Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ମହା ଶିବରାତ୍ରୀରେ କିପରି ପୂଜା କରାଯାଏ, କଣ ପାଇଁ ପୂଜା କରାଯାଏ, କେତେ ପ୍ରହର ପୂଜା ହୁଏ

ଭୁବନେଶ୍ବର: ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ। ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ। ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି। ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ।

ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ। କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଶୈବ୍ୟ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ।

କଣ ପାଇଁ ଶିବରାତ୍ରୀ ପାଳନ କରାଯାଏ

ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି। ପୁରାଣର ଅନ୍ୟ ଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ।

ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ। ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ।

କିପରି ପାଳନ କରାଯାଏ ଶିବ ରାତ୍ରୀ

ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ। ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ।

ବ୍ରତାଧାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି। ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି।  ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ।

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ। ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା। ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ। ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ। ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ।

ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ। ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ। ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ। ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି।

ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ। ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ। ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ। ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି। ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି।

Categories
MahaShivratri 2023 ଆଜିର ଖବର ଧର୍ମ ରାଜ୍ୟ ଖବର

ବିଶେଷ ଖବର ରାଜ୍ୟ ଖବର

ରାତି ୧୦ ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କର ମହାଦୀପ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ  

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ  ପାଳନ  ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ,  ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ତେବେ  କରୋନା ଭୁତାଣୁ  ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ। ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର  ମୁକାବିଲାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଏଥି ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ  କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସେ  ମନ୍ଦିରର  ସେବାୟତ ପ୍ରତିନିଧି , ସଂପୃକ୍ତ ବିଭିନ୍ନ ପ୍ରଶାସନିକ ଅଧିକାରୀ  ଓ ଅନୁଷ୍ଠାନମାନଙ୍କର ସହଯୋଗ କାମନା କରିଥିଲେ। ବୈଠକର  ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ। ଭକ୍ତମାନେ ଧାଡିରେ ଯାଇ  ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି  ମନ୍ଦିରରୁ ପ୍ରସ୍ଥାନ କରିବେ ।

ମହାପ୍ରଭୁଙ୍କ ଗର୍ଭଗୃହରେ ପ୍ରବେଶ  ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । ବୈଠକରେ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମହା ଶିବରାତ୍ରୀରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ଓ ସେବା ପୂଜା ନିମନ୍ତେ ସମୟ ନିର୍ଘଣ୍ଟ, ମନ୍ଦିରର ଅନ୍ତଗୃହ ଓ ବେଢାର ପରିଷ୍କାର ପରିଚ୍ଛନ୍ନତା, ଭୋଗ ସ୍ଥାନ ନିରୂପଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନକୁ ସୁଗମ କରିବା ପାଇଁ ମନ୍ଦିରର ବିଭିନ୍ନ ଦ୍ୱାରରେ ଅସ୍ଥାୟୀ ବେରିକେଡ୍ ବ୍ୟବସ୍ଥା, ମନ୍ଦିର ସମେତ  ବିନ୍ଦୁସାଗର ଓ ଦେବୀ ପାଦହରା  ଚତୁଃପାର୍ଶ୍ୱରେ  ଆଲୋକୀକରଣ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ ଓ ଯାତ୍ରୀ ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ସୂଚନା ଓ ୧ ତାରିଖ ପ୍ରତ୍ୟୁଷରୁ ଭଜନ, ଜଣାଣ ଓ ଶିବସ୍ତୋତ୍ର ଆଦି ପ୍ରସାର  ପାଇଁ  ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ  ସୂଚନା କେନ୍ଦ୍ର ଓ ବ୍ୟାପକ  ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ ।

ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥିବା ଭକ୍ତ ଅସୁସ୍ଥ ଅନୁଭବ କଲେ ସେମାନଙ୍କ ପାଇଁ ମନ୍ଦିର ସମ୍ମୁଖରେ  ସ୍ୱତନ୍ତ୍ର ଅସ୍ଥାୟୀ ସଙ୍ଗରୋଧ ବା ଆଇସୋଲେସନ ପ୍ରକୋଷ୍ଠ ବ୍ୟବସ୍ଥା ସହ ଜରୁରୀ ସ୍ଥଳେ  କୋଭିଡ୍ ପରୀକ୍ଷା ବ୍ୟବସ୍ଥା ରହିବ ।  ତତ୍ ସହିତ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ  ଅସ୍ଥାୟୀ ଆବଶ୍ୟକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ମହାନଗର ନିଗମ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ପାଇଁ  ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ , ସହକାରୀ ଦବୋତ୍ତର କମିଶନର ଶ୍ରୀଦୀପ୍ତ ମିଶ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ ଶ୍ରୀ ଅବନୀ କୁମାର  ପଟ୍ଟନାୟକ,  ଏସିପି –ଜୋନ୍-2 ଶ୍ରୀ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ମନ୍ଦିର ବ୍ରାହ୍ଣଣ ନିଯୋଗର ସଭାପତି ଓ ସଂପାଦକ, ପୂଜାପଣ୍ଡା ନିଯୋଗର ସଭାପତି ଓ ସଂପାଦକ, ବଡୁ ନିଯୋଗ, ସମଥା ନିଯୋଗ ଓ ସେବାୟତ ପ୍ରତିନିଧିମାନେ ବେଠକରେ  ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।