିଶାର ପ୍ରମୁଖ ସ୍ଥାନରୁ ପରିଚାଳିତ ହେଉଅଛି ଯେଉଁଥିରେ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସହରରୁ ସେବା ଆରମ୍ଭ ହେଉଛି।

ପ୍ରୟାଗରାଜକୁ ସିଧାସଳଖ ସଂଯୋଗ ପ୍ରଦାନ କରିବା ପାଇଁ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକର ସମୟ ନିର୍ଦ୍ଧାରଣ କରାଯାଇଛି:

ପୁରୀରୁ ଟ୍ରେନ୍ _ ପୁରୀ ଏବଂ ତୁଣ୍ଡଲା ମଧ୍ୟରେ ପ୍ରୟାଗରାଜ ଦେଇ ଦୁଇ ଯୋଡ଼ା ଟ୍ରେନ୍ 08417 ଏବଂ 08475 ଚଳାଚଳ କରାଯାଇଅଛି।

ଭୁବନେଶ୍ୱରରୁ ଟ୍ରେନ୍ _ 08425 ଏବଂ 08467 ଭୁବନେଶ୍ୱର-ତୁଣ୍ଡଲା, 08417/08475 ପୁରୀ-ତୁଣ୍ଡଲା, 08462/08588 ବିଶାଖାପାଟଣା-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍ ଯେଉଁମାନେ ପ୍ରୟାଜରଜ ଷ୍ଟେସନ ଦେଇ ଚଳାଚଳ କରୁଛି।

ଖୋର୍ଦ୍ଧା ରୋଡ୍ରୁ ଟ୍ରେନ୍ _ 08417/08475 ପୁରୀ-ତୁଣ୍ଡଲା, 08462/08588 ବିଶାଖାପାଟଣା-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍।

କଟକ / ନରାଜ କଟକ _ 08425 & 08467 ଭୁବନେଶ୍ୱର-ତୁଣ୍ଡଲା, 08417/08475 ପୁରୀ-ତୁଣ୍ଡଲା, 08462/08588 ବିଶାଖାପାଟନମ୍-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍।

ବ୍ରହ୍ମପୁର ଏବଂ ବାଲୁଗାଁରୁ ଟ୍ରେନ୍ _ 08562/08588 ବିଶାଖାପାଟନମ୍-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍।

ଯାଜପୁର କେନ୍ଦୁଝର ରୋଡ ଏବଂ ଯଖପୁରାରୁ ଟ୍ରେନ୍ _ 08425 & 08467 ଭୁବନେଶ୍ୱର-ତୁଣ୍ଡଲା, 08417/08475 ପୁରୀ-ତୁଣ୍ଡଲା, 08462/08588 ବିଶାଖାପାଟନମ୍-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍।

ଭଦ୍ରକ, ବାଲେଶ୍ୱର ଏବଂ ଜଲେଶ୍ୱରରୁ ଟ୍ରେନ୍ _ 08417/08475 ପୁରୀ-ତୁଣ୍ଡଲା

କେନ୍ଦୁଝରଗଡ ଏବଂ ନୟାଗଡ଼ରୁ ଟ୍ରେନ୍_08425 ଏବଂ 08467 ଭୁବନେଶ୍ୱର-ତୁଣ୍ଡଲା

ଢ଼େଙ୍କାନାଳ, ଅନୁଗୁଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର ସିଟିରୁ ଟ୍ରେନ୍ _ 08562/08588 ବିଶାଖାପାଟନମ୍-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍

ରାୟଗଡା, କେସିଙ୍ଗା, କଣ୍ଟାବାଞ୍ଜି, ମୁନିଗୁଡା- 08530 ବିଶାଖାପାଟନମ୍- DDU ସ୍ୱତନ୍ତ୍ର ଟ୍ରେନ୍

ଟିଟିଲାଗଡ, ବଲାଙ୍ଗୀର, ବରଗଡ ରୋଡ, ସମ୍ବଲପୁରରୁ ଟ୍ରେନ୍ _ 08530 ବିଶାଖାପାଟନମ୍- DDU ଏବଂ 08314 ଟିଟିଲାଗଡ-ତୁଣ୍ଡଲା ସ୍ୱତନ୍ତ୍ର ଟ୍ରେନ

ଝାରସୁଗୁଡା / ଝାରସୁଗୁଡା ରୋଡରୁ ଟ୍ରେନ୍ _08562 / 08588 ବିଶାଖାପାଟନମ୍-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍

ସାମଗ୍ରିକ ଭାବରେ, ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ସମଗ୍ର ଓଡ଼ିଶାର ଏକ ବିସ୍ତୃତ ଭୌଗୋଳିକ ଅଞ୍ଚଳକୁ ସଂଯୋଗ କରୁଛି ଯାହାକି ବିଭିନ୍ନ ପ୍ରାନ୍ତର ଲୋକମାନେ ଯାତ୍ରା ସୁବିଧା ଉପଲବ୍ଧ କରି ପାରିବେ ଯାହା ରାଜ୍ୟର ପ୍ରତ୍ୟେକ ଅଂଶରୁ ତୀର୍ଥଯାତ୍ରୀମାନଙ୍କୁ ସେବା ଯୋଗାଇ ଦେବ।

ପ୍ରୟାଗରାଜକୁ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଏକ ଅସୁବିଧାମୁକ୍ତ ଏବଂ ଆରାମଦାୟକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଅନେକ ପଦକ୍ଷେପ ଗ୍ରହଣ କରିଛି। ପ୍ରୟାଗରାଜ ଜଙ୍କସନ୍ ଏବଂ ପ୍ରୟାଗରାଜ ଛେଓକି ସମେତ ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ନୂତନ ନିର୍ମିତ ଶୌଚାଳୟ, ପ୍ରଚୁର ପାନୀୟ ଜଳ ଏବଂ ଖାଦ୍ୟ କୋର୍ଟ ଭଳି ଉନ୍ନତ ସୁବିଧା ଉପଲବ୍ଧ।

ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ, ଷ୍ଟେସନଗୁଡ଼ିକରେ ଚିକିତ୍ସା ପର୍ଯ୍ୟବେକ୍ଷଣ କକ୍ଷ ଏବଂ ପ୍ରାଥମିକ ଚିକିତ୍ସା ବୁଥ୍ ରଣନୈତିକ ଭାବରେ ରଖାଯାଇଛି, ଯାହା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସହାୟତା କରିବାକୁ ପ୍ରସ୍ତୁତ। ପ୍ରୟାଗରାଜ ଜଙ୍କସନ୍ ଏବଂ ପ୍ରୟାଗରାଜ ଛେଓକିରେ ସମର୍ପିତ ଯାତ୍ରୀ ସୁବିଧା କେନ୍ଦ୍ରଗୁଡ଼ିକ ହ୍ୱିଲଚେୟାର ସହାୟତା, ଲଗେଜ୍ ଟ୍ରଲି, ହୋଟେଲ ଏବଂ ଟ୍ୟାକ୍ସି ବୁକିଂ, ଔଷଧ ବଣ୍ଟନ, ଶିଶୁ କ୍ଷୀର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସମେତ ବିସ୍ତୃତ ସେବା ପ୍ରଦାନ କରେ।

ମହାକୁମ୍ଭ 2025 ସମୟରେ ଯାତ୍ରୀମାନଙ୍କର ସୁଗମ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ଭିଡ଼ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି। ଭିଡ଼ ଗତିବିଧି ପରିଚାଳନା ଏବଂ ସୁରକ୍ଷିତ ଚଢ଼ାଇ ଏବଂ ଓହ୍ଲାଇବା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରମୁଖ ଷ୍ଟେସନରେ ରେଳ ସୁରକ୍ଷା ବଳ (RPF) କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ, ସାରା ଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର RPF ଦଳକୁ ନିୟୋଜିତ କରାଯାଇଛି।

ଭିଡ଼ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରମୁଖ ସ୍ଥାନରେ CCTV କ୍ୟାମେରା ସ୍ଥାପନ କରାଯାଇଛି, ଯେତେବେଳେ ଷ୍ଟେସନଗୁଡ଼ିକରେ ଏକାଧିକ ହୋଲ୍ଡିଂ ଏରିଆ ସ୍ଥାପନ କରାଯାଇଛି। ତୀର୍ଥଯାତ୍ରୀମାନଙ୍କୁ ଆରାମଦାୟକ ଅପେକ୍ଷା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ହୋଲ୍ଡିଂ ଏରିଆଗୁଡ଼ିକରେ ତମ୍ବୁ, ଖାଦ୍ୟ ବ୍ୟବସ୍ଥା ଏବଂ ବହୁଭାଷୀ ସୂଚନା ପ୍ରଦର୍ଶନୀ ସହିତ ସଜ୍ଜିତ କରାଯାଇଛି।

ମହାକୁମ୍ଭ 2025 ସମୟରେ ଭକ୍ତଙ୍କ ବିପୁଳ ପ୍ରବେଶକୁ ଦୃଷ୍ଟିରେ ରଖି ଓଡ଼ିଶାର 25ଟି ସହରକୁ ସଂଯୋଗ କରୁଥିବା 60ଟି ସ୍ୱତନ୍ତ୍ର ଟ୍ରେନର ପରିଚାଳନା ପୂର୍ବତଟ ରେଳପଥ ଦ୍ୱାରା ଏକ ଐତିହାସିକ ପଦକ୍ଷେପ। ଏହି ପ୍ରୟାସ ସହିତ, ଭାରତୀୟ ରେଳବାଇ ଯାତ୍ରୀ ସୁବିଧା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଚାଲିଛି, ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ସହଜରେ ଯାତ୍ରା କରିପାରିବେ ଏବଂ ପୂର୍ଣ୍ଣ ନିଷ୍ଠାର ସହିତ ମହାକୁମ୍ଭରେ ଯୋଗଦାନ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ 2025: ପୃଥିବୀର ସବୁଠାରୁ ବଡ଼ ଆଧ୍ୟାତ୍ମିକ ସମାବେଶକୁ ସୁବିଧା ଯୋଗାଇ ଦେଉଛି ଭାରତୀୟ ରେଳ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ 2025 ରେ ଏକ ଆଶ୍ଚର୍ଯ୍ୟଜନକ ଭାବେ 53 କୋଟିରୁ ତୀର୍ଥଯାତ୍ରୀ ପବିତ୍ର ସ୍ନାନ (ମହା ସ୍ନାନ) କରିସାରିଛନ୍ତି, ଯାହା ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ଅଟେ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ସହିତ, ଭାରତୀୟ ରେଳପଥ ତୀର୍ଥଯାତ୍ରୀଙ୍କ ସୁଗମ ପରିବହନ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁଗମ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ମହାକୁମ୍ଭ କ୍ଷେତ୍ର ପାଇଁ ଗତ 3 ବର୍ଷରେ ₹5,000 କୋଟି କାର୍ଯ୍ୟ ସହିତ ଏକ ବିଶାଳ ଲଜିଷ୍ଟିକ୍ ପ୍ରୟାସ କରାଯାଇଛି । ଏଥିରେ ଅନ୍ୟାନ୍ୟ ଭିତ୍ତିଭୂମି ଗୁଡ଼ିକ ମଧ୍ୟରେ, ଉନ୍ନତ ରେଳ ଷ୍ଟେସନ, ଚଳାଚଳ କରୁଥିବା 13,000 ରୁ ଅଧିକ ଟ୍ରେନ ଏବଂ ଉନ୍ନତ ଭିଡ଼ ପରିଚାଳନା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଭାରତୀୟ ରେଳ ଏହି ମହାନ ଆଧ୍ୟାତ୍ମିକ ଦୃଶ୍ୟକୁ କିପରି ସୁବିଧା ଯୋଗାଇ ଦେଉଛି ତାହା ନଜର ଦିଅନ୍ତୁ:

1. ମହାକୁମ୍ଭ 2025 ପାଇଁ ବ୍ୟାପକ ରେଳ ପରିଚାଳନା

ଯାତ୍ରା ସୁବିଧା ପାଇଁ ଟ୍ରେନ ମାର୍ଗ ପରିବର୍ତ୍ତନ

● ଯାତ୍ରୀ ପରିବହନକୁ ପ୍ରାଥମିକତା ଦେବା ପାଇଁ ସମସ୍ତ ମାଲବାହୀ ଟ୍ରେନଗୁଡ଼ିକୁ ସମର୍ପିତ ପଣ୍ୟ ପରିବହନ କରିଡର (DFC) ରେ ଚଳାଚଳ କରାଯାଉଅଛି।

● ସଣ୍ଟିଂ କାର୍ଯ୍ୟକୁ ଏଡାଇବା ପାଇଁ ଉଭୟ ପାର୍ଶ୍ୱରେ ଟ୍ରେନ୍ ସେଟ୍ କିମ୍ବା ଇଞ୍ଜିନ୍ ସହିତ 200 ଟ୍ରେନ ରେକ୍ ନିୟୋଜିତ କରାଯାଇଛି।

ଅଭୂତପୂର୍ବ ସଂଖ୍ୟାରେ ଟ୍ରେନ୍ ସେବା

● 26 ଫେବୃଆରୀ 2025 ପର୍ଯ୍ୟନ୍ତ 13,000 ଟ୍ରେନ୍ ଚଳାଚଳର ଯୋଜନା କରାଯାଇଥିଲା ଯେଉଁଥିରୁ 16 ଫେବୃଆରୀ 2025 ସୁଦ୍ଧା 12,583 ଟ୍ରେନ୍ ଚଳାଚଳ କରିସାରିଛି ।

● ଭାରତୀୟ ରେଳ ସର୍ବାଧିକ ଯାତ୍ରୀ ପରିବାହାନକୁ ପରିଚାଳନା କରୁଛି:

○ 13 ଜାନୁଆରୀ 2025 ଠାରୁ ପ୍ରୟାଗରାଜ କୁମ୍ଭ କ୍ଷେତ୍ରରେ ଭାରତୀୟ ରେଳ ଦ୍ୱାରା 3.09 କୋଟି ତୀର୍ଥଯାତ୍ରୀଙ୍କୁ ପରିଚାଳନା କରାଯାଇଥିଲା ।

○ ଫେବୃଆରୀ 17 ତାରିଖରେ 18.60 ଲକ୍ଷ ଯାତ୍ରୀ ଏବଂ 16 ଫେବୃଆରୀ 2025 ରେ 18.48 ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରାଯାଇଥିଲା ଯାହା ଗତ ଦୁଇ ଦିନରେ ସର୍ବାଧିକ ଯାତ୍ରୀ ପରିବହନ ମଧ୍ୟରୁ ଗୋଟିଏ।

○ ଯାତ୍ରୀ ପରିବହନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଖର ତାରିଖ:

■ ୧୫ ଫେବୃଆରୀ: ୧୪.୭୬ ଲକ୍ଷ ଯାତ୍ରୀ

■ ୧୨ ଫେବୃଆରୀ: ୧୭ ଲକ୍ଷ ଯାତ୍ରୀ

■ ୧୦ ଏବଂ ୧୧ ଜାନୁଆରୀ: ୧୪ ଲକ୍ଷରୁ ଅଧିକ ଯାତ୍ରୀ

■ ୩୦ ଜାନୁଆରୀ: ୧୭.୫୭ ଲକ୍ଷ ଯାତ୍ରୀ

■ ୨୯ ଜାନୁଆରୀ: ୨୭ ଲକ୍ଷ ଯାତ୍ରୀ

■ ୨୮ ଜାନୁଆରୀ: ୧୪.୧୫ ଲକ୍ଷ ଯାତ୍ରୀ

■ ୧୪ ଜାନୁଆରୀ: ୧୩.୮୭ ଲକ୍ଷ ଯାତ୍ରୀ

2. ରେଳ ଷ୍ଟେସନ ମାନଙ୍କରେ ରେ ଯାତ୍ରୀ ସୁବିଧା

ଭକ୍ତଙ୍କ ବିପୁଳ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ସୁନିଶ୍ଚିତ କରିଛି:

ଉନ୍ନତ ଭିତ୍ତିଭୂମି

● ଭିଡ଼ ପରିଚାଳନା ପାଇଁ ଦ୍ୱିତୀୟ ପ୍ରବେଶ ସହିତ ୯ଟି ରେଳ ଷ୍ଟେସନ।

● ସୁଗମ ଯାତ୍ରୀ ଯାତାୟାତ ପାଇଁ ୪୮ଟି ପ୍ଲାଟଫର୍ମ (PF) ଏବଂ ୨୧ଟି ଫୁଟ୍ ଓଭର ବ୍ରିଜ୍ (FoB)।

● ଭାରତୀୟ ରେଳ ଏକ ବ୍ୟାପକ ନିରୀକ୍ଷଣ ବ୍ୟବସ୍ଥାର ଅଂଶ ସ୍ୱରୂପ ପ୍ରୟାଗରାଜ ମେଳା କ୍ଷେତ୍ରର ନଅଟି ଷ୍ଟେସନରେ 1,186 ଟି ସିସି ଟିଭି କ୍ୟାମେରା ସ୍ଥାପନ କରିଛି।

● ଅପେକ୍ଷା କରିଥିବା ଯାତ୍ରୀମାନଙ୍କୁ ପରିଚାଳନା କରିବା ପାଇଁ 23 ଟି ସ୍ଥାୟୀ ହୋଲ୍ଡିଂ ଏରିଆ।

● ପ୍ରମୁଖ ଷ୍ଟେସନରେ 12 ଟି ଭାଷାରେ ଘୋଷଣା:

○ ପ୍ରୟାଗରାଜ, ନୈନୀ, ଚେଓକି ଏବଂ ସୁବେଦାରଗଞ୍ଜ

ଟିକେଟିଂ ବୃଦ୍ଧି

● ଟିକେଟିଂ ପ୍ରକ୍ରିୟାକୁ ସୁଗମ କରିବା ପାଇଁ 151 ଟି ମୋବାଇଲ୍ UTS ଟିକେଟିଂ ପଏଣ୍ଟ ସମେତ 554 ଟି ଟିକେଟିଂ ବ୍ୟବସ୍ଥା।

3. ପ୍ରମୁଖ ରେଳ ଭିତ୍ତିଭୂମି ଉନ୍ନତି

ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭିତ୍ତିଭୂମିରେ ବହୁଳ ନିବେଶ କରିଛି:

● ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ₹3,700 କୋଟି ନିବେଶ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି:

○ ବନାରସ-ପ୍ରୟାଗରାଜ ରେଳ ଦୋହରିକରଣ ସହିତ ଏକ ନୂତନ ଗଙ୍ଗା ସେତୁ।

○ ଟ୍ରେନ କ୍ଷମତା ବୃଦ୍ଧି ପାଇଁ ଫାଫାମୌ-ଜଙ୍ଘାଇ ରେଳ ଦୋହରିକରଣ।

● ଉଭୟ ସଡକ ପରିବହନ ଏବଂ ରେଳ ଗତିଶୀଳତା ବୃଦ୍ଧି ପାଇଁ 21ଟି ନୂତନ ରୋଡ୍ ଓଭର ବ୍ରିଜ୍ (ROB) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUB)।

● ସହଜ ଯାତ୍ରୀ ନେଭିଗେସନ୍ ପାଇଁ କଲର (ରଙ୍ଗ)-କୋଡେଡ୍ ସିଷ୍ଟମ୍

ଯାତ୍ରୀଙ୍କ ସହଜ ଚିହ୍ନଟ ଏବଂ ଦିଗ-ଭିତ୍ତିକ ପୃଥକୀକରଣ ପାଇଁ ଯାତ୍ରୀ ଆଶ୍ରୟ, ହୋଲ୍ଡିଂ ଏରିଆ ଏବଂ ଟିକେଟର କଲର/ରଙ୍ଗ କୋଡିଂ କରାଯାଇଛି:

○ ଲାଲ: ଲକ୍ଷ୍ନୌ, ଅଯୋଧ୍ୟା ଏବଂ ବାରାଣସୀ

○ ନୀଳ: ଦୀନଦୟାଲ ଉପାଧ୍ୟାୟ (DDU), ସାସାରାମ, ପାଟନା

○ ହଳଦିଆ: ମାଣିକପୁର, ଝାନ୍ସୀ, ସତନା, କଟନି (ମଧ୍ୟପ୍ରଦେଶ ଅଞ୍ଚଳ)

○ ସବୁଜ: କାନପୁର, ଆଗ୍ରା, ଦିଲ୍ଲୀ

4. ଦୃଢ଼ ସୁରକ୍ଷା ଏବଂ ଭିଡ଼ ପରିଚାଳନା

ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ କର୍ତ୍ତୃପକ୍ଷ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି:

● ବହୁ ସ୍ତରରେ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପିତ : ଷ୍ଟେସନ, ଡିଭିଜନ, ଜୋନାଲ ଏବଂ ରେଳ ବୋର୍ଡ ସ୍ତରରେ।

● ସୁରକ୍ଷା ନିୟୋଜନ : ପ୍ରମୁଖ ସ୍ଥାନରେ 13,000 ରେଳ ସୁରକ୍ଷା ବଳ (RPF) କର୍ମଚାରୀଙ୍କ ସମେତ ୧୦,୦୦୦ ସରକାରୀ ରେଳବାଇ ପୋଲିସ (GRP) ଏବଂ ଅର୍ଦ୍ଧସାମରିକ କର୍ମଚାରୀ ନିୟୋଜିତ।

● ସୁଗମ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୩,୦୦୦ ରୁ ଅଧିକ ରନିଂ ଷ୍ଟାଫ୍ ନିୟୋଜିତ।

୨୦୨୫ ମହାକୁମ୍ଭରେ ୫୩ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ ସହିତ ଭାରତୀୟ ରେଳପଥ ସୁନିଶ୍ଚିତ କରୁଛି ଯେ ଲକ୍ଷ ଲକ୍ଷ ଭକ୍ତ ସୁରକ୍ଷିତ ଏବଂ ଆରାମଦାୟକ ଭାବରେ ଯାତ୍ରା କରିପାରିବେ। ସ୍ୱତନ୍ତ୍ର ଟ୍ରେନ୍ ଠାରୁ ଆରମ୍ଭ କରି ଉନ୍ନତ ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ପର୍ଯ୍ୟନ୍ତ ରେଳ ନେଟୱର୍କ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶକୁ ଦକ୍ଷତାର ସହିତ ପରିଚାଳନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ୨୪ ଘଣ୍ଟା ସୁନିଶ୍ଚିତ କରୁଛନ୍ତି ସିଆରପିଏଫ୍‌ କର୍ମଚାରୀ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ର ମହା ସମାବେଶ ମଧ୍ୟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ଭକ୍ତଙ୍କ ସୁରକ୍ଷା ଏବଂ ସେବା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ । ଏହି ମହାନ ଧାର୍ମିକ ସମାବେଶରେ ସେମାନଙ୍କର ସମର୍ପଣ ଏବଂ ଦେଶପ୍ରେମ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରୁଛି।

ସିଆରପିଏଫ୍‌ କର୍ମଚାରୀମାନେ ଘାଟ, ମେଳା ପରିସର ଏବଂ ପ୍ରମୁଖ ମାର୍ଗଗୁଡ଼ିକରେ ୨୪ ଘଣ୍ଟା ସୁରକ୍ଷା ବଜାୟ ରଖିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସତର୍କତା ସହିତ, ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ।

ଭିଡ଼ ପରିଚାଳନା ଏବଂ ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ବହୁତ ଭିଡ଼ ମଧ୍ୟରେ, ସିଆରପିଏଫ୍‌ କର୍ମଚାରୀମାନେ ସକ୍ରିୟ ଭାବରେ ଭକ୍ତମାନଙ୍କୁ ମାର୍ଗଦର୍ଶନ ଏବଂ ସହାୟତା ପ୍ରଦାନ କରୁଛନ୍ତି। ସେମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଏବଂ ପ୍ରସ୍ତୁତି ପରିଦର୍ଶକମାନଙ୍କ ପାଇଁ ଏକ ସୁଗମ ଅନୁଭୂତି ସୁନିଶ୍ଚିତ କରୁଛି। ଯେକୌଣସି ସଙ୍କଟର ଶୀଘ୍ର ପ୍ରତିକ୍ରିୟା ଦେବା ପାଇଁ ସିଆରପିଏଫ୍‌ ର ବିପର୍ଯ୍ୟୟ ପରିଚାଳନା ଦଳ ଉଚ୍ଚ ସଜାଗ ରହିଛି। ଏହା ସହିତ, ହଜିଯାଇଥିବା ପିଲା ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କୁ ସେମାନଙ୍କ ପରିବାର ସହିତ ପୁନଃମିଳନ କରିବାରେ ଏହି ଫୋର୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଦେଶ ପ୍ରଥମ: ସେବା ଏବଂ ସମର୍ପଣର ଏକ ପ୍ରମାଣ

ପ୍ରତ୍ୟେକ ସିଆରପିଏଫ୍‌ କର୍ମଚାରୀ ‘ରାଷ୍ଟ୍ର ପ୍ରଥମ’ ଭାବନା ସହିତ ମହାକୁମ୍ଭରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ସେମାନଙ୍କର ଅଟଳ ପ୍ରତିବଦ୍ଧତା ଏବଂ ସମର୍ପଣ କାର୍ଯ୍ୟକ୍ରମର ଆଧ୍ୟାତ୍ମିକ ସାରକୁ ଆହୁରି ବୃଦ୍ଧି କରୁଛି। ମହାକୁମ୍ଭ ୨୦୨୫ ରେ ସିଆରପିଏଫ୍‌ ର ନିଃସ୍ୱାର୍ଥପର ସେବା ଏବଂ ସମର୍ପଣ କେବଳ ସୁରକ୍ଷାର ଭାବନା ସୃଷ୍ଟି କରୁନାହିଁ ବରଂ ସମଗ୍ର ଦେଶ ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଭକ୍ତମାନଙ୍କୁ ନିର୍ବିଘ୍ନ ବ୍ୟାଙ୍କିଂ ସେବା ସହିତ ସଶକ୍ତ କରୁଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଏକ ଉଦ୍ୟୋଗ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି), ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ରେ ଲକ୍ଷ ଲକ୍ଷ ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କୁ ନିର୍ବିଘ୍ନ ଡିଜିଟାଲ୍ ବ୍ୟାଙ୍କିଂ ସେବା ପ୍ରଦାନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଗର୍ବିତ। ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସମାବେଶ ଭାବରେ, ମହାକୁମ୍ଭ ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କୁ ଆକର୍ଷିତ କରୁଛି। ଆଇପିପିବି, ଏହାର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ସହିତ, ସମସ୍ତଙ୍କ ପାଇଁ ବ୍ୟାପକ ବ୍ୟାଙ୍କିଂ ସେବା ଉପଲବ୍ଧ କରାଇ ଆର୍ଥିକ କାରବାରର ସୁବିଧା, ସୁରକ୍ଷା ଏବଂ ସହାୟତା ସୁନିଶ୍ଚିତ କରୁଛି। ଆଇପିପିବି ସମଗ୍ର ମହାକୁମ୍ଭରେ ୫ ଟି ପ୍ରମୁଖ ସ୍ଥାନରେ ସେବା କାଉଣ୍ଟର, ମୋବାଇଲ୍ ବ୍ୟାଙ୍କିଂ ୟୁନିଟ୍ ଏବଂ ଗ୍ରାହକ ସହାୟତା କିଓସ୍କ ପ୍ରତିଷ୍ଠା କରିଛି। ଏହି ସୁବିଧାଗୁଡ଼ିକ ଉଚ୍ଚ ପାଦଚଲା ଲୋକଙ୍କୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଇଛି।

ମହାକୁମ୍ଭରେ ଆଇପିପିବି ର ଚାଲିଥିବା ପଦକ୍ଷେପ ବିଷୟରେ, ଶ୍ରୀଯୁକ୍ତ ଆର. ବିଶ୍ୱେଶ୍ୱରନ, ଏମଡି ଏବଂ ସିଇଓ- ଆଇପିପିବି, କହିଛନ୍ତି, “ଆମେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କରେ ୨୦୨୫ ମହାକୁମ୍ଭ, ପ୍ରୟାଗରାଜର ପବିତ୍ର ଭୂମିରେ ଆମର ନିର୍ବିଘ୍ନ ବ୍ୟାଙ୍କିଂ ସେବା ପ୍ରଦାନ କରୁଥିବାରୁ ଆନନ୍ଦିତ । ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ସମ୍ମାନିତ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ଗୋଟିଏ ସହିତ ବ୍ୟାଙ୍କିଂ ସେବାର ପବିତ୍ର ସମନ୍ୱୟକୁ ଦେଖି ମୁଁ ବହୁତ ଆନନ୍ଦିତ। ଡିଜିଟାଲ ପରିବର୍ତ୍ତନ ପାଇଁ ଏକ ପ୍ରୋତ୍ସାହକ ଭାବରେ ଆମର ଭୂମିକାରେ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁ, ପ୍ରୟାଗରାଜରେ ଭକ୍ତମାନଙ୍କୁ ଆମର ସହଜ ବ୍ୟାଙ୍କିଂ ସେବା ସହିତ ସଶକ୍ତ କରୁଛୁ। ଏହି ପଦକ୍ଷେପ ସମସ୍ତଙ୍କ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ, ଏହି ପରିବର୍ତ୍ତନକାରୀ ଆଧ୍ୟାତ୍ମିକ ଯାତ୍ରା ସମୟରେ ଆର୍ଥିକ ସୁଗମତା ଆଉ କେବଳ କିଛି ଚୟନିତ ଲୋକଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।”

ଏହା ସହିତ, ଆଇପିପିବିର ବିଶ୍ୱସ୍ତ ଡାକ ସେବକମାନେ ଦ୍ୱାର ଦେଶ ବ୍ୟାଙ୍କିଂ ସେବା ପ୍ରଦାନ କରୁଛନ୍ତି। ସେମାନେ ସୁନିଶ୍ଚିତ କରୁଛନ୍ତି ଯେ ଭକ୍ତମାନେ ଆଇପିପିବି ର ଆଧାର ଏଟିଏମ (ଏଇପିଏସ) ସେବା ମାଧ୍ୟମରେ ସେମାନଙ୍କର ସଠିକ୍ ସ୍ଥାନରେ ପହଞ୍ଚି ବିନା କୌଣସି ବାଧାରେ ସେମାନଙ୍କର ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ନଗଦ ଉଠାଣ ଭଳି ଅତ୍ୟାବଶ୍ୟକ ଆର୍ଥିକ ସହାୟତା ପାଇପାରିବେ। ଭକ୍ତମାନେ ମହାକୁମ୍ଭ ପରିସରରେ ଥିବା ଯେକୌଣସି ସ୍ଥାନରେ ଆଇପିପିବିର ‘କଲ୍ ଆଟ୍ ବ୍ୟାଙ୍କିଂ’ ସୁବିଧା ବ୍ୟବହାର କରି ଇଚ୍ଛିତ ସେବା ଲାଇନ୍ ସଂଗ୍ରହ କରିପାରିବେ। ସେମାନେ କେବଳ ୭୪୫୮୦୨୫୫୧୧ ଡାଏଲ୍ କରି ବିଭିନ୍ନ ବ୍ୟାଙ୍କିଂ ଆବଶ୍ୟକତା ହାସଲ କରିପାରିବେ।

ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ, ଆଇପିପିବି ସ୍ଥାନୀୟ ବିକ୍ରେତା, କ୍ଷୁଦ୍ର ବ୍ୟବସାୟ ଏବଂ ସେବା ପ୍ରଦାନକାରୀଙ୍କୁ ଏହାର ଡାକପେ କ୍ୟୁଆର କାର୍ଡ ମାଧ୍ୟମରେ ମହାକୁମ୍ଭରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାକୁ ସକ୍ଷମ କରି ସଶକ୍ତ କରୁଛି। ଏହି ପଦକ୍ଷେପ ଏକ ନଗଦହୀନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରେ, ନଗଦ ଉପରେ ନିର୍ଭରଶୀଳତା ହ୍ରାସ କରେ ଏବଂ କାରବାରରେ ସାମଗ୍ରିକ ଦକ୍ଷତା ବୃଦ୍ଧି କରେ।

ଏହା ବ୍ୟତୀତ, ସର୍ବାଧିକ ପ୍ରସାର ସୁନିଶ୍ଚିତ କରିବା ପାଇଁ, ଆଇପିପିବି ତୀର୍ଥଯାତ୍ରୀ ଏବଂ ବିକ୍ରେତାମାନଙ୍କୁ ଏହାର ସେବା ବିଷୟରେ ଶିକ୍ଷା ଦେବା ପାଇଁ ମହାକୁମ୍ଭରେ ସଚେତନତା ଅଭିଯାନ ଆରମ୍ଭ କରିଛି। ଖାତା ଖୋଲିବା, କାରବାର ଏବଂ ପ୍ରଶ୍ନର ସମାଧାନ କରିବାରେ ସହାୟତା କରିବା ପାଇଁ ପ୍ରମୁଖ ସ୍ଥାନରେ ତାଲିମପ୍ରାପ୍ତ ବୃତ୍ତିଗତ ଏବଂ ଡାକ ସେବକମାନେ ନିୟୋଜିତ ଅଛନ୍ତି। ଉପସ୍ଥିତ ଲୋକଙ୍କୁ ଆଇପିପିବିର ପ୍ରଦାନ ସହିତ ପରିଚିତ କରାଇବା ପାଇଁ ସୂଚନା ହୋର୍ଡିଂ ଏବଂ ଡିଜିଟାଲ୍ ପ୍ରଦର୍ଶନ ମଧ୍ୟ ବ୍ୟବହାର କରାଯାଉଛି। ଏହା ପ୍ରତ୍ୟେକ ପରିଦର୍ଶକଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ପାଇଁ ଏକ ସ୍ମାରକୀ ଭାବରେ ମାଗଣା ମୁଦ୍ରିତ ଫଟୋଗ୍ରାଫ୍ ମଧ୍ୟ ପ୍ରଦାନ କରୁଛି।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବିଷୟରେ

ଭାରତ ସରକାରଙ୍କ ୧୦୦% ଇକ୍ୱିଟି ସହିତ ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ଅଧୀନରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠିତ ହୋଇଛି। ଆଇପିପିବି ୧ ସେପ୍ଟେମ୍ବର, ୨୦୧୮ ରେ ଆରମ୍ଭ ହୋଇଥିଲା। ଭାରତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ସୁଲଭ ଏବଂ ବିଶ୍ୱସ୍ତ ବ୍ୟାଙ୍କ ନିର୍ମାଣ କରିବାର ଦୃଷ୍ଟିକୋଣ ସହିତ ଏହି ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ମୌଳିକ କାର୍ଯ୍ୟ ହେଉଛି ଅଣବ୍ୟାଙ୍କ ଏବଂ ବ୍ୟାଙ୍କ ସୁବିଧା ନଥିବା ଲୋକଙ୍କ ପାଇଁ ପ୍ରତିବନ୍ଧକ ଦୂର କରିବା ଏବଂ ~ ୧,୬୫,୦୦୦ ପୋଷ୍ଟ ଅଫିସ (ଗ୍ରାମୀଣ କ୍ଷେତ୍ରରେ ~ ୧୪୦,୦୦୦) ଏବଂ ~ ୩,୦୦,୦୦୦ ପୋଷ୍ଟାଲ କର୍ମଚାରୀଙ୍କୁ ନେଇ ଗଠିତ ପୋଷ୍ଟାଲ ନେଟୱାର୍କର ଉପଯୋଗ କରି ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚିବା।

ଆଇପିପିବିର ପହଞ୍ଚ ଏବଂ ଏହାର କାର୍ଯ୍ୟକ୍ଷମ ମଡେଲ ଇଣ୍ଡିଆ ଷ୍ଟାକର ପ୍ରମୁଖ ସ୍ତମ୍ଭ ଉପରେ ନିର୍ମିତ – ସିବିଏସ-ସକ୍ଷମ ସ୍ମାର୍ଟଫୋନ୍ ଏବଂ ବାୟୋମେଟ୍ରିକ୍ ଡିଭାଇସ୍ ମାଧ୍ୟମରେ ଗ୍ରାହକଙ୍କ ଦ୍ୱାରଦେଶରେ କାଗଜହୀନ, ନଗଦହୀନ ଏବଂ ଉପସ୍ଥିତି-ହୀନ ବ୍ୟାଙ୍କିଂକୁ ଏକ ସରଳ ଏବଂ ସୁରକ୍ଷିତ ଉପାୟରେ ସକ୍ଷମ କରିବା। ମିତବ୍ୟୟୀ ନବସୃଜନକୁ ଉପଯୋଗ କରି ଏବଂ ଜନସାଧାରଣଙ୍କ ପାଇଁ ସହଜ ବ୍ୟାଙ୍କିଂ ଉପରେ ଉଚ୍ଚ ଧ୍ୟାନ ଦେଇ, ଆଇପିପିବି ଭାରତର ୫.୫୭ ଲକ୍ଷ ଗ୍ରାମ ଏବଂ ସହର ମଧ୍ୟରେ ୧୧ କୋଟି ଗ୍ରାହକଙ୍କୁ ୧୩ ଟି ଭାଷାରେ ଉପଲବ୍ଧ ସହଜ ଇଣ୍ଟରଫେସ୍ ମାଧ୍ୟମରେ ସରଳ ଏବଂ ସୁଲଭ ବ୍ୟାଙ୍କିଂ ସମାଧାନ ପ୍ରଦାନ କରେ।

ଆଇପିପିବି କମ୍ ନଗଦ ଅର୍ଥନୀତିକୁ ଏକ ପୂର୍ଣ୍ଣତା ପ୍ରଦାନ କରିବାକୁ ଏବଂ ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣରେ ଯୋଗଦାନ ଦେବାକୁ ପ୍ରତିବଦ୍ଧ। ଭାରତ ସେତେବେଳେ ସମୃଦ୍ଧ ହେବ ଯେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବରେ ସୁରକ୍ଷିତ ଏବଂ ସଶକ୍ତ ହେବାର ସମାନ ସୁଯୋଗ ମିଳିବ। ଆମର ମୂଳମନ୍ତ୍ର ହେଉଛି – ପ୍ରତ୍ୟେକ ଗ୍ରାହକ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ କାରବାର ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ଜମା ମୂଲ୍ୟବାନ।

Categories
ଆଜିର ଖବର ଜାତୀୟ ଖବର

ମାଘ ପୂର୍ଣ୍ଣିମା ଅମୃତ ସ୍ନାନ ପରେ ରାତ୍ରିକାଳୀନ ସଫେଇ ଅଭିଯାନ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ରେ ମାଘ ପୂର୍ଣ୍ଣିମା ଅମୃତ ସ୍ନାନ ପରେ, ସଫେଇ କର୍ମଚାରୀଙ୍କ ଏକ ଉତ୍ସର୍ଗୀକୃତ ଦଳ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରିଥିଲେ, ଏହା ସହିତ ରାତି ସମୟରେ  ଘାଟ ଏବଂ ମେଳା ପରିସରକୁ ସେମାନଙ୍କର ପୂର୍ବ ତଥା ପରିଷ୍କାର ଅବସ୍ଥାକୁ ଫେରାଇ ଆଣିଥିଲେ। ବୁଧବାର ଦିନ, ୨ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇ ପୁଷ୍ପ ନୈବେଦ୍ୟ, ପୋଷାକ, ପ୍ରସାଦ ଏବଂ ଅନ୍ୟାନ୍ୟ କଠିନ ବର୍ଜ୍ୟ ଛାଡ଼ି ଯାଇଥିଲେ। ଭିଡ଼ କମ୍ ହେବା ଆରମ୍ଭ ହେବା ପରେ ପ୍ରଶାସନ ତୁରନ୍ତ ସଫେଇ ଅଭିଯାନ ଆରମ୍ଭ କରିଥିଲା, ପରଦିନ ସକାଳ ସୁଦ୍ଧା ପବିତ୍ର ନଦୀ କୂଳ ସମ୍ପୂର୍ଣ୍ଣ ସଫା ହେବା ସୁନିଶ୍ଚିତ କରାଯାଇଥିଲା।

ସାମଗ୍ରିକ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର ସଫେଇ ଅଭିଯାନ ଏବଂ ସେସପୁଲ ଅପରେସନ୍

ଘାଟ ଏବଂ ମେଳା ପରିସରରୁ କଠିନ ବର୍ଜ୍ୟ  ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ସଫେଇ ଯାନ ନିୟୋଜିତ କରାଯାଇଥିଲା। ଏହା ସହିତ, ଅଞ୍ଚଳର ସମସ୍ତ ସାର୍ବଜନୀନ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଏକ ସେସପୁଲ୍‌ ଅପରେସନ୍ କରାଯାଇଥିଲା। ମେଳା ପରିଚ୍ଛନ୍ନତା ଦାୟିତ୍ୱରେ ଥିବା ବ୍ୟକ୍ତି କହିଛନ୍ତି ଯେ ସଫେଇ ଅଭିଯାନ କେବଳ ଘାଟଗୁଡ଼ିକୁ ସାମିଲ୍‌ କରିନଥିଲା ବରଂ ମେଳା ପରିସରରେ ଥିବା ସମସ୍ତ ପ୍ରମୁଖ ରାସ୍ତାକୁ ମଧ୍ୟ ବ୍ୟାପିଥିଲା, ଯାହାକୁ ସଫା ଏବଂ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଇଥିଲା। ଏହା ବ୍ୟତୀତ, ଟିପର୍ ଟ୍ରକ୍ ଏବଂ କମ୍ପାକ୍ଟର ବ୍ୟବହାର କରି ଡଷ୍ଟବିନ୍ ଏବଂ ଲାଇନର୍ ବ୍ୟାଗଗୁଡ଼ିକୁ ଖାଲି କରାଯାଇଥିଲା, ଯାହା ଫଳରେ ସମଗ୍ର ମହାକୁମ୍ଭ ଅଞ୍ଚଳ ସଫା ଏବଂ ସୁବ୍ୟବସ୍ଥିତ ରହିବ।

ଭକ୍ତ ଏବଂ ସ୍ଥାନୀୟ ଲୋକମାନେ କୃତଜ୍ଞତା ପ୍ରକାଶ କରିଛନ୍ତି

ପ୍ରଶାସନ ଦ୍ୱାରା କରାଯାଇଥିବା ଦ୍ରୁତ ଏବଂ ପ୍ରଭାବଶାଳୀ ସଫେଇ ଅଭିଯାନକୁ ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି। ଅନେକ ଭକ୍ତ ପ୍ରଶଂସା କରି କହିଛନ୍ତି ଯେ ପ୍ରଶାସନର ପ୍ରତିବଦ୍ଧତା ପ୍ରମାଣ କରିଛି ଯେ ମହାକୁମ୍ଭ ୨୦୨୫ କୁ ଏକ ସଂଗଠିତ ଏବଂ ଶୃଙ୍ଖଳିତ କାର୍ଯ୍ୟକ୍ରମ କରିବାରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ: ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ 

ନୂଆଦିଲ୍ଲୀ: ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୨୦୦୦ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପବିତ୍ର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ 600 ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ପବିତ୍ର ରୀତି ପାଇଁ ସୁବିଧା ଦିଆଯାଇଛି। ଏହି ପଦକ୍ଷେପ କେବଳ ବୃଦ୍ଧଙ୍କ ପ୍ରତି ସମ୍ମାନକୁ ପ୍ରୋତ୍ସାହିତ କରେ ନାହିଁ ବରଂ ସମାଜରେ ସେବା ତଥା ସମନ୍ୱୟର ଉଦାହରଣ ମଧ୍ୟ ସୃଷ୍ଟି କରେ।

ଉତ୍ତର ପ୍ରଦେଶର ସମାଜ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅସୀମ ଅରୁଣଙ୍କ ନିର୍ଦ୍ଦେଶ ପରେ, ଗତ ଦୁଇ ଦିନରେ ଦେଓରିଆ, ବହରାଇଚ୍, ଆମରୋହା ଏବଂ ବିଜନୌର ଜିଲ୍ଲାର ବୃଦ୍ଧାଶ୍ରମରୁ ୧୦୦ ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରୟାଗରାଜକୁ ଅଣାଯାଇଛି। ପ୍ରଥମ ଥର ପାଇଁ, ସମାଜ କଲ୍ୟାଣ ବିଭାଗ ମହାକୁମ୍ଭରେ ଏକ ସ୍ୱତନ୍ତ୍ର ଶିବିର ସ୍ଥାପନ କରିଛି, ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଆଶ୍ରମ ରହିଛି। ଏହି ଶିବିରରେ ବୃଦ୍ଧାବୃଦ୍ଧଙ୍କ ପାଇଁ ମାଗଣା ଖାଦ୍ୟ, ରହିବା ଏବଂ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ମହାକୁମ୍ଭ ୨୦୨୫ ରେ ସରକାରଙ୍କ ଏହି ଅଭିନବ ପ୍ରୟାସ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଏବଂ ମାନସିକ ଶାନ୍ତି ପ୍ରଦାନ କରିଛି।

ଶିବିରଟି ବୃଦ୍ଧାବୃଦ୍ଧଙ୍କ ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦିଏ। ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଯୋଗ ଏବଂ ଧ୍ୟାନ ସହିତ ଆରମ୍ଭ ହୁଏ, ଯାହା ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଲାଭକୁ ପ୍ରୋତ୍ସାହିତ କରେ। ସନ୍ଧ୍ୟାରେ, ଭଜନ-କୀର୍ତ୍ତନ ଅଧିବେଶନ ଆୟୋଜନ କରାଯାଏ, ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ ଏବଂ ବୃଦ୍ଧାବୃଦ୍ଧମାନଙ୍କୁ ଏକାକୀ ଅନୁଭବ କରିବାରୁ ନିବୃତ୍ତ କରେ। ଏହି ପଦକ୍ଷେପ ମାଧ୍ୟମରେ, ସମାଜକୁ ବୃଦ୍ଧାବୃଦ୍ଧଙ୍କ ପ୍ରତି ସମ୍ମାନ ଏବଂ ଯତ୍ନର ଭାବନା ପୋଷଣ କରିବାକୁ ଉତ୍ସାହିତ କରାଯାଉଛି।

ମହାକୁମ୍ଭ ଅଞ୍ଚଳରେ ସ୍ଥାପିତ ଆଶ୍ରମରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ୨୪/୭ ଉପଲବ୍ଧ, ଯାହା ନିଶ୍ଚିତ କରେ ଯେ କୌଣସି ବୃଦ୍ଧାବୃଦ୍ଧ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ଏହି ଐତିହାସିକ ଅବସରରେ ପ୍ରଶାସନ ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଏବଂ ମାନସିକ ଶାନ୍ତି ପ୍ରଦାନ କରିବାରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମହାକୁମ୍ଭରେ ସରକାରଙ୍କ ଏହି ସ୍ୱତନ୍ତ୍ର ପଦକ୍ଷେପ କେବଳ ବୟସ୍କଙ୍କ ବିଶ୍ୱାସକୁ ସମ୍ମାନ କରେ ନାହିଁ ବରଂ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ପ୍ରଦାନ କରେ ଯେ ଶାସନ କେବଳ ବିକାଶ ବିଷୟରେ ନୁହେଁ ବରଂ ସେବା ଏବଂ ସମ୍ମାନ ବିଷୟରେ ମଧ୍ୟ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ଏଲୋପାଥି ଓ ଆୟୁଷ ମେଡିସିନ ସହ ବିଶ୍ୱସ୍ତରୀୟ ଚିକିତ୍ସା ବ୍ୟବସ୍ଥା

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ଏବଂ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ସାଧାରଣ ରୋଗଠାରୁ ଆରମ୍ଭ କରି ସ୍ବତନ୍ତ୍ର ଚିକିତ୍ସା ପର୍ଯ୍ୟନ୍ତ ବ୍ୟାପକ ସ୍ବାସ୍ଥ୍ୟସେବା ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ଚିକିତ୍ସା କରାଯାଇଛି। ସ୍ୱାସ୍ଥ୍ୟ ସେବାକୁ ବିଶ୍ୱସ୍ତରୀୟ କରିବା ପାଇଁ କାନାଡା, ଜର୍ମାନୀ, ରୁଷିଆର ବିଶେଷଜ୍ଞଙ୍କ ସମେତ ଦିଲ୍ଲୀ ଏମ୍ସ ଏବଂ ଆଇଏମ୍ଏସ୍ ବିଏଚୟୁର ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

କୁମ୍ଭମେଳାର ନୋଡାଲ ମେଡିକାଲ ଅଫିସର ଡାକ୍ତର ଗୌରବ ଦୁବେ କହିଛନ୍ତି ଯେ ୨୩ଟି ଏଲୋପାଥି ହସ୍ପିଟାଲରେ ୪.୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ଚିକିତ୍ସା କରାଯାଇଛି ଏବଂ ୩.୭୧ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ପାଥୋଲୋଜି ପରୀକ୍ଷା କରାଯାଇଛି। ଏହାବ୍ୟତୀତ ୩୮୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରୋପଚାର ଓ ୧୨ଟି ବଡ଼ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।

ଆୟୁଷ ଔଷଧରେ ୨.୧୮ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚିକିତ୍ସିତ

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ଆୟୁଷ ସୋସାଇଟିର ସହଯୋଗରେ, କୁମ୍ଭମେଳା ଅଞ୍ଚଳରେ ୨୦ଟି ଆୟୁଷ ହସ୍ପିଟାଲ (୧୦ଟି ଆୟୁର୍ବେଦ ଏବଂ ୧୦ଟି ହୋମିଓପାଥି) ୨୪/୭ କାର୍ଯ୍ୟ କରୁଛି। ଆଜି ପର୍ଯ୍ୟନ୍ତ, ୨.୧୮ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆୟୁର୍ବେଦ, ହୋମିଓପାଥି ଏବଂ ପ୍ରାକୃତିକ ଚିକିତ୍ସାରୁ ଉପକୃତ ହୋଇଛନ୍ତି। ଦିଲ୍ଲୀର ଏମ୍ସ ଆୟୁର୍ବେଦର ବିଶେଷଜ୍ଞ, ଯେଉଁଥିରେ ବିଏଚୟୁର ଡିନ୍ ଡକ୍ଟର ଭି.କେ. ଜୋଶୀ, କାନାଡାର ଡକ୍ଟର ଥମାସ ଏବଂ ବିଶ୍ୱର ଅନେକ ଚିକିତ୍ସା ବିଶେଷଜ୍ଞ ସାମିଲ ଅଛନ୍ତି ତଥା କୁମ୍ଭମେଳାରେ ତୀର୍ଥଯାତ୍ରୀଙ୍କ ଚିକିତ୍ସା କରୁଛନ୍ତି।

ତୀର୍ଥଯାତ୍ରୀମାନେ ଯୋଗ, ପଞ୍ଚକର୍ମ ଏବଂ ଆୟୁର୍ବେଦିକ ଚିକିତ୍ସାରୁ ଉପକୃତ ହେଉଛନ୍ତି

କୁମ୍ଭମେଳାରେ ଥିବା ଆୟୁର୍ବେଦିକ ହସ୍ପିଟାଲଗୁଡ଼ିକରେ, ତୀର୍ଥଯାତ୍ରୀମାନଙ୍କୁ ପଞ୍ଚକର୍ମ, ଔଷଧୀୟ ଚିକିତ୍ସା, ଯୋଗ ଚିକିତ୍ସା ଏବଂ ପ୍ରାକୃତିକ ଚିକିତ୍ସା ଭଳି ପାରମ୍ପରିକ ପଦ୍ଧତିରେ ଚିକିତ୍ସା କରାଯାଉଛି। ଭବିଷ୍ୟତରେ ତୀର୍ଥଯାତ୍ରୀମାନଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାରେ ସାହାଯ୍ୟ କରିବା ପାଇଁ ଆୟୁଷ କିଟ୍, ଯୋଗ କିଟ୍, କ୍ୟାଲେଣ୍ଡର, ଔଷଧୀୟ ଉଦ୍ଭିଦ ଏବଂ ସ୍ୱାସ୍ଥ୍ୟ ସଚେତନତା ସାମଗ୍ରୀ ବଣ୍ଟନ କରାଯାଉଛି। ନୂଆଦିଲ୍ଲୀର ଯୋଗ ପ୍ରଶିକ୍ଷକଙ୍କ ଦଳ ଦ୍ୱାରା ନିୟମିତ ଭାବରେ ଯୋଗ ଅଧିବେଶନ ପରିଚାଳନା କରାଯାଏ ଏବଂ ଏହି ଅଧିବେଶନଗୁଡ଼ିକ ବିଶେଷକରି ବିଦେଶୀ ତୀର୍ଥଯାତ୍ରୀଙ୍କ ଠାରୁ ଯଥେଷ୍ଟ ଆଗ୍ରହ ହାସଲ କରିଛି।

ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଆୟୁର୍ବେଦିକ ‘ସ୍ୱର୍ଣ୍ଣପ୍ରାଶନ’ ଔଷଧ

ପୁଷ୍ୟ ନକ୍ଷତ୍ର ସମୟରେ ୧ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ, ବିଶେଷ ଆୟୁର୍ବେଦିକ ‘ସ୍ୱର୍ଣ୍ଣପ୍ରାଶନ’ ଔଷଧ ପ୍ରଦାନ କରାଯାଉଛି। ଏହି ଔଷଧ ପିଲାମାନଙ୍କର ଏକାଗ୍ରତା, ବୁଦ୍ଧିମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଶାରୀରିକ ବିକାଶ ବୃଦ୍ଧି କରିବାରେ ଲାଭଦାୟକ ପ୍ରମାଣିତ ହେଉଛି।

ତୀର୍ଥଯାତ୍ରୀଙ୍କ ପାଇଁ ବହୁମୁଖୀ ଚିକିତ୍ସା ସୁବିଧା ଏକ ପ୍ରମୁଖ ଆକର୍ଷଣ ପାଲଟିଛି

କୁମ୍ଭମେଳାରେ ଏଲୋପାଥି ଏବଂ ଆୟୁଷ ଔଷଧର ମିଳିତ ବ୍ୟବସ୍ଥା ତୀର୍ଥଯାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ପ୍ରମାଣିତ ହେଉଛି। ସାଧୁ, କଳ୍ପବାସୀ ଏବଂ ସାଧାରଣ ତୀର୍ଥଯାତ୍ରୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯାଉଛି। ଆୟୁର୍ବେଦ, ଯୋଗ, ପଞ୍ଚକର୍ମ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନର ସମନ୍ୱୟ କୁମ୍ଭମେଳାରେ ସ୍ୱାସ୍ଥ୍ୟସେବା ସେବା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।

ଏହା ସୁନିଶ୍ଚିତ କରାଯାଇଛି ଯେ ପ୍ରୟାଗରାଜ ମହାକୁମ୍ଭ ୨୦୨୫ କେବଳ ଆଧ୍ୟାତ୍ମିକ ଅଭିଜ୍ଞତାର କେନ୍ଦ୍ର ହେବ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦୃଷ୍ଟିରୁ ଏକ ଉଲ୍ଲେଖନୀୟ ଘଟଣା ହେବ। ତୀର୍ଥଯାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି, ଯାହା ଭାରତୀୟ ଚିକିତ୍ସା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ 2025ରେ ଶ୍ରାଦ୍ଧାଳୁଙ୍କ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ଭାରତୀୟ ରେଳବାଇ 

ନୂଆଦିଲ୍ଲୀ: ପ୍ରବଳ ଭିଡ଼ ସତ୍ତ୍ୱେ, ଭାରତୀୟ ରେଳବାଇ ଭକ୍ତମାନଙ୍କୁ ପରିବହନ ସେବା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ପ୍ରୟାଗରାଜ ମହାକୁମ୍ଭ ସମୟରେ ଭକ୍ତମାନଙ୍କୁ ଆଣିବା ଏବଂ ସେମାନଙ୍କୁ ଘରକୁ ଫେରାଇ ନେବା ଲାଗି ରେଳବାଇ ସବୁ ପ୍ରକାର ପଦକ୍ଷେପ ନେଉଛି। ଗୋଟିଏ ଦିନ ପୂର୍ବରୁ ଏକ ଭୁଲ ଗଣମାଧ୍ୟମ ରିପୋର୍ଟ ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମ ଜରିଆରେ ସେ ଦେଶବାସୀକୁ ସୂଚନା ଦେଇ କହିଛନ୍ତି ଯେ ପ୍ରୟାଗରାଜ ଅଞ୍ଚଳର ଆଠଟି ଭିନ୍ନ ଭିନ୍ନ ଷ୍ଟେସନରୁ ପ୍ରାୟ 330 ଟ୍ରେନ୍ 12 ଲକ୍ଷ 50 ହଜାର ଯାତ୍ରୀଙ୍କୁ ନିଜ ଘରକୁ ଫେରାଇ ନେଇଛି । ଭିଡ଼ କମୁନଥିବା ସତ୍ତ୍ୱେ, ଭାରତୀୟ ରେଳବାଇ ଏହି ଷ୍ଟେସନଗୁଡ଼ିକରୁ ମାତ୍ର 4 ମିନିଟରୁ ଅଧିକ ସମୟ ମଧ୍ୟରେ ଗୋଟିଏ ଲେଖାଏଁ ଟ୍ରେନ୍ ଚଳାଇ ଏହା ସୁନିଶ୍ଚିତ କରୁଛି ଯେ, ଭକ୍ତମାନଙ୍କୁ ଯେପରି ସେମାନଙ୍କର ପବିତ୍ର ସ୍ନାନ ପରେ ଅପେକ୍ଷା କରିବାକୁ ପଡିବ ନାହିଁ।

ମାଘୀ ପୂର୍ଣ୍ଣିମାର ପରବର୍ତ୍ତୀ ପବିତ୍ର ଅମୃତ ସ୍ନାନ ପୂର୍ବରୁ, ଏହି ଟ୍ରେନଗୁଡ଼ିକର ଗୋଟିଏ ରେକ୍ ହାରାହାରି 3780 ଜଣ ଯାତ୍ରୀଙ୍କୁ ଗୋଟିଏ ଟ୍ରିପରେ ସେବା ଯୋଗାଉଛି । ଏଥିରୁ ଭିଡ଼ ହ୍ରାସ ପାଉନଥିବା ସ୍ପଷ୍ଟ ହୋଇଛି । କ୍ଷେତ୍ରୀୟ ଏବଂ ଡିଭିଜନାଲ ରେଳ ଅଧିକାରୀମାନଙ୍କ ସହ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରି ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତୀଶ କୁମାର ରେଳବାଇ ଅଧିକାରୀମାନଙ୍କୁ ଦକ୍ଷତାର ସହ ଏବଂ ପୂର୍ଣ୍ଣ କ୍ଷମତାରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବା ଲାଗି କରାଯାଇଥିବା ସମସ୍ତ ପ୍ରୟାସ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବାକୁ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରୟାଗରାଜ ଜଙ୍କସନ ସହିତ ଅନ୍ୟ 7ଟି ଷ୍ଟେସନ ଯଥା ପ୍ରୟାଗରାଜ ଛେଓକି, ନୈନି, ସୁବେଦାରଗଞ୍ଜ, ପ୍ରୟାଗ, ଫାଫାମାଉ, ପ୍ରୟାଗରାଜ ରାମବାଗ ଏବଂ ଝୁସି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। କ୍ରମାଗତ ଭିଡ଼ ସତ୍ତ୍ୱେ, ପ୍ରୟାଗରାଜ ଅଞ୍ଚଳରୁ ଏହି 8ଟି ଷ୍ଟେସନରୁ ସ୍ୱତନ୍ତ୍ର ଏବଂ ନିୟମିତ ଟ୍ରେନ୍ ପୂର୍ଣ୍ଣ କ୍ଷମତାରେ ଚାଲୁଛି। ଯେକୌଣସି ଅମୃତ ସ୍ନାନର ଦୁଇ ଦିନ ପୂର୍ବରୁ ଏବଂ ଦୁଇ ଦିନ ପରେ କେବଳ ଗୋଟିଏ ଷ୍ଟେସନ, ପ୍ରୟାଗରାଜ ସଙ୍ଗମକୁ ବନ୍ଦ କରିବା ଏକ ନିୟମିତ ଅଭ୍ୟାସ ବୋଲି ଶ୍ରୀ ସତୀଶ କୁମାର ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ, ଏହା ପ୍ରୟାଗରାଜ ଜିଲ୍ଲା ପ୍ରଶାସନର ପରାମର୍ଶରେ କରାଯାଏ ଏବଂ ପୂର୍ବରୁ ମଧ୍ୟ ପବିତ୍ର ସ୍ନାନ, ଅମୃତ ସ୍ନାନ ସମୟରେ କରାଯାଇଥିଲା। ଏଥିରେ କିଛି ନୂଆ କଥା ନାହିଁ। ମହାକୁମ୍ଭ ସହରର ଆଖପାଖ ଅଞ୍ଚଳରେ ପ୍ରବଳ ଭିଡ଼ ସତ୍ତ୍ୱେ ମହାକୁମ୍ଭ ସହରରେ ପହଞ୍ଚିବା ଲାଗି ସହାୟତା କରିବା ପାଇଁ ଜାରି ରହିଥିବା ବ୍ୟାପକ ଅଭିଯାନ ଉପରେ ଆଲୋକପାତ କରି ଏହାକୁ ପ୍ରଚାରପ୍ରସାର କରିବା ଲାଗି ସେ ଗଣମାଧ୍ୟମ, ରେଳବାଇ ଜୋନାଲ ଓ ଡିଭିଜନାଲ କାର୍ଯ୍ୟାଳୟର ଜନସମ୍ପର୍କ ବିଭାଗକୁ ଅନୁରୋଧ କରିଥିଲେ। ସେ କହିଥିଲେ, ବାସ୍ତବତା ହେଉଛି ଯେ ଆଜି ଅପରାହ୍ଣ 3ଟା ସୁଦ୍ଧା, ଗୁରୁତ୍ୱପୂର୍ଣ୍ଣ ପ୍ରୟାଗରାଜ ଜଙ୍କସନ ସମେତ 8ଟି ଷ୍ଟେସନରୁ 201ରୁ ଅଧିକ ସ୍ୱତନ୍ତ୍ର ଏବଂ ନିୟମିତ ଟ୍ରେନ୍ 9ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ବାହାରି ସାରିଥିଲା।

ଏହାପୂର୍ବରୁ, ସିଆରବି ଏବଂ ସିଇଓ ଶ୍ରୀ ସତୀଶ କୁମାର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନର ୱାର ରୁମରେ ପ୍ରୟାଗରାଜ ଅଞ୍ଚଳରେ ରେଳ ସେବାର ସୁଚାରୁ ରୂପେ କାର୍ଯ୍ୟ କରିବା ବିଷୟରେ ସୂଚନା ଦେଇଥିଲେ। ସେଠାରେ ସମସ୍ତ ରେଳ ଷ୍ଟେସନରୁ ସିସିଟିଭି କ୍ୟାମେରା ଫୁଟେଜ୍ ଗ୍ରହଣ କରାଯାଇଥିବା ଦେଖାଇଥିଲେ। ଉଭୟ ବର୍ତ୍ତମାନର ଭିଡ଼ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ମାଘୀ ପୂର୍ଣ୍ଣିମାରେ ପରବର୍ତ୍ତୀ ଅମୃତ ସ୍ନାନ ପୂର୍ବରୁ ରେଳବାଇର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ପରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାଗରାଜ ଜଙ୍କସନରେ ସେବା ପ୍ରଭାବିତ ହେବା ସମ୍ବନ୍ଧରେ ଅସତ୍ୟ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଯେଉଁ 8ଟି ରେଳ ଷ୍ଟେସନରେ ମହାକୁମ୍ଭ ଲୋଗୋ ଲାଗିଥିବା ରଙ୍ଗୀନ ଟ୍ରେନଗୁଡ଼ିକ ଦିନରାତି ଚାଲୁଛି ସେଠାରେ ପ୍ରକୃତ ତଥ୍ୟ ଯାଞ୍ଚ କରାଯାଇପାରିବ । ଭାରତୀୟ ରେଳବାଇ ଦ୍ୱାରା ସାଧାରଣ ଦିନରେ 330ଟି ଟ୍ରେନ୍ ଚଳାଇବା ଭାରତର ଜନସାଧାରଣଙ୍କ ପ୍ରତି ଏହାର ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଗତ ମାସ ମୌନି ଅମାବାସ୍ୟା ସମୟରେ ଭିଡ଼ ରେକର୍ଡ ଟପିଥିବା ସମୟରେ ୩୬୦ଟି ଟ୍ରେନ ଚଳାଚଳ କରାଯିବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ସଦ୍ୟତମ ସୂଚନା ପାଇବା ଏବଂ ବିଭ୍ରାନ୍ତିକର ସୂଚନା ଏଡ଼ାଇବା ପାଇଁ ରେଳର ସରକାରୀ ଉତ୍ସକୁ ଯାଞ୍ଚ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ମହାକୁମ୍ଭ 2025: ପ୍ରୟାଗରାଜର ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାକୁମ୍ଭ 2025: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ଏକ ମେସିନ ବୋଟରେ ଯାଇ ଏହି ବୁଡ ପକାଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସଙ୍ଗମରେ ବୁଡ଼ ପକାଇବାରେ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି।

ଆଜି ରାଷ୍ଟ୍ରପତି ପ୍ରୟାଗରାଜରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ସଙ୍ଗମ ସ୍ଥଳରେ ପହଞ୍ଚିଥିଲେ। ସଙ୍ଗମ ହେଉଛି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀଙ୍କର ସଙ୍ଗମ ସ୍ଥଳ। ଏହା ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ବହନ କରେ।

ଚଳିତ ମହାକୁମ୍ଭ ଉତ୍ସବ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବଡବଡ ନେତା ଏଠାରେ ବୁଡ଼ ପକାଇ ସାରିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପୂର୍ବ କୁମ୍ଭ ସମୟରେ ସଙ୍ଗମରେ ବୁଡ଼ ପକାଇଥିଲେ। ତାଙ୍କ ଗସ୍ତ ସମୟରେ, ସେ ସଙ୍ଗମ କୂଳରେ ରହିଥିଲେ ଏବଂ ସେଠାରୁ ମେଳା ଦେଖିଥିଲେ। ସେହି ସ୍ଥାନ ବର୍ତ୍ତମାନ ‘ରାଷ୍ଟ୍ରପତିଙ୍କ ଦର୍ଶନ’ ଭାବରେ ଜଣାଶୁଣା।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ-୨୦୨୫: ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ନାଫେଡ୍‍ (ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍) ମାଧ୍ୟମରେ ରିହାତି ଦରରେ ଅଟା, ଡାଲି, ଚାଉଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉଛି। ପୁଣି ଏଥିଲାଗି ଶ୍ରଦ୍ଧାଳୁଙ୍କୁ ଦୋକାନକୁ ଯିବାକୁ ପଡ଼ୁନାହିଁ ନାହିଁ ବରଂ, ଦୋକାନ ସ୍ୱୟଂ ତାଙ୍କ ପାଖକୁ ଆସି ରାସନ ଯୋଗାଉଛି। ଶ୍ରଦ୍ଧାଳୁ ହ୍ୱାଟ୍ସଆପ୍ କିମ୍ବା କଲ୍ ମାଧ୍ୟମରେ ମଧ୍ୟ ରାସନ୍ ଅର୍ଡର କରିପାରୁଛନ୍ତି। ଏ ଭିତରେ ୧୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ରାସନ୍ ବଣ୍ଟନ କରାଯାଇସାରିଛି, ଏବଂ ସମଗ୍ର ମହାକୁମ୍ଭ ସହର ଏବଂ ପ୍ରୟାଗରାଜରେ ୨୦ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ବଣ୍ଟନ ଜାରି ରହିଛି ବୋଲି ସମବାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଶ୍ରମ ଏବଂ ଭକ୍ତଙ୍କ ପାଇଁ ସୁଲଭ ରାସନ ଯୋଗାଇବାକୁ ମୋବାଇଲ୍ ଭ୍ୟାନ

ମହାକୁମ୍ଭରେ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁ ଯେପରି ଖାଦ୍ୟ ଅଭାବର ସମ୍ମୁଖୀନ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ରାସନ ବିତରଣ କରାଯାଉଛି। ନାଫେଡ୍‌ର ରାଜ୍ୟ ମୁଖ୍ୟ ରୋହିତ ଜୈନ କହିଛନ୍ତି, କୌଣସି ଭକ୍ତଙ୍କୁ ଖାଦ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ଏହି ସ୍ୱତନ୍ତ୍ର ଯୋଜନା ସମବାୟ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ସମୟରେ ସେମାନଙ୍କର ଖାଦ୍ୟ ଉପଲ୍ବଧ ନିଶ୍ଚିତ କରିବା ପାଇଁ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଦୀପକ ଅଗ୍ରୱାଲ ବ୍ୟକ୍ତିଗତ ଭାବରେ ସମଗ୍ର କାର୍ଯ୍ୟର ତଦାରଖ କରୁଛନ୍ତି।

ମହାକୁମ୍ଭରେ ଉପସ୍ଥିତ ଭକ୍ତମାନେ ୭୨୭୫୭ ୮୧୮୧୦ ନମ୍ବରକୁ କଲ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ରାସନ ପାଇଁ ଅର୍ଡର ଦେଇପାରିବାର ବ୍ୟବସ୍ଥା ହୋଇଛି। ସବସିଡିଯୁକ୍ତ ରାସନରେ ୧୦ କିଲୋ ପ୍ୟାକେଟ ବିଶିଷ୍ଟ ଅଟା ଏବଂ ଚାଉଳ ଅନ୍ତର୍ଭୁକ୍ତ ରହିଛି। ଏହାସହ ମୁଗ, ମସୁର ଏବଂ ଚଣା ଡାଲି ୧ କିଲୋ ପ୍ୟାକେଟରେ ବଣ୍ଟନ କରାଯାଉଛି। ହିତାଧିକାରୀଙ୍କଠାରୁ ଅର୍ଡର ପାଇବା ମାତ୍ରେ, ସମ୍ପୃକ୍ତ ଆଶ୍ରମ ଏବଂ ତପସ୍ୱୀମାନଙ୍କୁ ମୋବାଇଲ୍ ଭ୍ୟାନ ମାଧ୍ୟମରେ  ତୁରନ୍ତ ରାସନ ବିତରଣ କରାଯାଉଛି।

ଏ ପର୍ଯ୍ୟନ୍ତ ୭୦୦ ମେଟ୍ରିକ୍ ଟନ୍ ଗହମ ଅଟା, ୩୫୦ ମେଟ୍ରିକ୍ ଟନ୍ ଡାଲି (ମୁଗ, ମସୁର ଏବଂ ଚଣା ଡାଲ), ଏବଂ ୧୦ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରାଯାଇଛି। ନାଫେଡ୍ ର ଉତ୍ପାଦ ଏବଂ ‘ଭାରତ ବ୍ରାଣ୍ଡ’ ଶସ୍ୟ ଭକ୍ତମାନଙ୍କ ମଧ୍ୟରେ ଶୀଘ୍ର ଲୋକପ୍ରିୟତା ହାସଲ କରୁଛି।

ଏହି ଯୋଜନା ମାଧ୍ୟମରେ, ସରକାର ମହାକୁମ୍ଭରେ ଯୋଗ ଦେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ କେବଳ ଉଚ୍ଚମାନର ରାସନ୍ ଯୋଗାଇ ଦେଉଛନ୍ତି ତାହା ନୁହେଁ ବରଂ ପ୍ରକ୍ରିୟାକୁ ସୁବିଧାଜନକ ଏବଂ ସୁଲଭ ମଧ୍ୟ କରିଛନ୍ତି। ମୋବାଇଲ୍ ଭ୍ୟାନ ଏବଂ ଅନ-କଲ୍ ସୁବିଧା ଏହି ସେବାକୁ ଆହୁରି ପ୍ରଭାବଶାଳୀ କରିଛି। ଏହି ସୁବିଧା ମହାକୁମ୍ଭ ୨୦୨୫ ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏକ ସୁଗମ ଏବଂ ସ୍ମରଣୀୟ ଅଭିଜ୍ଞତା ହୋଇ ରହିବ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ପ୍ରୟାଗରାଜରେ ୧୬ରୁ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

ପରିବେଶ ସଂରକ୍ଷଣ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ପ୍ରକୃତି ପ୍ରେମୀ, ପକ୍ଷୀବିଜ୍ଞାନୀ ଏବଂ ଭକ୍ତମାନଙ୍କୁ ବିରଳ ପକ୍ଷୀ ପ୍ରଜାତିଗୁଡ଼ିକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କର ସଂରକ୍ଷଣର ଗୁରୁତ୍ୱ ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଏହି ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବରେ  ଆଗନ୍ତୁକମାନେ ପକ୍ଷୀ ସଂରକ୍ଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ। ଅର୍ଥାତ୍‍ ଏଠାରେ କେବଳ ପକ୍ଷୀମାନଙ୍କ ସମାଗମକୁ ଉପଭୋଗ କରିବେ ନାହିଁ ବରଂ    ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ମାଧ୍ୟମରେ ପରସ୍ପର ସହ ଭାବ ଆଦାନପ୍ରଦାନ କରିପାରିବେ। ଏଥିଲାଗି  ମହୋତ୍ସବରେ ଫଟୋଗ୍ରାଫି, ଚିତ୍ରକଳା, ସ୍ଲୋଗାନ ଲିଖନ, ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତା ପ୍ରଭୃତି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ, ଜାତୀୟ ଏବଂ ଆନ୍ତର୍ଜାତିକ ପକ୍ଷୀବିଜ୍ଞାନୀ, ପରିବେଶବିତ୍ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ ବୈଷୟିକ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ଏ ବିଷୟରେ ଅଧିକ ସୂଚନା ଦେଇ ବନ ବିଭାଗର ଆଇଟି ମୁଖ୍ୟ ଆଲୋକ କୁମାର ପାଣ୍ଡେ କହିଛନ୍ତି, ଲୋକମାନେ ମହୋତ୍ସବ ବିଷୟରେ ଅଧିକ ବିବରଣୀ ପାଇଁ ହ୍ୱାଟ୍ସଆପ୍ ନମ୍ବର ୯୩୧୯୨୭୭୦୦୪ରେ ଯୋଗାଯୋଗ କରିପାରିବେ। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବପିଢ଼ି, ପ୍ରକୃତି ପ୍ରେମୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ପକ୍ଷୀ ସଂରକ୍ଷଣ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷାକୁ ଧ୍ୟାନ ଦେବା ପାଇଁ ପ୍ରେରଣା ପ୍ରଦାନ କରିବା। ସରକାର ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ୧୦ ହଜାର ଟଙ୍କାରୁ  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟ ୨୧ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଫଳରେ ଏହି କାର୍ଯ୍ୟକ୍ରମ ଆହୁରି ଆକର୍ଷଣୀୟ ହେବ ।

ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ ସମୟରେ, ଭକ୍ତମାନେ ବିଲୁପ୍ତପ୍ରାୟ ଭାରତୀୟ ସ୍କିମର, ଫ୍ଲେମିଙ୍ଗୋ ଏବଂ ସାଇବେରିଆନ୍ କ୍ରେନ୍ ଭଳି ବିରଳ ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମ ପରିଦର୍ଶକମାନଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜୈବ ବିବିଧତାର ଗୁରୁତ୍ୱ ବୁଝିବାର ସୁଯୋଗ ମଧ୍ୟ ପ୍ରଦାନ କରିବ। ଏବେ ସାଇବେରିଆ, ମଙ୍ଗୋଲିଆ ଏବଂ ଆଫଗାନିସ୍ତାନ ସମେତ ୧୦ରୁ ଅଧିକ ଦେଶରୁ ହଜାର ହଜାର ପ୍ରବାସୀ ପକ୍ଷୀ ପ୍ରୟାଗରାଜର ଗଙ୍ଗା-ଯମୁନା କୂଳରେ ପହଞ୍ଚିଛନ୍ତି, ସେମାନଙ୍କର ଅନନ୍ୟ ଉଡ଼ାଣ ଏବଂ ଗୋଷ୍ଠୀ ପ୍ରବାସ ଢାଞ୍ଚାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛନ୍ତି।

ପ୍ରୟାଗରାଜ ଡିଏଫଓ ଅରବିନ୍ଦ କୁମାର ଯାଦବ ଏ ବିଷୟରେ କହିଛନ୍ତି , ଏହି ମହୋତ୍ସବ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ପରିବେଶ ସନ୍ତୁଳନ ଏବଂ ଜୈବ ବିବିଧତା ସଂରକ୍ଷଣ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପକ୍ଷୀ ସଂରକ୍ଷଣ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବା ସହ ଏପରି କାର୍ଯ୍ୟକ୍ରମ ଲୋକମାନଙ୍କୁ ପ୍ରକୃତି ପ୍ରତି ସଚେତନ କରିବାରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପ୍ରୟାଗରାଜ ମେଳା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଭକ୍ତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିବେଶ ପର୍ଯ୍ୟଟନ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସେମାନେ ପକ୍ଷୀଙ୍କୁ ଖୁବ ନିକଟରୁ ଦେଖିବାର ଅନୁଭବ ପାଇବା  ସହ ପ୍ରାକୃତିକ ବାସସ୍ଥାନର ଗୁରୁତ୍ୱ ବିଷୟରେ ଜାଣିପାରିବେ। ବିଶେଷଜ୍ଞଙ୍କ ସହିତ ପକ୍ଷୀ ପଦଯାତ୍ରା ଏବଂ ପ୍ରକୃତି ପଦଯାତ୍ରା ମାଧ୍ୟମରେ, ଭକ୍ତମାନେ ପକ୍ଷୀମାନଙ୍କର ଆଚରଣ, ପ୍ରବାସ ଯାତ୍ରା ଏବଂ ପରିବେଶରେ ସେମାନଙ୍କର ଭୂମିକାକୁ ମଧ୍ୟ ବୁଝିବାର ସୁଯୋଗ ପାଇବେ।

ଏହା ବ୍ୟତୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, କଳା ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମହାକୁମ୍ଭ ସମୟରେ ପକ୍ଷୀ ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ବିଷୟରେ ସଚେତନତା ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ କେବଳ ଭକ୍ତମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଉତ୍ସାହିତ କରିବ। ପକ୍ଷୀ ପ୍ରେମୀ, ଗବେଷକ, ବୈଜ୍ଞାନିକ ଏବଂ ଛାତ୍ରମାନେ ଅନ୍ତର୍ଜାତୀୟ ପକ୍ଷୀ ମହୋତ୍ସବରେ ପକ୍ଷୀବିଜ୍ଞାନ ଏବଂ ସଂରକ୍ଷଣ ବିଷୟରେ ନୂତନ ଜ୍ଞାନ ହାସଲ କରିବେ। ବିଭିନ୍ନ ଅଧିବେଶନରେ ପକ୍ଷୀ ସ୍ଥାନାନ୍ତର, ବାସସ୍ଥାନ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ସେମାନଙ୍କ ବଞ୍ଚିବା ବିଷୟରେ ବୈଜ୍ଞାନିକ ତଥ୍ୟ ଉପରେ ଆଲୋଚନା କରାଯିବ।

ଏହି ମହୋତ୍ସବ ଭାରତ ଏବଂ ଆନ୍ତର୍ଜାତୀୟ ସ୍ତରରେ ଜୈବ ବିବିଧତା ଏବଂ ପରିବେଶଗତ ସ୍ଥାୟୀତ୍ୱ ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେବ। ପକ୍ଷୀ ସଂରକ୍ଷଣ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସେମାନଙ୍କୁ ପ୍ରକୃତି ସହିତ ସଂଯୋଗ ସ୍ଥାପନ ତଥା ସେମାନଙ୍କ ପ୍ରତି ନିଜର ଦାୟିତ୍ୱ ବୁଝିବା ଲାଗି ସୁଯୋଗ ପ୍ରଦାନ କରିବ। ମହାକୁମ୍ଭ ୨୦୨୫  ସମୟରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ ଭାରତୀୟ ସଂସ୍କୃତି, ପ୍ରକୃତି ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ଏକ ଅନନ୍ୟ ମିଶ୍ରଣ ହେବ। ଏହା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ପ୍ରାକୃତିକ ସମ୍ପତ୍ତିର ଗୁରୁତ୍ୱ ବୁଝିବା, ଜୈବବିବିଧତାକୁ ରକ୍ଷା କରିବା ଏବଂ ପରିପୂରକ ବିକାଶକୁ ପ୍ରେରିତକରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ  କରିବ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ପ୍ରୟାଗରାଜ ମେଳାରେ ମିଡିଆ ସେଣ୍ଟରରେ ସାମ୍ବାଦିକଙ୍କ ସହିତ ଆଲୋଚନା କଲେ ଡିଜି

ନୂଆଦିଲ୍ଲୀ: ଆକାଶବାଣୀର ମହାନିର୍ଦ୍ଦେଶକ ଡ. ପ୍ରଜ୍ଞା ପାଲିଓ୍ଵାଲ ଗୌର ପ୍ରୟାଗରାଜର ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ‘ଜନଭାଗିଦାରୀ ସେ ଜନକଲ୍ୟାଣ’ ଶୀର୍ଷକ ମଲ୍ଟିମିଡିଆ ପ୍ରଦର୍ଶନୀର ସମୀକ୍ଷା କରିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ କାର୍ଯ୍ୟକ୍ରମ, ନୀତି, ଯୋଜନା ଓ ଉପଲବ୍ଧିକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି।

ଡିଜି ଏହି ଡିଜିଟାଲ ଫଟୋ ପ୍ରଦର୍ଶନୀକୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୂଚନାପ୍ରଦ ବୋଲି କହିଛନ୍ତି କାରଣ ଏହା କେନ୍ଦ୍ର ସରକାରଙ୍କ ଲାଭଦାୟକ ଯୋଜନାଗୁଡ଼ିକୁ ପ୍ରଦର୍ଶିତ କରେ। ଏହାବ୍ୟତୀତ ଏଥିରେ ମହାକୁମ୍ଭର ମହତ୍ତ୍ୱ ଏବଂ ଏହାର ଐତିହାସିକ ଗୁରୁତ୍ବକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ଦର୍ଶାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଦର୍ଶନୀକୁ ଆସିଥିବା ପର୍ଯ୍ୟଟକମାନେ ପୁରାଣ ଓ ଆଧୁନିକତାର ଏକ ଆକର୍ଷଣୀୟ ମିଶ୍ରଣର ଅନୁଭବ କରିଥିଲେ। ଏହି ଗସ୍ତ ସମୟରେ ଡକ୍ଟର ଗୌର ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନା, ଏମଆଇବିର ପ୍ରକାଶନ ବିଭାଗ ଏବଂ ଏନଡିଆରଏଫ ସମ୍ପର୍କିତ ଷ୍ଟଲର ସମୀକ୍ଷା କରିଥିଲେ।

ଏହା ପୂର୍ବରୁ ଡିଜି ସେକ୍ଟର-୪ ସ୍ଥିତ ଅସ୍ଥାୟୀ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଥିଲେ। ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଖବର ବୁଲେଟିନ୍ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାକୁମ୍ଭରେ ଶ୍ରୋତାଙ୍କୁ ମିନିଟ୍ ଟୁ ମିନିଟ୍ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଆକାଶବାଣୀର ସ୍ୱତନ୍ତ୍ର ଏଫ୍ଏମ୍ ଚ୍ୟାନେଲ୍ ‘କୁମ୍ଭବାଣୀ’ (ଏଫ୍ଏମ୍ ୧୦୩.୫ ମେଗାହର୍ଜ) ମହାକୁମ୍ଭ ସମ୍ବନ୍ଧୀୟ ସୂଚନା ଆଦାନ ପ୍ରଦାନ ପାଇଁ ବ୍ୟବହୃତ ହେଉଥିଲା। ଏହାବ୍ୟତୀତ ଏଫଏମ ରେଡିଓ ପ୍ରସାରଣକୁ ମହାକୁମ୍ଭରେ ପବ୍ଲିକ ଆଡ୍ରେସ ସିଷ୍ଟମ ସହ ସଂଯୋଗ କରାଯିବା ଦ୍ବାରା ଶ୍ରଦ୍ଧାଳୁମାନେ ଉପକୃତ ହୋଇଥିଲେ।

ଡ. ଗୌର ମେଳା ଅଞ୍ଚଳରେ ଥିବା ମିଡିଆ ସେଣ୍ଟର ପରିଦର୍ଶନ କରିବା ସହ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ସୁବିଧାର ସମୀକ୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ତ୍ରିବେଣୀ ସଙ୍ଗମରେ ଏପର୍ଯ୍ୟନ୍ତ ପବିତ୍ର ସ୍ନାନ କଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ 

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଗତକାଲି ସୁଦ୍ଧା ସମୁଦାୟ ସଂଖ୍ୟା ୪୦ କୋଟି ଟପିଛି। ଆଉ ୧୯ ଦିନ ବାକି ଥିବା ବେଳେ ସ୍ନାନକାରୀଙ୍କ ସଂଖ୍ୟା ୫୦ କୋଟି ଟପି ପାରେ ବୋଲି ଅନୁମାନ କରାଯାଉଛି।

ମହାକୁମ୍ଭରେ ପ୍ରତିଫଳିତ ହେଲା ବିବିଧ ସଂସ୍କୃତି

ତିନୋଟି ଅମୃତ ସ୍ନାନ (ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀ) ପରେ ମଧ୍ୟ ଭକ୍ତଙ୍କ ଉତ୍ସାହ କମିନାହିଁ। ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ସାରା ଭାରତ ଓ ବିଶ୍ୱରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି । ଏଥିରେ ୧୦ ନିୟୁତ କଳ୍ପବାସୀଙ୍କ ସହ ବିଶ୍ୱର ଶ୍ରଦ୍ଧାଳୁ ଓ ସାଧୁ ମାନେ ମଧ୍ୟ ସାମିଲ ଅଛନ୍ତି ।

ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ମୌନି ଅମାବାସ୍ୟାରେ ସର୍ବାଧିକ ୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ମକର ସଂକ୍ରାନ୍ତିରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଉଭୟ ଜାନୁଆରୀ ୩୦ ଓ ଫେବ୍ରୁଆରି ୧ ରେ ୨ କୋଟିରୁ ଅଧିକ ଲୋକ ଆସିଥିବା ବେଳେ ପୌଷ ପୂର୍ଣ୍ଣିମାରେ ୧.୭ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ। ଏହାବ୍ୟତୀତ ବସନ୍ତ ପଞ୍ଚମୀରେ ଏବେ ଅଢ଼େଇ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀରେ ସ୍ନାନ କରିଛନ୍ତି।

ଏପର୍ଯ୍ୟନ୍ତ ପବିତ୍ର ସ୍ନାନ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (ୟୁପି କ୍ୟାବିନେଟ ମନ୍ତ୍ରୀଙ୍କ ସହ) ଏବଂ ଅନ୍ୟ ପ୍ରମୁଖ ନେତାମାନେ ସଙ୍ଗମରେ ସ୍ନାନ କରି ସାରିଛନ୍ତି । ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଫେବ୍ରୁଆରି ୧୦ ତାରିଖରେ ସଙ୍ଗମରେ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନୟାବ ସିଂ ସାଇନି, ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ବିରେନ ସିଂ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଶ୍ରୀପଦ ନାଏକଙ୍କ ସମେତ ଡ. ସୁଧାଂଶୁ ତ୍ରିବେଦୀ, ଶ୍ରୀମତୀ ସୁଧା ମୂର୍ତ୍ତି, ଶ୍ରୀ ରବି କିଶନଙ୍କ ଭଳି ସାଂସଦ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଅଲିମ୍ପିକ୍ସ ପଦକ ବିଜେତା ସାଇନା ନେହୱାଲ, ପ୍ରସିଦ୍ଧ କବି କୁମାର ବିଶ୍ୱାସ, କ୍ରିକେଟର ସୁରେଶ ରାଇନା, ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଖଲି, କୋରିଓଗ୍ରାଫର ରେମୋ ଡିସୁଜା ମଧ୍ୟ ଏହି ପବିତ୍ର ସ୍ନାନରେ ସାମିଲ୍ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ୨୩୩ ଜଳ ଏଟିଏମ୍ ଜରିଆରେ ୪୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଦିନ ରାତି ବିଶୁଦ୍ଧ ଜଳ ଯୋଗାଣ

ଦେଶ ବିଦେଶର କୋଣ ଅନୁକୋଣରୁ ପ୍ରୟାଗରାଜର ମହାକୁମ୍ଭ ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଳା ଅଞ୍ଚଳରେ ମୋଟ ୨୩ଟି ଜଳ ଏଟିଏମ୍ ସ୍ଥାପନ କରାଯାଇଛି, ଯାହାକି ନିରବଚ୍ଛିନ୍ନ ଭାବେ ଦିନ ରାତି ୨୪ ଘଣ୍ଟା କାମ କରିବ। ଏହି ଜଳ ଏଟିଏମ୍ ଜରିଆରେ ତୀର୍ଥଯାତ୍ରୀମାନେ ପ୍ରତିଦିନ ଆରଓ ର   (ରିଭର୍ସ ଅସମୋସିସ୍) ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ଜାନୁଆରୀ ୨୧, ୨୦୨୫ ଓ ଫେବ୍ରୁଆରୀ ୧, ୨୦୨୫ ମଧ୍ୟରେ ଏହି ଜଳ ଏଟିଏମରୁ ୪୦ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହୋଇଛନ୍ତି।

ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏହି ଜଳ ଏଟିଏମ୍ ଜରିଆରେ ମାଗଣା ଜଳ ବଣ୍ଟନକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ପ୍ରଥମେ ଏହି ପାନୀୟ ଜଳ ଲିଟର ପିଛା ୧ ଟଙ୍କାରେ ମିଳୁଥିଲା। ତୀର୍ଥଯାତ୍ରୀମାନଙ୍କୁ ମୁଦ୍ରା ଭର୍ତ୍ତି କରିବାକୁ ପଡୁଥିଲା ନ ହେଲେ ୟୁପିଆଇ ସ୍କାନିଂ କରି ସେମାନେ ପାନୀୟ ଜଳ ପାଇପାରୁଥିଲେ। ତେବେ ବର୍ତ୍ତମାନ ଏହାକୁ ପୁରାପୁରି ମାଗଣା କରି ଦିଆଯାଇଛି ଯାହା ଦ୍ୱାରା କି ତୀର୍ଥଯାତ୍ରୀମାନେ ବିନା କୌଣସି ପ୍ରତିବନ୍ଧକରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ପ୍ରତ୍ୟେକ ଏଟିଏମ୍ ରେ ଜଣେ ଲେଖାଏଁ ଅପରେଟର୍ ଉପସ୍ଥିତ ରହିଥାନ୍ତି। ତୀର୍ଥଯାତ୍ରୀମାନେ ବଟନ୍ ଚିପିବା ମାତ୍ରେ ଯେମିତି ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ପାଇବେ, ସେଥିପ୍ରତି ଧ୍ୟାନ ଦିଅନ୍ତି ଏହି ଅପରେଟର୍। ଏହା ଦ୍ୱାରା ତୀର୍ଥଯାତ୍ରୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ବିଶୁଦ୍ଧ ପାନୀୟ ଜଳ ପାଆନ୍ତି ଏବଂ ଏହିପରି ଭାବେ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଣ ହୋଇଥାଏ।

ମହାକୁମ୍ଭରେ ଲଗାଯାଇଥିବା ପାଣି ଏଟିମ୍ ରେ ଅତ୍ୟାଧୁନିକ ଟେକ୍ନୋଲଜି ଅଛି ଯାହା ଦ୍ୱାରା କି ଏହି ପାଣି ଏଟିଏମ୍ ସ୍ୱୟଂକ୍ରିୟ ଭାବେ ଓ ସୁରୁଖୁରୁରେ କାମ କରିଥାଏ। ଏହି ମେସିନରେ ସେନସର୍ ଆଧାରିତ ଏକ ମନିଟରିଂ ବ୍ୟବସ୍ଥା ଲାଗିଛି। କୌଣସି ବୈଷୟିକ ତ୍ରୁଟି ଦେଖା ଦେଲେ, ଏହା ତୁରନ୍ତ ତାକୁ ଚିହ୍ନଟ କରିଥାଏ। କୌଣସି ବୈଷୟିକ ତ୍ରୁଟି ହେଲେ ଜଳ ନିଗମର ଟେକ୍ନିସିଆନମାନେ ତୁରନ୍ତ ତାକୁ ମରାମତି କରି ଦିଅନ୍ତି। ଏହା ଦ୍ୱାରା ତୀର୍ଥଯାତ୍ରୀଙ୍କୁ ଲଗାତର ଭାବେ ବିଶୁଦ୍ଧ ପିଇବା ପାଣି ମିଳିଥାଏ। ମହାକୁମ୍ଭରେ ଏତେ ସଂଖ୍ୟକ ତୀର୍ଥଯାତ୍ରୀ ଆସୁଥିବାରୁ ପ୍ରତ୍ୟେକ ପାଣି ଏଟିଏମ୍ ପ୍ରତିଦିନ ୧୨୦୦୦ରୁ ୧୫୦୦୦ ଲିଟର ବିଶୁଦ୍ଧ ଆରଓ ପାଣି ପ୍ରଦାନ କରିଥାନ୍ତି। ସବୁ ପାଣି ଏଟିଏମରେ ସିମ୍ ଆଧାରିତ ଟେକ୍ନୋଲଜି ଲାଗିଛି। ଫଳରେ ଏହି ପାଣି ଏଟିମ୍ ଗୁଡ଼ିକ ପ୍ରଶାସନର କେନ୍ଦ୍ରୀୟ ନେଟଓ୍ୱର୍କ ସହିତ ସଂଯୁକ୍ତ ରହିଥାଏ।

ଏହି ଟେକ୍ନୋଲଜିରୁ ନିରବଚ୍ଛିନ୍ନ ଭାବେ ଜାଣିହୁଏ ମୋଟ କେତେ ପାଣି ବ୍ୟବହାର କରାଯାଉଛି, କେତେ ପାଣି ଅଛି, ପାଣିର ମାନ କେମିତି ଅଛି ଓ କେତେ ପାଣି ବଣ୍ଟନ ହୋଇଛି। ଯେତେବେଳେ ବି ଜଣେ ତୀର୍ଥଯାତ୍ରୀ ପାଣି ଏଟିଏମ୍ ବ୍ୟବହାର କରନ୍ତି, ଥରକରେ ଗୋଟିଏ ଲିଟର୍ ପାଣି ବାହାରିଥାଏ। ସ୍ପାଉଟ ତଳେ ରଖାଯାଇଥିବା ବୋତଲରେ ଏହି ପାଣି ଭର୍ତ୍ତି ହୋଇଥାଏ। ପୂର୍ବର କୁମ୍ଭମେଳାଗୁଡ଼ିକରେ ପ୍ଲାଷ୍ଟିକ ପାଣି ବୋତଲ ଓ ଅନ୍ୟାନ୍ୟ ଆବର୍ଜନା ଯୋଗୁଁ  ସଂଗମରେ ଓ ବିଭିନ୍ନ ଘାଟରେ ବହୁତ ପ୍ରଦୂଷଣ ହେଉଥିଲା। ଏଥର ପ୍ରଶାସନ କେବଳ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇନାହିଁ, ବରଂ ପରିବେଶର ସୁରକ୍ଷା ଉପରେ ମଧ୍ୟ ଫୋକସ୍ କରିଛି।

ମହାକୁମ୍ଭ ସରିବା ପର୍ଯ୍ୟନ୍ତ ଏହି ପାଣି ଏଟିଏମଗୁଡ଼ିକ ଯେମିତି ନିରବଚ୍ଛିନ୍ନ ଭାବେ କାମ କରନ୍ତି, ସେଥିପ୍ରତି ମହାକୁମ୍ଭ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛି। ପାଣି ଏଟିଏମ୍ ରେ ଯଦି କୌଣସି ସମସ୍ୟା ହୁଏ, ତାର ସମାଧାନ କରିବାକୁ ଓ ନିୟମିତ ପାଇଁ ମନିଟରିଂ କରିବାକୁ ଗଠନ କରାଯାଇଛି ସ୍ୱତନ୍ତ୍ର ଟେକ୍ନିସିଆନ୍। ଆଗାମୀ କୁମ୍ଭ ଓ ଅନ୍ୟ ଧାର୍ମିକ ସମାବେଶରେ ତୀର୍ଥଯାତ୍ରୀମାନେ ଯେମିତି ସହଜରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ସେଥିପାଇଁ ଏପରି ବ୍ୟବସ୍ଥା କରିବାକୁ ପ୍ରଶାସନ ବିଚାର କରୁଛି। ଏହି ଜଳ ଏଟିଏମ୍ ଯୋଜନା ମହାକୁମ୍ଭ ୨୦୨୫କୁ ଆହୁରି ଅଧିକ ସୁରକ୍ଷିତ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିଛି। ଆଗାମୀ ଦିନର ଜନସମାଗମ ପାଇଁ ଏହା ସୃଷ୍ଟି କରିଛି ଐତିହାସିକ ଓ ଦୃଷ୍ଟାନ୍ତମୂଳକ ମାନଦଣ୍ଡ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ନ୍ୟାସନାଲ ବୁକ୍ ଟ୍ରଷ୍ଟ ପାଲଟିଛି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର

ନୂଆଦିଲ୍ଲୀ: ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି। ଏହା ସହିତ ଏଠାରେ ସାହିତ୍ୟ, ସଂସ୍କୃତି ଓ ଜ୍ଞାନକୁ ନେଇ ଅନେକ ପ୍ରଦର୍ଶନୀ ଆୟୋଜିତ ହୋଇଛି।ଶ୍ରଦ୍ଧାଳୁଙ୍କ ଜ୍ଞାନ ଅର୍ଜନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତରଫରୁ ମହାକୁମ୍ଭରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏହି ସବୁ ଆୟୋଜନ ଜରିଆରେ ଶ୍ରଦ୍ଧାଳୁମାନେ  କେବଳ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ସଂପର୍କରେ ଅବଗତ ହେବେ ତାହା ନୁହେଁ, ଆଧୁନିକ ଜ୍ଞାନକୌଶଳ ଜରିଆରେ ମଧ୍ୟ ଏମାନେ ଏହି ସବୁ ଯୋଜନା ସଂପର୍କରେ ଜାଣିପାରିବେ। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ଏକ ଅଭିନବ ପଦକ୍ଷେପ ନିଆଯାଇ ମେଳାରେ ଏକ ରିଡିଂ ଲାଉଞ୍ଜ  କରାଯାଇଛି। ଏଠାରେ ଶ୍ରଦ୍ଧାଳୁମାନେ ମାଗଣାରେ ବହି ପଢ଼ି ପାରିବେ ଓ ଜ୍ଞାନର ଏହି ମହାସାଗରର ସାରସ୍ୱତ ଆନନ୍ଦ ନେଇପାରିବେ।

ପ୍ରୟାଗରାଜର ପରେଡ୍ ଗ୍ରାଉଣ୍ଡ ସେକ୍ଟର ୧ ରେ ଥିବା ନମାମି ଗଙ୍ଗେ ପାଭେଲିୟନରେ ଏନବିଟିର ଏହି ରିଡିଂ ଲାଉଞ୍ଜ କରାଯାଇଛି। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ରିଡିଂ ଲାଉଞ୍ଜ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ଲାଉଞ୍ଜରେ ୬୧୯ ଟି ବହି ଅଛି। ଭାରତୀୟ ଦର୍ଶନ, ଭାରତୀୟ ସଂସ୍କୃତି ଓ କୁମ୍ଭ ମେଳା ଉପରେ ଏହି ସବୁ ବହି ଲେଖା ଯାଇଛି। ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦେଖି ଏଠାରେ ‘କୁମ୍ଭ କେ ମେଳେ  ମେଁ ମଙ୍ଗଳବାସୀ’, ‘ ଭାରତ ମେଁ କୁମ୍ଭ’ ଓ ‘ ଏ ଭିଜିଟ ଟୁ କୁମ୍ଭ’ ପରି ପୁସ୍ତକ ଉପଲବଧ କରାଯାଇଛି। ହିନ୍ଦୀ ଭାଷାକୁ ଛାଡ଼ି ଇଂରାଜୀ ଓ ଅନ୍ୟ ଭାଷାର ବହି ବି ଏଠାରେ ରହିଛି, ଯାହା ଦ୍ୱାରା ଅଣ-ହିନ୍ଦୀ ଶ୍ରଦ୍ଧାଳୁ ମଧ୍ୟ ଏହି ଲାଉଞ୍ଜରେ ବସି ପଢ଼ିପାରିବେ। ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଅଧୀନରେ ଯୁବ ଲେଖକମାନେ ଲେଖିଥିବା ବହି ଏଠାରେ ପ୍ରଦର୍ଶିତ କରାଯାଇଛି।

ଏନବିଟିର ମାର୍କେଟିଂ ଅଧିକାରୀ ଆଶିଷ ରାୟ କହିଛନ୍ତି,ଭାରତୀୟ ସଂସ୍କୃତି ସଂପର୍କରେ ଲେଖା ଯାଇଥିବା ବହିର ଅଧିକ ଚାହିଦା ରହିଛି କୁମ୍ଭମେଳାରେ। ଫଳରେ ଏହି ଲାଉଞ୍ଜରେ ସାଂସ୍କୃତିକ ସାହିତ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷ କରି ଗଙ୍ଗା ନଦୀ ଉପରେ ଲେଖାଯାଇଥିବା ବିଭିନ୍ନ ପୁସ୍ତକ ‘ଦି ଗଙ୍ଗା’, ‘ବେଦ କଳ୍ପତରୁ’ ଏବଂ ‘ପ୍ରାଚୀନ ତାମିଲ କିମ୍ୱଦନ୍ତୀ’ ପରି ପୁସ୍ତକକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରୁଛନ୍ତି। ଏହି ଲାଉଞ୍ଜର ଆଉ ଏକ ବିଶେଷତ୍ୱ ହେଲା-ଯଦି ଜଣେ ଶ୍ରଦ୍ଧାଳୁଙ୍କୁ କୌଣସି ବହି ପସନ୍ଦ ଲାଗିଲା ଓ ତାକୁ ସେ କିଣିବାକୁ ଚାହିଁଲେ, ସେହି ବହିରେ ୨୫ ପ୍ରତିଶତ ରିହାତି ମିଳିବ।

ମହାକୁମ୍ଭ ୨୦୨୫ ରେ ଏନବିଟି ମଧ୍ୟ ‘ଏନବିଟି ପୁସ୍ତକ ପରିକ୍ରମା’ (ମୋବାଇଲ ପୁସ୍ତକ ପ୍ରଦର୍ଶନୀ)ର ବ୍ୟବସ୍ଥା କରିଛି । ଏଥିରେ ରହିଛି ୧୧୫୦ଟି ବହି । ଗୋଟିଏ ମୋବାଇଲ୍ ପୁସ୍ତକ ପ୍ରଦର୍ଶନୀ କରାଯାଇଛି। କୁମ୍ଭ ମେଳାରେ ବୁଲିବା ସମୟରେ ଶ୍ରଦ୍ଧାଳୁମାନେ ଏହି ପୁସ୍ତକ ଦେଖିପାରିବେ ଓ ବହି କିଣିପାରିବେ । ଏହା ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜାତୀୟ ଇ ଲାଇବ୍ରେରୀ ସଂପର୍କରେ ସୂଚନା ପ୍ରଦାନ କରାଯାଉଛି। ଲୋକେ କେମିତି ନ୍ୟାସନାଲ ଇ-ଲାଇବ୍ରେରୀ ଆପ୍ କୁ ନିଜ ନିଜ ମୋବାଇଲରେ ଲୋଡ୍ କରିପାରିବେ ଓ କ୍ୟୁଆର୍ କୋଡ୍ ସ୍କାନ କରି ହଜାର ହଜାର ବହି ପଢ଼ି ପାରିବେ ସେ ସଂପର୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଉଛି।

ମେଳାର ଏହି ଏନବିଟି ରିଡିଂ ଲାଉଞ୍ଜ କେବଳ ଯେ ଶ୍ରଦ୍ଧାଳୁଙ୍କ ଜ୍ଞାନ ବର୍ଦ୍ଧନ କରୁଛି ତାହା ନୁହେଁ, ଏହା ମଧ୍ୟ ସାହିତ୍ୟ, ସଂସ୍କୃତି ଓ ଡିଜିଟାଲ ଜ୍ଞାନର ଏକ ସ୍ରୋତ ସୃଷ୍ଟି କରିଛି। ଏହା ଦ୍ୱାରା ଶ୍ରଦ୍ଧାଳୁମାନେ ଧାର୍ମିକ, ଆଧ୍ୟାତ୍ମିକ, ସମସାମୟିକ ସାହିତ୍ୟର ନିକଟତର ହୋଇପାରିଛନ୍ତି। ଏହା ଦ୍ୱାରା ମହାକୁମ୍ଭ କେବଳ ଏକ ଆସ୍ଥାର କେନ୍ଦ୍ର ବିନ୍ଦୁ ପାଲଟି ନାହିଁ, ବରଂ ଏହା ପାଲଟିଛି ଜ୍ଞାନ, ସଂସ୍କୃତି ଓ ସାହିତ୍ୟର ଅପୂର୍ବ ସଂଗମ।

Categories
ଜାତୀୟ ଖବର ବିଶେଷ ଖବର

ମହାକୁମ୍ଭ ୨୦୨୫: ବସନ୍ତ ପଞ୍ଚମୀରେ ହୋଇଥିବା ତୃତୀୟ ଅମୃତ ସ୍ନାନରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ବସନ୍ତ ପଞ୍ଚମୀ ଅବସରରେ ହୋଇଥିବା ତୃତୀୟ ଅମୃତ ସ୍ନାନ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। କୁମ୍ଭ ମେଳାରେ ଯେ କେବଳ ଆସ୍ଥା, ଭରସା ଓ ଭକ୍ତି ଦେଖିବାକୁ ମିଳିଥାଏ ତାହା ନୁହେଁ, ଏଠାରେ ନିରୁତା ଏକତା, ସମାନତା ଓ ସାଂସ୍କୃତିକ ବିବିଧତା ମଧ୍ୟ ଦେଖିବାକୁ ମିଳିଥାଏ।

ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବସନ୍ତ ପଞ୍ଚମୀରେ ସଂଧ୍ୟା ୬ଟା ସୁଦ୍ଧା ତ୍ରିବେଣୀ ସଂଗମରେ ମୋଟ ୨ କୋଟି ୩୩ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ‘ବସୁଧୈବ କୁଟୁମ୍ୱକମ୍’ ର ମନୋଭାବରେ ବାନ୍ଧି ହୋଇ ଏକଜୁଟ ହୋଇଥିବା ଭାରତ ତଥା ବିଦେଶର ଶ୍ରଦ୍ଧାଳୁମାନେ ଏହି ପବିତ୍ର ସ୍ନାନର ପରମ୍ପରାରେ ସାମିଲ ହୋଇଥିଲେ। ଦେଶର କୋଣ ଅନୁକୋଣରୁ ଆସିଥିବା ସାଧୁ ସନ୍ଥ, ଯୋଗୀ, ବିଜ୍ଞ ଓ ଭକ୍ତ ଏହି ପବିତ୍ର ଆଧ୍ୟାତ୍ମିକ ପରମ୍ପରାରେ ସାମିଲ ହୋଇଥିଲେ ଯାହା ଦ୍ୱାରା କି ମହାକୁମ୍ଭ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି।

ଏହି ପବିତ୍ର ତିଥିର ମାହ୍ୟତ୍ମ୍ୟ ହିଁ ଗତ ରାତିରୁ ହିଁ ଶ୍ରଦ୍ଧାଳୁଙ୍କୁ ସଂଗମ ସ୍ଥଳକୁ ଟାଣି ଆଣିଥିଲା। କୁମ୍ଭ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ନାବିକ ଓ ସରକାରଙ୍କ ସବୁ ବିଭାଗ ମିଳିମିଶି କାମ କରିଥିବାରୁ ନିରାପଦରେ ଓ ସୁରୁଖୁରୁରେ ସଫଳତାର ସହିତ ସଂପନ୍ନ ହୋଇଥିଲା ଏହି ଐତିହାସିକ ପରମ୍ପରା।

ବସନ୍ତ ପଞ୍ଚମୀର ତୃତୀୟ ଅମୃତ ସ୍ନାନକୁ ପରିଷ୍କାର ପରିଚ୍ଛନ୍ନ ରଖି ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସଫେଇର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୧୫୦୦୦ ସଫେଇ କର୍ମଚାରୀ ଓ ୨୫୦୦ରୁ ଅଧିକ ଗଙ୍ଗା ସେବା ଦୂତ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ସାଧୁ ସନ୍ୟାସୀ ଓ ଭକ୍ତମାନଙ୍କୁ ଯେମିତି ଭଲ ଲାଗିବ, ସେଥିପାଇଁ ବିଭିନ୍ନ ଆଖଡ଼ାକୁ ସଂଯୋଗ କରୁଥିବା ରାସ୍ତାକୁ ସ୍ୱତନ୍ତ୍ର ଭାବେ ସଫା ସୁତୁରା କରାଯାଇଥିଲା।

କୌଣସି ଜାଗା ଅପରିଷ୍କାର ହେଲେ, ତୁରନ୍ତ ସଫା କରିବା ପାଇଁ ଓ ଅଳିଆ ଆବର୍ଜନକୁ ସେଠାରୁ ହଟାଇବା ପାଇଁ ସେହି ଅଞ୍ଚଳରେ କ୍ୱିକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ମୁତୟନ ହୋଇଥିଲେ। ପାଣି ଛାଟିବାକୁ ଓ ସଂଗମରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ନାବିକ ଓ ଷ୍ଟିମର୍ ର ସାହାଯ୍ୟ ନିଆଯାଇଥିଲା।

ଅନ୍ତର୍ଜାତୀୟ ସ୍ତରରେ ଭାରତ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବାରେ ମହାକୁମ୍ଭ ୨୦୨୫ ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ଏହାର ଲୋକପ୍ରିୟତା ଓ ସାଂସ୍କୃତିକ ମହତ୍ତ୍ୱକୁ ସାରା ବିଶ୍ୱରେ ସ୍ୱୀକୃତି ମିଳିଛି। ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ସହିତ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରଥା ପରମ୍ପରାକୁ ଅନୁଭବ କରିଛନ୍ତି ବିଦେଶୀ ଶ୍ରଦ୍ଧାଳୁ। ସେମାନଙ୍କର ହୃଦୟକୁ ଛୁଇଁ ପାରିଛି ଭାରତର ସଂସ୍କୃତି ଓ ପରମ୍ପରା।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ସଂଗମରେ ପକାଇଲେ ପବିତ୍ର ବୁଡ଼

ନୂଆଦିଲ୍ଲୀ: ପବିତ୍ର ମୌନି ଅମାବାସ୍ୟାରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରୟାଗରାଜର ଶାଶ୍ୱତ ଓ ପବିତ୍ର ତ୍ରିବେଣୀ ସଂଗମରେ କୋଟି କୋଟି ଶ୍ରଦ୍ଧାଳୁ ଦ୍ୱିତୀୟ ଅମୃତ ସ୍ନାନ କରିଛନ୍ତି। ମହାକୁମ୍ଭ କେବଳ ଆସ୍ଥା, ବିଶ୍ୱାସ ଓ ଭକ୍ତିର ପ୍ରତୀକ ନୁହେଁ, ଏହା ମଧ୍ୟ ହେଉଛି ଏକତା, ସମାନତା ଓ ସାଂସ୍କୃତିକ ବିବିଧତାର ଅନନ୍ୟ ଉଦାହରଣ। ଭାରତୀୟଙ୍କ ସହିତ ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିଛନ୍ତି।

ସବୁବେଳେ ସାଧୁ, ନାଗା ସନ୍ୟାସୀ ଓ ଆଖଡ଼ାଗୁଡ଼ିକ ସଂଗମରେ ପ୍ରଥମେ ବୁଡ଼ ପକାଉଥିବା ବେଳେ ଏଥର ସେମାନେ ସେହି ପରମ୍ପରାକୁ ଭାଙ୍ଗିଥିଲେ। ପରିସ୍ଥିତିକୁ ଦେଖି ଆଖଡ଼ାଗୁଡ଼ିକ ବ୍ରହ୍ମ ମୁହୂର୍ତ୍ତ ସ୍ନାନକୁ ଘୁଞ୍ଚାଇ ଦେଇଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ବୁଡ଼ ପକାଇବାକୁ ଦେଇଥିଲେ। ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ରବୀନ୍ଦ୍ର ପୁରୀ କହିଛନ୍ତି, ପରିସ୍ଥିତିକୁ ଦେଖି ପ୍ରଥମେ ଅନ୍ୟ ଭକ୍ତମାନଙ୍କୁ ଅମୃତ ସ୍ନାନର ବୁଡ଼ ପକାଇବାର ଅନୁମତି ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରତୀକାତ୍ମକ ଭାବେ ଆଖଡ଼ାଗୁଡ଼ିକ ନିଜ ନିଜର ମହା ଅମୃତ ସ୍ନାନ ପରମ୍ପରା ପାଳନ କରିଥିଲେ।

ଭାରତର ତିନିଟି ପୀଠର ଶଙ୍କରାଚାର୍ଯ୍ୟ ଦ୍ୱିତୀୟ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଧୈର୍ଯ୍ୟ ଧରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ ଶଙ୍କରାଚାର୍ଯ୍ୟମାନେ। ଶ୍ରୀଙ୍ଗେରି ସାରଦା ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଧୁ ଶେଖର ଭାରତୀ ଜୀ, ଦ୍ୱାରକା ସାରଦା ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ଆଜି ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି। ସଂପୂର୍ଣ୍ଣ ଧାର୍ମିକ ରୀତିନୀତିରେ ଶଙ୍କରାଚାର୍ଯ୍ୟମାନେ ବୁଡ଼ ପକାଇବା ସହିତ ଦେଶର କଲ୍ୟାଣ ପାଇଁ ଆଶୀର୍ବାଦ ଦେଇଛନ୍ତି।

ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ କୁମ୍ଭ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରା ମେଳାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି। ଏହା ସହିତ ନଦୀର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଘାଟଗୁଡ଼ିକରେ ମୁତୟନ ହୋଇଛନ୍ତି ଗଙ୍ଗା ସେବା ଦୂତ। ନଦୀରେ ଫୁଲ ଓ ଅନ୍ୟ ସାମଗ୍ରୀ ପଡ଼ିବା ମାତ୍ରେ ସେସବୁକୁ ଉଠାଇ ଆଣନ୍ତି ଗଙ୍ଗା ସେବା ଦୂତମାନେ। ଏହା ଦ୍ୱାରା ଗଙ୍ଗା ଓ ଯମୁନା ନଦୀ ପରିଷ୍କାର ରହୁଛି। ମହାକୁମ୍ଭ ୨୦୨୫କୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ଡଙ୍ଗା ଚାଳକ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ଦିନ ରାତି କାମ କରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବାରେ ସଫଳ ହୋଇଛି ମହାକୁମ୍ଭ ୨୦୨୫। ଏହାକୁ ସଫଳ ଓ ସୁରକ୍ଷିତ କରିବା ପାଇଁ ମହାକୁମ୍ଭ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି। ମହାକୁମ୍ଭର ଲୋକପ୍ରିୟତା ଓ ଏହାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତି ମିଳିଛି। ମହାକୁମ୍ଭକୁ ଆସିଥିବା ବିଦେଶୀମାନେ ଭାରତୀୟ ସଂସ୍କୃତିରେ ବହୁତ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ପବିତ୍ର ସ୍ନାନ କରିବା ସହିତ ସେମାନେ ଭାରତର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଅନୁଭବ କରିଛନ୍ତି।

ମହାକୁମ୍ଭ ୨୦୨୫ ହେଉଛି ଆସ୍ଥା, ଏକତା ଓ ବିବିଧତାର ଏକ ପ୍ରତୀକ। ଏହା କେବଳ ଭାରତକୁ ପରିଚିତି ଦେଉ ନାହିଁ, ବରଂ ଏହା ଭାରତୀୟ ସଂସ୍କୃତିର ମହାନତାକୁ ସାରା ବିଶ୍ୱରେ ପ୍ରସାରିତ କରୁଛି। ଏହି ମହାକୁମ୍ଭ ମେଳା କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ହେଉଛି ସାମାଜିକ ଓ ସାଂସ୍କୃତିକ ଏକତାର ପ୍ରତୀକ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ମଉନି ଅମାବାସ୍ୟାରେ ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଆୟୋଜନ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ଅବସରରେ ପବିତ୍ର ମଉନି ଅମାବାସ୍ୟା ଅବସରରେ ପ୍ରୟାଗରାଜକୁ ବହୁ ଭକ୍ତଙ୍କ ସମାଗମ ହେବାରେ ଲାଗିଛି। ସେମାନଙ୍କର ସୁରକ୍ଷା ଓ ନିରପତ୍ତା ପାଇଁ ମେଳା ପ୍ରଶାସନ ସ୍ୱତନ୍ତ୍ର ଆୟୋଜନ କରିଛି। ଆପାତକାଳୀନ ସମୟରେ ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ମେଳା ପୋଲିସ, ଟ୍ରାଫିକ ପୋଲିସ, ସ୍ୱତନ୍ତ୍ର ଡାକ୍ତର ମୁତୟନ ରହିଛନ୍ତି।

ମହାକୁମ୍ଭ ନଗରର ବରିଷ୍ଠ ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀଙ୍କ କହିବା ଅନୁସାରେ ମଉନି ଅମାବାସ୍ୟା ଅବସରରେ ଦ୍ୱିତୀୟ ଅମୃତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ସରିଛି। କୌଣସି ଗୁଜବରେ ମଜ୍ଜି ନ ଯାଇ ନିଜକୁ ଯଥେଷ୍ଟ ନିରାପଦ ଦୂରତାରେ ରଖିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଲିସ ସହ ସୁସମ୍ପର୍କ ରଖି ସମସ୍ୟା ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି।

ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ପୋଲିସ ଓ ପ୍ରଶାସନ ସଜାଗ ରହିଥିବା ସୂଚନା ଦିଆଯାଇଛି।

ସଙ୍ଗମ ଘାଟରେ ପହଂଚିବାକୁ ଉଦ୍ଦିଷ୍ଟ ରାସ୍ତା ବାଛିବାକୁ ପରାମର୍ଶ ଦିଆଯାଇଛି। ଗଙ୍ଗା ସ୍ନାନ ପାଇଁ ଯିବା ବେଳେ ନିଜ ଲାଇନରେ ଛିଡା ହୋଇ ଅଗ୍ରସର ହେବା ପାଇଁ ପରାମର୍ଶ ଦିଆଯାଇଛି। ଗାଧୁଆ ଓ ଦର୍ଶନ ପରେ ପାର୍କିଂ ସ୍ଥାନକୁ ସିଧା ସଳଖ ଯିବାକୁ କୁହାଯାଇଛି। ମନ୍ଦିର ପରିଦର୍ଶନ ବେଳେ ନିଜ ଲାଇନରେ ଛିଡା ହୋଇ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେବାକୁ ପରାମର୍ଶ ଦିଆଯାଇଛି। ଦରକାର ସମୟରେ ପୋଲିସ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ନିକଟସ୍ଥ ସେକ୍ଟର ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ବାରିକେଡରେ ଧୈର୍ଯ୍ୟର ସହ ଅପେକ୍ଷା କରି ଗହଳିକୁ ଏଡାଇବାକୁ କୁହାଯାଇଛି। ମାଟି ପାତ୍ର, ଝୋଟ ଓ ପେପର ନିର୍ମିତ କପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସବୁ ଘାଟ ସଙ୍ଗମ ଭିତରେ ଆସୁଥିବାରୁ ପହଂଚିଥିବା ଘାଟରେ ସ୍ନାନ କରାଯାଇପାରେ ବୋଲି ପରାମର୍ଶ ଦିଆଯାଇଛି।

ବଡ ବଡ ମେଳି କରି ଭକ୍ତମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିପାରିବେ ନାହିଁ। ପହଂଚିବା ବା ଯିବା ସମୟରେ ଭକ୍ତମାନେ ପରସ୍ପରକୁ ମୁଲାକାତ କରିପାରିବେ ନାହିଁ। ମେଳାରେ ପ୍ରଚାରିତ ଗୁଜବକୁ ବିଶ୍ୱାସକୁ ନେବେ ନାହିଁ ବୋଲି କୁହାଯାଇଛି। ସୋସିଆଲ ମଡିଆରେ ପ୍ରସାରିତ କୌଣସି ଗୁଜବକୁ ବି ବିଶ୍ୱାସକୁ ନେବେ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ମନ୍ଦିର ପରିଦର୍ଶନ ବେଳେ କୌଣସି କ୍ଷିପ୍ରତା ଦେଖାଇବେ ନାହିଁ ବୋଲି ବି ଆଡଭାଇଜରିରେ କୁହାଯାଇଛି। କୌଣସି ରୁଟକୁ ବ୍ଲକ ନକରି ରାସ୍ତା ମଝିରେ ଅଟକି ନ ଯିବାକୁ ବି ପରାମର୍ଶ ଦିଆଯାଇଛି। ବ୍ୟବସ୍ଥା କିମ୍ବା ସେବା ଉପରେ କୌଣସି ଗୁଜବ ଉପରେ ବି ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କୁହାଯାଇଛି। ପ୍ଲାଷ୍ଟିକ ବ୍ୟାଗ ଓ ପାତ୍ର ବ୍ୟବହାର ନକରିବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ମୌନି ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୦୦୦ ରୁ ଅଧିକ ମେଡିକାଲ କର୍ମଚାରୀ ନିୟୋଜିତ

ପ୍ରୟାଗରାଜ: ମୌନି ଅମାବାସ୍ୟା ପବିତ୍ର ଅବସରରେ ଉତ୍ତରପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମହାକୁମ୍ଭ ନଗରରେ ୧୦୦୦ ରୁ ଅଧିକ ଡାକ୍ତରୀ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ମହାକୁମ୍ଭର ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି, ଯେଉଁଥିରେ ଛୋଟ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ବଡ଼ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଛି।

ମହାକୁମ୍ଭ ନଗରରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ୩୦୦ ବିଶେଷଜ୍ଞ ଡାକ୍ତର ମୁତୟନ କରାଯାଇଛି, ଯେଉଁମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଓପିଡି ସେବାରୁ ୨ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଥିବା ବେଳେ ଅଢ଼େଇ ଲକ୍ଷରୁ ଅଧିକ ପାଥୋଲୋଜି ପରୀକ୍ଷା କରାଯାଇଛି।

ସହଜରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା

ମହାକୁମ୍ଭ ମେଳାର ନୋଡାଲ ମେଡିକାଲ ଅଫିସର ଡାକ୍ତର ଗୌରବ ଦୁବେ କହିଛନ୍ତି ଯେ ମହାକୁମ୍ଭ ନଗରରେ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଚିକିତ୍ସା ସେବା ପାଉଛନ୍ତି। ମେଳାକୁ ସୁରକ୍ଷିତ ଓ ସୁସ୍ଥ କରିବା ପାଇଁ ସରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ସମସ୍ତ ସମ୍ଭବ ପଦକ୍ଷେପ ନେଇଛନ୍ତି।

ଏହାବ୍ୟତୀତ ସରକାରଙ୍କ ସହଯୋଗରେ ମଠ, ମନ୍ଦିର ଓ ଆଖଡ଼ାର ସାଧୁସନ୍ଥମାନେ ମଧ୍ୟ ଭକ୍ତଙ୍କୁ ଔଷଧ ଓ ଡାକ୍ତରୀ ପରୀକ୍ଷା ରେ ସାହାଯ୍ୟ କରୁଛନ୍ତି। ଏହି ସାଧୁମାନେ ବିଭିନ୍ନ ଶିବିର ଆୟୋଜନ କରୁଛନ୍ତି, ଯାହା ମାଧ୍ୟମରେ ଭକ୍ତମାନଙ୍କୁ ଆୟୁର୍ବେଦିକ, ହୋମିଓପ୍ୟାଥିକ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି।