Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ବକ୍ତା ଭାବେ ଡ. ପ୍ରୀତିଶ ଆଚାର୍ଯ୍ୟ, ଡ. ନିହାର ରଂଜନ ପଟ୍ଟନାୟକ, ଡ. ଦାଶ ବେନ୍‌ହୁର, ଡ. ପ୍ରହ୍ଲାଦ ସିହ୍ନା ଯୋଗଦାନ କରି ଶହୀଦ ଦିବସର ତାତ୍ପର୍ଯ୍ୟ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସଂପର୍କିତ ତଥ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଗ୍ୟାଲେରୀର ଉଦ୍‌ଘାଟନ ସହ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଗାନ୍ଧିଜୀଙ୍କ ସଂପର୍କିତ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥି ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଗାନ୍ଧୀଭିତ୍ତିକ କଫି ଟେବୁଲ ପୁସ୍ତକ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱତନ୍ତ୍ର ଗାନ୍ଧୀ ବିଶେଷାଙ୍କ କୋଣାର୍କ ପତି୍ରକା ମଧ୍ୟ ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ କୋଣାର୍କ ପତି୍ରକା ସଂପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ ଗଟ୍ଟଞ୍ଚry Teଝଝinଜ୍ଜ ଈ.ଉ.ର ଉନ୍ମୋଚନ କରାଯାଇଥିଲା ।

ପ୍ରାରମ୍ଭରେ ସଂଗ୍ରହାଳୟର ଉଦ୍ୟାନ ପରିସରରେ ଏକ ନୀରବ ପ୍ରାର୍ଥନା ସହିତ ସଂଗୀତ ଶିଳ୍ପୀ ଅନିନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ସଦ୍‌ଭାବନା ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଫେସ୍‌ବୁକ୍‌ ଓ ୟୁଟୁ୍ୟବ୍‌ ଚାନେଲ୍‌ରେ ସିଧା ପ୍ରସାରଣ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ଜୟନ୍ତୀ ଭଉବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଗାନ୍ଧିଜୀଙ୍କର ଓଡିଶା ସହିତ ଭାବଗତ ସଂପର୍କ ରହିଥିଲା । ଗାନ୍ଧିଜୀଙ୍କ ଓଡିଶା ଆଗମନ ଓଡିଶାବାସୀଙ୍କୁ ଧନ୍ୟ କରିଛି । ତାଙ୍କର ବିଚାରଧାରାକୁ ଆଜିର ଉତରପିଢିଙ୍କ ସହିତ ଯୋଡିବାକୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ସଭାପତିତ୍ୱ କରି କହିଲେ ଯେ, ଗାନ୍ଧିଜୀ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ଥିଲେ ବାସ୍ତବରେ ଜଣେ ମହାପୁରୁଷ, ସନ୍ଥ । ତାଙ୍କର ଚିନ୍ତାଧାରା ଆମ ସମୟର ଓ ସେ ସମୟର ବ୍ୟକ୍ତିମାନଙ୍କର ଚିନ୍ତାଧାରାଠାରୁ ଊର୍ଦ୍ଧ୍ୱରେ ଥିଲା । ଗାନ୍ଧିଜୀଙ୍କ ଚିନ୍ତନ ଓ ଦର୍ଶନ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକରେ ଗାନ୍ଧିଜୀଙ୍କ ଓଡିଶାପ୍ରତି ରହିଥିବା ସଂପର୍କ, ଓଡିଶାବାସୀଙ୍କ ଗାନ୍ଧିଜୀଙ୍କ ପ୍ରତି ଆତିଥେୟତା, ଓଡିଶାବାସୀଙ୍କୁ ଭଲ ପାଇବା ଓ ତାଙ୍କର ଅଭିଳଷିତ ଓଡିଶା ଏବଂ ଭାରତ ବର୍ଷର ସ୍ୱପ୍ନ ଉପରେ ଆଲୋକପାତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଜି ମହାତ୍ମା ଗାନ୍ଧୀଙ୍କ 151ତମ ଜନ୍ମ ବାର୍ଷିକରେ ରାଜଘାଟ ସମାଧୀପିଠରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ଆଜି ହେଉଛି ଭାରତ ନିର୍ମାତା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 151 ଜନ୍ମ ଦିବସ। ଏହି ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ବାପୁଙ୍କ ପ୍ରିୟଗୀତ ରଘୁପତି ରାଘବ ରାଜା ରାମ ବୋଲି ଯାଉଛି। ଏହି ଉପଲକ୍ଷେ ବାପୁଙ୍କ ସମାଧୀ ପିଠ ରାଜଘାଟରେ ମଧ୍ୟ ଦେଶର ବିଶିଷ୍ଠ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ମନ୍ତ୍ରୀ ବାପୁଙ୍କ ସମାଧୀ ପିଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନର ସ୍ମାରକୀ ସମାରୋହ

ସମୀକ୍ଷା ବ୍ୟୁରୋ

ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍‌କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।

ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ରହିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ବାଣପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଣପୁର ଏନ୍‌ଏସିର ପ୍ରାକ୍ତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ବାଣପୁର ଏନ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ ଅତିଥିମାନଙ୍କୁ ସ୍ଵାଗତ କରିଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହି କାର୍ଯ୍ୟକ୍ରମଟି ସକାଳ ୧୦.୩୦ ମିନିଟ୍‌ରେ ହେବାକୁ ଧାର୍ଯ୍ୟ ରହିଥିବାବେଳେ ଏହା ୧.୩୦ ମିନିଟ୍‌ରେ ଆରମ୍ଭ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ