ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ

Published: Oct 2, 2021, 11:15 pm IST

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ଜୟନ୍ତୀ ଭଉବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଗାନ୍ଧିଜୀଙ୍କର ଓଡିଶା ସହିତ ଭାବଗତ ସଂପର୍କ ରହିଥିଲା । ଗାନ୍ଧିଜୀଙ୍କ ଓଡିଶା ଆଗମନ ଓଡିଶାବାସୀଙ୍କୁ ଧନ୍ୟ କରିଛି । ତାଙ୍କର ବିଚାରଧାରାକୁ ଆଜିର ଉତରପିଢିଙ୍କ ସହିତ ଯୋଡିବାକୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ସଭାପତିତ୍ୱ କରି କହିଲେ ଯେ, ଗାନ୍ଧିଜୀ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ଥିଲେ ବାସ୍ତବରେ ଜଣେ ମହାପୁରୁଷ, ସନ୍ଥ । ତାଙ୍କର ଚିନ୍ତାଧାରା ଆମ ସମୟର ଓ ସେ ସମୟର ବ୍ୟକ୍ତିମାନଙ୍କର ଚିନ୍ତାଧାରାଠାରୁ ଊର୍ଦ୍ଧ୍ୱରେ ଥିଲା । ଗାନ୍ଧିଜୀଙ୍କ ଚିନ୍ତନ ଓ ଦର୍ଶନ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକରେ ଗାନ୍ଧିଜୀଙ୍କ ଓଡିଶାପ୍ରତି ରହିଥିବା ସଂପର୍କ, ଓଡିଶାବାସୀଙ୍କ ଗାନ୍ଧିଜୀଙ୍କ ପ୍ରତି ଆତିଥେୟତା, ଓଡିଶାବାସୀଙ୍କୁ ଭଲ ପାଇବା ଓ ତାଙ୍କର ଅଭିଳଷିତ ଓଡିଶା ଏବଂ ଭାରତ ବର୍ଷର ସ୍ୱପ୍ନ ଉପରେ ଆଲୋକପାତ କରିଥିଲେ ।

Related posts