Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 
ଜାତୀୟ ଖବର

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିରାଟ ରୋହିତ
ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ ଆଜି ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ସିରିଜ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିରିଜ୍ ଅକ୍ଟୋବର ୨୨ ତାରିଖରେ ଟି-୨୦ ମ୍ୟାଚ୍ ସହିତ ଆରମ୍ଭ ହେବ। ଟି-୨୦ ସିରିଜ୍ ରେ ପାଞ୍ଚଟି ମ୍ୟାଚ୍ ଖେଳାଯିବ, ତା’ପରେ ପାଞ୍ଚଟି ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ୍ ହେବ। ଟିମ୍ ଇଣ୍ଡିଆ ଏହି ଗସ୍ତରେ ସମସ୍ତ ତିନୋଟି ଫର୍ମାଟ୍ ସହିତ ମୋଟ ୧୨ ଟି ମ୍ୟାଚ୍ ଖେଳିବ।

ଅକ୍ଟୋବରରେ ଆରମ୍ଭ ହେଉଥିବା ସିରିଜ୍ ନିର୍ଦ୍ଧାରିତ ସମୟ ଅନୁଯାୟୀ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଯଦି ଶେଷ ଟେଷ୍ଟ୍ ପୂରା ପାଞ୍ଚ ଦିନ ପର୍ଯ୍ୟନ୍ତ ଖେଳାଯାଏ, ତେବେ ଏହି ଗସ୍ତ ଡିସେମ୍ବରରେ ଶେଷ ହେବ। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ର ଶେଷ ମ୍ୟାଚ୍ ନଭେମ୍ବର ୨୭ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଖେଳାଯିବ।

ତିନୋଟି ଫର୍ମାଟ୍ ପାଇଁ ସିରିଜ୍ ସମୟ

ପ୍ରଥମ ଟି-୨୦ ମ୍ୟାଚ୍ ଭାରତୀୟ ସମୟାନୁସାର ଅପରାହ୍ନ ୧:୩୦ ରେ ଆରମ୍ଭ ହେବ। ଟି-୨୦ ସିରିଜ୍ ମ୍ୟାଚ୍ କ୍ରାଏଷ୍ଟଚର୍ଚ୍ଚ, ୱେଲିଂଟନ୍, ଅକଲ୍ୟାଣ୍ଡ ଏବଂ ହାମିଲଟନ୍ ରେ ଅନୁଷ୍ଠିତ ହେବ।

ଏକଦିବସୀୟ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସା ସକାଳ ୮:୩୦ ରେ ଆରମ୍ଭ ହେବ। ମ୍ୟାଚ୍ ଗୁଡ଼ିକ ଅକଲ୍ୟାଣ୍ଡ, ୱେଲିଂଟନ୍, ହାମିଲଟନ୍ ଏବଂ ମାଉଣ୍ଟ ମାଉଙ୍ଗାନୁଇରେ ଅନୁଷ୍ଠିତ ହେବ।

ଟେଷ୍ଟ ସିରିଜ୍ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସା ସକାଳ ୪:୩୦ ରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ଦେଖିବା ପାଇଁ ଭାରତୀୟ ପ୍ରଶଂସକମାନଙ୍କୁ ସେମାନଙ୍କର ନିଦ ତ୍ୟାଗ କରିବାକୁ ପଡିବ। ଲାଲ ବଲ୍ ସିରିଜ୍ ର ଉଭୟ ମ୍ୟାଚ୍ ଯଥାକ୍ରମେ ୱେଲିଂଟନ୍ ଏବଂ କ୍ରାଏଷ୍ଟଚର୍ଚ୍ଚରେ ଅନୁଷ୍ଠିତ ହେବ।

ଭାରତ ବନାମ ନ୍ୟୁଜିଲାଣ୍ଡ ଟି୨୦ ସିରିଜ୍ ସୂଚୀ ୨୦୨୬

ପ୍ରଥମ ଟି୨୦ – ଅକ୍ଟୋବର ୨୨, ଅପରାହ୍ନ ୧:୩୦, କ୍ରାଇଷ୍ଟଚର୍ଚ୍ଚ (ହେଗଲେ ଓଭଲ୍)
ଦ୍ଵିତୀୟ ଟି୨୦ – ଅକ୍ଟୋବର ୨୪, ଅପରାହ୍ନ ୧:୩୦, କ୍ରାଇଷ୍ଟଚର୍ଚ୍ଚ (ହେଗଲେ ଓଭାଲ୍)
ତୃତୀୟ ଟି୨୦ – ଅକ୍ଟୋବର ୨୭, ଅପରାହ୍ନ ୧:୩୦, ୱେଲିଂଟନ୍ (HNRY ଷ୍ଟାଡିୟମ୍)
ଚତୁର୍ଥ ଟି୨୦ – ଅକ୍ଟୋବର ୩୦, ଅପରାହ୍ନ ୧:୩୦, ଅକଲାଣ୍ଡ (ଇଡେନ୍ ପାର୍କ)
ପଞ୍ଚମ ଟି୨୦ – ନଭେମ୍ବର ୧, ଅପରାହ୍ନ ୧:୩୦, ହାମିଲଟନ୍ (ସେଡନ୍ ପାର୍କ)

ଭାରତ ବନାମ ନ୍ୟୁଜିଲାଣ୍ଡ ଏକଦିବସୀୟ ସିରିଜ୍ ସୂଚୀ ୨୦୨୬

ପ୍ରଥମ ଏକଦିବସୀୟ – ନଭେମ୍ବର ୪, ସକାଳ ୮:୩୦, ଅକଲାଣ୍ଡ (ଇଡେନ୍ ପାର୍କ)
ଦ୍ଵିତୀୟ ଏକଦିବସୀୟ – ନଭେମ୍ବର ୭, ସକାଳ ୮:୩୦, ୱେଲିଂଟନ୍ (HNRY ଷ୍ଟାଡିୟମ୍)
ତୃତୀୟ ଏକଦିବସୀୟ – ନଭେମ୍ବର ୧୦, ସକାଳ ୮:୩୦, ହାମିଲଟନ୍ (ସେଡନ୍ ପାର୍କ)
ଚତୁର୍ଥ ଏକଦିବସୀୟ – ନଭେମ୍ବର ୧୩, ସକାଳ ୧:୩୦ ସକାଳ ୮:୩୦ ମାଉଣ୍ଟ ମାଉଙ୍ଗାନୁଇ (ବେ ଓଭାଲ)
ପଞ୍ଚମ ଏକଦିବସୀୟ – ନଭେମ୍ବର ୧୫, ସକାଳ ୮:୩୦ ମାଉଣ୍ଟ ମାଉଙ୍ଗାନୁଇ (ବେ ଓଭାଲ)

ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ସୂଚୀ ୨୦୨୬

ପ୍ରଥମ ଟେଷ୍ଟ – ନଭେମ୍ବର ୧୯ ରୁ ୨୩, ସକାଳ ୪:୩୦ ୱେଲିଂଟନ୍ (ବେସିନ୍ ରିଜର୍ଭ)
ଦ୍ଵିତୀୟ ଟେଷ୍ଟ – ନଭେମ୍ବର ୨୭ ରୁ ୧, ସକାଳ ୪:୩୦ କ୍ରାଇଷ୍ଟଚର୍ଚ୍ଚ (ହାଗଲି ଓଭାଲ)।

BCCI INDIA VS NEW ZEALAND indian cricket team
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.