Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ ବର୍ଷରେ ମୁକ୍ତିଲାଭ କଲା ମହାପ୍ରଭୁଙ୍କ ସୁନ୍ଦର ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ”

ଭୁବନେଶ୍ଵର: ନୂଆ ବର୍ଷ ଅବସରରେ ଦୀପାଞ୍ଜଳୀ ମ୍ୟୁଜିକ୍ ରେ ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ”। ଯେଉଁ ଗୀତ ଟିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଦିବ୍ୟ ଓ ଦୀପାଞ୍ଜଳୀ। ତାହା ସହ ଜୟଦେବ ମିଶ୍ର ଗୀତ ଟିକୁ କଣ୍ଠଦାନ କରିଥିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ଖୁବ୍ ସୁନ୍ଦର ଭାବେ ଭାବପୂର୍ଣ୍ଣ ହୋଇ ଗୀତଟି କୁ ଲେଖିଛନ୍ତି ଜିତେନ୍ଦ୍ର ଜେନା। ଏଣୁ ନିର୍ଦ୍ଦେଶକ ବାବୁ ବାବୁ ଙ୍କ ବହୁଗୁଡିଏ ସଫଳତା ପରେ ନୂଆ ବର୍ଷ ରେ ଏକ ନୂଆ ପ୍ରୟାସ ଯାହା କି ଦର୍ଶକ ମାନଙ୍କ ହୃଦୟ କୁ ଏହି ଗୀତ ମାଧ୍ୟମରେ ଛୁଇଁ ପାରିବ। ଏଥିସହ ଏହି ଗୀତ ଟି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ବିଭିନ୍ନ ସ୍ଥାନରେ ସୁଟିଂ ହେବା ସହ ପୁରୀ ମନ୍ଦିର ସାମ୍ନା ରେ କିଛି ଦୃଶ୍ୟ ଦର୍ଶକ ମାନଙ୍କ ମନକୁ ଜିଣିବ। ଏଣୁ ଖାଲି ଏହି ନୂଆ ବର୍ଷ ନୁହେଁ ସବୁସମୟରେ ଏହି ଭଜନ ଟି ଦର୍ଶକ ମାନଙ୍କ ହୃଦୟ ରେ ରହିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ: ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ପୁରୀ: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ।

ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୧୯ ରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ: ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ପୁରୀ: ଆସନ୍ତା ୧୯ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ।

ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ଶେରଗଡରୁ ପୁରୀକୁ ଗଡିଲା ପ୍ରଥମ ଏସି ବସ୍: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ। OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି .

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ। ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ସ୍କୁଲ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି। ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି। ସେହିପରି ୫-ଟି ସ୍କୁଲ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ। ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ, OSRTC ର ଅଧିକାରୀ ଓ ଶେରଗଡର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ନୃତ୍ୟାଞ୍ଜଳିର ୩୧ ତମ ମହୋତ୍ସବର ଅନ୍ତିମ ସନ୍ଧ୍ୟା: ବଂଶୀ ବାଦନ ସହ ଓଡିଶୀ ନୃତ୍ୟରେ ବିଭୋର ଦର୍ଶକ

ଭୁବନେଶ୍ୱର: ସାରା ବିଶ୍ୱରେ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ତାଙ୍କର ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓ ପ୍ରଶଂସିତ ଓଡିଶୀ ନୃତ୍ୟ। ଓଡିଶୀ ନୃତ୍ୟ ସଂଗୀତ ତଥା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୧ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟଞ୍ଜଳି ” ଅନୁଷ୍ଠାନର ୩୧ ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବର ତୃତୀୟ ଦିବସ ଆଜି ପୂର୍ବାହ୍ନ ୧୦ ଟା ରେ ଆରମ୍ଭ ହୋଇଥିଲା।

ରାଜ୍ୟ, ଦେଶ ତଥା ବିଦେଶର ୫୫ ରୁ ଉର୍ଦ୍ଧ୍ଵ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ମାନ୍ୟବର ସଂlସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଗୁରୁ ରତିକାନ୍ତ ମହାପାତ୍ର ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ନୃତ୍ୟଞ୍ଜଳିର ସଭାପତି ସୁକାନ୍ତ କୁଣ୍ଡୁ, ସମ୍ପାଦକ ପୁଷ୍ପରଞ୍ଜନ ମଙ୍ଗରାଜ, ଗଙ୍ଗାଧର ବିଶ୍ୱାଳ ଆଦି ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଅଭିନେତା ଅଶ୍ରୁ ମୋଚନ ମହାନ୍ତିଙ୍କୁ ନୃତ୍ୟଞ୍ଜଳୀ ଯୁବ କଳାକାର ପ୍ରତିଭା ସମ୍ମାନରେ ବିଶିଷ୍ଟ ବଂଶୀ ବାଦକ ଗୁରୁ ସୌମ୍ୟ ରଞ୍ଜନ ଯୋଶୀଙ୍କୁ, ସୁକାନ୍ତ କୁଣ୍ଡୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବାରୁ ତାଙ୍କୁ ବିଶେଷ ସମ୍ବର୍ଦ୍ଧିତ ଏବଂ ତବଲା ବାଦକ ବିଶ୍ୱରଂଜନ ନନ୍ଦ ଓ ଅୟସପ୍ରଭ ରାଉତ ଙ୍କୁ ସମ୍ମାନିତ କରାଯାଇଥିଲା।