ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାଡ: ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Published: Jun 21, 2020, 3:11 pm IST

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ଅନ୍ଧାରୀ ଶାସନରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଘର ଭିତରୁ ଭିଡିଆଣି ଗାଁ ଦାଣ୍ଡରେ ମାଡ ମରାଯାଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ମାଟିଆପଡା ଗାଁର ମମତା କାଳସୀଙ୍କୁ ଘର ଭିତରୁ ଟାଣି ଆଣି ସଞ୍ଜୟ କାଳସି, ଭାଗୀରଥି କାଳସି ଓ ତାଙ୍କ ପରିବାରର ସଦସ୍ୟମାନେ ଘର ଭିତରୁ ଭିଡ଼ି ଆଣି ଗାଁ ଦାଣ୍ଡରେ ମାଡ଼ ମାରିଛନ୍ତି। ଘରେ କେହି ପୁରୁଷ ଲୋକ ନଥିବାବେଳେ ମମତାଙ୍କୁ ସମେସ୍ତ ମିଶି ମାଡ ମାରିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି। ମମତାଙ୍କୁ ମାଡ ମାରୁଥିବା ଏକ ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ଏନେଇ ଟାଙ୍ଗୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Related posts