Categories
ଆଞ୍ଚଳିକ

ମହିଳାଙ୍କୁ ମାଡ଼ ମାରି ଜଣେ ଗିରଫ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମଇଳା ପାଣି ମାଡିବାକୁ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜୟନ୍ତୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ତୋଫାନ ପ୍ରଧାନ ଲୁହା ପାଇପ୍ ରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଉଭୟ ପଡୋଶୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ୨୭୧/୨୩ ଓ ୨୭୨/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିବା ସହ ଆକ୍ରମଣକାରୀ ତୋଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାଡ: ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ଅନ୍ଧାରୀ ଶାସନରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଘର ଭିତରୁ ଭିଡିଆଣି ଗାଁ ଦାଣ୍ଡରେ ମାଡ ମରାଯାଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ମାଟିଆପଡା ଗାଁର ମମତା କାଳସୀଙ୍କୁ ଘର ଭିତରୁ ଟାଣି ଆଣି ସଞ୍ଜୟ କାଳସି, ଭାଗୀରଥି କାଳସି ଓ ତାଙ୍କ ପରିବାରର ସଦସ୍ୟମାନେ ଘର ଭିତରୁ ଭିଡ଼ି ଆଣି ଗାଁ ଦାଣ୍ଡରେ ମାଡ଼ ମାରିଛନ୍ତି। ଘରେ କେହି ପୁରୁଷ ଲୋକ ନଥିବାବେଳେ ମମତାଙ୍କୁ ସମେସ୍ତ ମିଶି ମାଡ ମାରିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି। ମମତାଙ୍କୁ ମାଡ ମାରୁଥିବା ଏକ ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ଏନେଇ ଟାଙ୍ଗୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।